Odisha news

ଦାନଗଦି ବ୍ଲକରେ ଡେଙ୍ଗୁ ଜ୍ଵର ବ୍ୟାପୁଛି :  ଜଣେ ମୃତ , ଅନେକ ଆକ୍ରାନ୍ତ

0
ଦାନଗଦି, ତା ୨୮/୮ :  : ଦାନଗଦି ବ୍ଲକ ରେ ଏବେ ଡେଙ୍ଗୁ ଜ୍ୱର ଏବେ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ରବିବାର ଏହି ରୋଗରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଏବେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି। ସୂଚନା ମୁତାବକ ବ୍ଲକର ଧୁଳିଗଡ ପଞ୍ଚାୟତ, ତ୍ରୀଜଙ୍ଗା ପଞ୍ଚାୟତ, ଓଲଳ ପଞ୍ଚାୟତ, ରଣାଗୁଣ୍ଡି ପଞ୍ଚାୟତ, ନଡ଼ିଆ ଭଙ୍ଗା ପଞ୍ଚାୟତ, ମାଣତିରା ପଞ୍ଚାୟତ, ରାଣୀପଡା ପଞ୍ଚାୟତ , ଚାନ୍ଦିଆ ପଞ୍ଚାୟତ, ପଙ୍କପାଳ ପଞ୍ଚାୟତ, ମଙ୍ଗଳପୁର ପଞ୍ଚାୟତ ଓ ଜଖପୁରା ପଞ୍ଚାୟତ ରେ ଶିଳ୍ପାଞ୍ଚଳ ର ହଜାର ହଜାର ଶ୍ରମିକ ଓ କର୍ମଚାରୀ ମାନେ ଭଡ଼ା ଘର ନେଇ ରହୁଛନ୍ତି । ଏଥି ମଧ୍ୟରୁ ଅଧିକାଂଶ ଲୋକ ଅଣ ଓଡ଼ିଆ ହୋଇଥିବାରୁ ବାହାର ରାଜ୍ୟରୁ ଏହି ରୋଗରେ ଆକ୍ରାନ୍ତ ହୋଇ ଏଠାକୁ ଆସିବା ଫଳରେ ଏହି ରୋଗ ବ୍ୟାପିବାରେ ଲାଗିଛି। ଚଳିତ ମାସରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ରୋଗୀଙ୍କ ରକ୍ତ ନମୁନାରେ ଡେଙ୍ଗୁ ପଜୀଟିଭ ଆସିଥିବା ଜଣା ପଡ଼ିଛି। ଦୁଇଦିନ ତଳେ ରାଣୀପଡା ପଞ୍ଚାୟତ ରେ ଧିରେନ୍ଦ୍ର ପତି ଏହି ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ଗତକାଲି ପୂର୍ବାହ୍ନ ରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ବିଭିନ୍ନ ସ୍ଥାନରେ ଭଡ଼ା ଘରେ ରହୁଥିବା ବହୁ ଅଣ ଓଡ଼ିଆ ବ୍ୟକ୍ତି ଏବେ ଡେଙ୍ଗୁ ଜ୍ଵର ରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି। ତୁରନ୍ତ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗକୁ ଏହା ଉଗ୍ର ରୂପ ନେବାର ସମ୍ଭାବନା ଦେଖାଦେଇଛି। ଲୋକମାନଙ୍କୁ ସଚେତନତା କରାଇବା ସହ ପ୍ରତ୍ୟେକ ଗାଁ ଓ ବସ୍ତି ମାନଙ୍କରେ ମଶାରୀ ବ୍ୟବହାର କରିବାକୁ ପରାମର୍ଶ ଦେଲେ ଏହି ରୋଗ ନିୟନ୍ତ୍ରଣ କୁ ଆସି ପାରନ୍ତା ବୋଲି ଆଶା କରାଯାଉଛି। (ଫଟୋ)

Leave A Reply