Odisha news

ରୋଷେଇ ଘରର ଏହି ଗୋଟିଏ ମସଲା ଅନେକ ରୋଗର ଉପଚାର

0

ଡାଲିଚୀନୀ ଗୋଟିଏ ଭଲ ଆଣ୍ଟିଅକ୍ସିଡାଣ୍ଟ ଅଟେ l ରୋଷେଇ ଘରର ସମସ୍ତ ମସଲା ମାନଙ୍କ ମଧ୍ୟରେ ଲବଙ୍ଗ ରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଏହାପରେ ଡ଼ାଲିଚୀନୀ ରେ ଥାଏ l ଡ଼ାଲିଚୀନୀ ଗଛର ଗୋଟିଏ ଛାଲି ଅଟେ l ଏହାର ଗୁଣ ଗରମ ଅଟେ, ଯାହା ବାତ ଓ କଫ ଦୋଷ କୁ ଦୂର କରିଥାଏ l ଏହାକୁ ଅଧିକ ସେବନ କରିବା ଦ୍ୱାରା ପିତ ଦୋଷ ବୃଦ୍ଧି ହୋଇଥାଏ l ଆୟୁର୍ବେଦ, ହୋମିଓପାଥି ଓ ଏଲୋପାଥି ଔଷଧ ରେ ଡ଼ାଲିଚୀନୀ ର ପ୍ରୟୋଗ କରାଯାଇ ଥାଏ l

ଡ଼ାଲିଚୀନୀ ରେ ଥିବା ପୋଷାକ ତତ୍ୱ ଗୁଡିକ ହେଲା  -:
. ପ୍ରୋଟିନ

. କାର୍ବୋହାଇଡ୍ରେଟ

. ଫସଫରସ

. ସୋଡିୟମ

. ପୋଟାସିୟମ

. ଥାୟମୀନ

. ରିବଫ୍ଲେବିନ

.ନିଆସୀନ

. ଭିଟାମିନ ଏ ଓ ସି

ଡ଼ାଲିଚୀନୀ ର ସ୍ୱାସ୍ଥ୍ୟଗତ ଲାଭ -:
ଯେପରିକି କୁହାଯାଇଛି ଯେ ଡ଼ାଲିଚୀନୀ କଫ ଓ ବାତ ନିୟନ୍ତ୍ରିତ କରିଥାଏ, ଏହି ୨ଟି ରୋଗ ପାଇଁ ବିଶେଷ ଭାବରେ ଡ଼ାଲିଚୀନୀ ସେବନ କରାଯିବ l ଡ଼ାଲିଚୀନୀ ଅନେକ ଗୁଡିଏ ରୋଗ ପାଇଁ ହିତକର ଅଟେ l

– ଡାଇଜେସନ ସମ୍ବନ୍ଧୀୟ ସମସ୍ୟା

– କୋଲେଷ୍ଟ୍ରଲ ସମସ୍ୟା

– ବ୍ଲଡ଼ ପ୍ରେସର ସମସ୍ୟା

– ମଧୁମେହ

– ମାସିକ ଋତୁସ୍ରାବ ସମସ୍ୟା

– କଫ ସମସ୍ୟା

– ଥଣ୍ଡା ଜ୍ୱର

– ଭାଇରଲ ଇନଫେକ୍ସନ

– ଫଙ୍ଗଲ ଇନଫେକ୍ସନ

– ପାଚନ ବିକାର ପାଇଁ ଗୋଟିଏ ଭଲ ଔଷଧ ଡ଼ାଲିଚୀନୀ l ପାଚନ ସମସ୍ୟା ରହିଥିଲେ ପ୍ରତିଦିନ ସକାଳୁ ସାମାନ୍ୟ ଡ଼ାଲିଚୀନୀ ଗୁଣ୍ଡ ଓ ଉଷୁମ ପାଣି ସେବନ କରିବା ଦ୍ୱାରା ଦ୍ଵିଜେସନ ସମସ୍ୟା ଦୂର ହୋଇଥାଏ l

– ଯଦି ଆପଣ ସର୍ବଦା ସର୍ଦି କାଶ ରେ ପୀଡିତ ରହୁଛନ୍ତି, ତେବେ ଡ଼ାଲିଚୀନୀ ଗୁଣ୍ଡ ଓ ମହୁକୁ ଉଷୁମ ପାଣିରେ ପ୍ରତିଦିନ ସେବନ କରନ୍ତୁ ସର୍ଦି, କାଶ, ଗଳା ଯନ୍ତ୍ରଣା ରୁ ଆରାମ ମିଳିଥାଏ l

– ମଧୁମେହ ରୋଗୀ ମାନେ ଡ଼ାଲିଚୀନୀ ଗୁଣ୍ଡ ଓ ମେଥି ଗୁଣ୍ଡକୁ ମିଳିତ ଭାବରେ ସେବନ କରିବା ଦ୍ୱାରା ମଧୁମେହ ନିୟନ୍ତ୍ରିତ ରହିଥାଏ l

– ଉଚ୍ଚ ରକ୍ତଚାପ ପାଇଁ ଡ଼ାଲିଚୀନୀ ଖୁବ ଉପକାରୀ ଅଟେ l ଉଚ୍ଚ ରକ୍ତଚାପୀ ରୋଗୀ ମାନେ ପ୍ରତିଦିନ ଡ଼ାଲିଚୀନୀ ଖଣ୍ଡେ, କିଛି ଅଦା ରସ ମିଶାଇ ସେବନ କରନ୍ତୁ, ରକ୍ତଚାପ ନିୟନ୍ତ୍ରିତ ରହିବ l

– ଡ଼ାଲିଚୀନୀ ରେ ବିଭିନ୍ନ ପୋଷାକ ତତ୍ୱ ରହିଥିବା କାରଣରୁ କୋଲେଷ୍ଟ୍ରଲ ନିୟନ୍ତ୍ରଣ ପାଇଁ ଖୁବ ଉପଯୋଗୀ l କୋଲେଷ୍ଟ୍ରଲ ରୋଗୀ ମାନେ ନିୟମିତ ରାତିରେ ଖଣ୍ଡିଏ ଡ଼ାଲିଚୀନୀ ଖଣ୍ଡେ, ଗୋଟିଏ ଲବଙ୍ଗ, ଓ ଖଣ୍ଡେ ଅଦା କୁ ଛେଚି ପାଣିରେ ଫୁଟାଇ ରଖି ଦିଅନ୍ତୁ l ସକାଳୁ ତାହାକୁ ଉଷୁମ ଉଷୁମ ସେବନ କରନ୍ତୁ l କୋଲେଷ୍ଟ୍ରଲ ସମସ୍ୟା ଦୂର ହେବ l

Nalco
Leave A Reply