ହିନ୍ଦୁ ଧର୍ମରେ ଧନତେରସ ଦିନ ଯମ ରାଜାଙ୍କ ନାମରେ ଦୀପଦାନ କରିବାର ଖୁବ ମହତ୍ୱ ରହିଛି l ଏହିଦିନ ଗୃହର ମୁଖ୍ୟ ଦ୍ୱାରରେ ଅଟାରେ ପ୍ରସ୍ତୁତ କରାଯାଇ ଥିବା ଚଉମୁଖୀ ଦୀପ ଅର୍ପଣ କରାଯାଇ ଥାଏ l ଶାସ୍ତ୍ରର ମାନ୍ୟତା ଅନୁସାରେ ଧନତେରସ ଦିନ ଯମରାଜ ଙ୍କ ନାମରେ ଦୀପଦାନ କରିବା ଦ୍ୱାରା ଯମରାଜ ସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଅକାଳ ମୃତ୍ୟୁରୁ ରକ୍ଷା କରନ୍ତି l
ଦୀପଦାନ ର ପୌରାଣିକ କଥା -:
ପୌରାଣିକ କଥା ଅନୁସାରେ ହିମ ନାମକ ଜଣେ ରାଜା ଥିଲେ, ତାଙ୍କର ବିବାହ ର ଅନେକ ବର୍ଷ ପରେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା l ଏହାପରେ ଜ୍ୟୋତିଷ ରାଜ ପୁତ୍ର ଙ୍କ କୁଣ୍ଡଳୀ ଦେଖିଥିଲେ l ଜ୍ୟୋତିଷ ମହାଶୟ କହିଥିଲେ ଯେ ରାଜକୁମାର ଙ୍କ ବିବାହ ର ୪ଦିନ ପରେ ତାଙ୍କର ମୃତ୍ୟୁ ହୋଇଯିବ l ଏହାକୁ ଶୁଣିବା ପରେ ରାଜାରାଣୀ ଖୁବ ଦୁଃଖରେ ରହିବାକୁ ଲାଗିଲେ l ଏହାପରେ ରାଜପୁତ୍ର ନିଜର ବାଲ୍ୟ କାଳ ଅତିବାହିତ କରି କିଶୋର ଅବସ୍ଥାରେ ପହଁଚିଲେ l
କିଶୋର ଅବସ୍ଥାରେ ସେ ଯୌବନ ଅବସ୍ଥାକୁ ପାଦ ଥାପୁ ଥାଆନ୍ତି, ଏହି ସମୟରେ ସେ ଦେଖିଲେ ରାଜା ହଂସ ଙ୍କ କନ୍ୟା ନିଜ ସଖି ଙ୍କ ଗହଣରେ ଭ୍ରମଣ କରୁଛନ୍ତି l ରାଜା ହଂସ ଙ୍କ ଝିଅ କୁ ଦେଖି ରାଜକୁମାର ମୋହିତ ହୋଇ ଯାଇଥିଲେ ଓ ଉଭୟ ବିବାହ କରିଥିଲେ l ଏହାପରେ ରାଜକୁମାର ଙ୍କ ପତ୍ନୀ ବିବାହ ର ଚତୁର୍ଥ ଦିନରେ ମହଲ ର ଚାରିଆଡେ ଦୀପ ସଜାଇ ମା ଲକ୍ଷ୍ମୀଙ୍କ ପୂଜା କରିବାକୁ ଲାଗିଲେ l ଏହି ସମୟରେ ଯମରାଜା ଗୋଟିଏ ସାପ ରୂପରେ ରାଜକୁମାର ଙ୍କ ପ୍ରାଣ ହରଣ କରିବାକୁ ଆସିଲେ l
ରାଜକୁମାର ଙ୍କ କକ୍ଷରେ ପଶିବା ମାତ୍ରକେ ଦୀପ ଆଲୋକ ରେ ସାପଟି ଅନ୍ଧ ହୋଇଗଲା ଓ ରାଜକୁମାର ଙ୍କ ପତ୍ନୀ ଙ୍କ ସହିତ ମା ଲକ୍ଷ୍ମୀଙ୍କ ଭକ୍ତି ରେ ଲୀନ ହୋଇଗଲା l ଏଠି ମଧ୍ୟରେ ମୃତ୍ୟୁ ସମୟ ଅତିବାହିତ କରିଗଲା ତେଣୁ ଯମରାଜ ଆଉ ରାଜକୁମାର ଙ୍କ ପ୍ରାଣ ହରଣ କରିପାରିଲେ ନାହିଁ ଓ ଖାଲି ହାତରେ ଫେରିଗଲେ l
ଦୀପଦାନ ର ପରମ୍ପରା -:
* ଏହି ଦିନ ନର୍କ ଚତୁର୍ଦଶୀ ହୋଇଥିବା କାରଣରୁ ଯମରାଜ ଙ୍କୁ ଦୀପଦାନ ର ପରମ୍ପରା ରହିଛି l ମାନ୍ୟତା ଅନୁସାରେ ଏହିଦିନ ଯମରାଜା ଙ୍କୁ ଦୀପଦାନ କରିବା ଦ୍ୱାରା ଅକାଳ ମୃତ୍ୟୁ ଦୂର ହୋଇଥାଏ l
* ଶାସ୍ତ୍ର ଅନୁସାରେ ଏହିଦିନ ଅଟାରେ ପ୍ରସ୍ତୁତ ଚାରିଟି ମୁଖ ଥିବା ଦୀପ ଜଳାଇବା ଉଚିତ l ଏହି ଦୀପ ଘରର ଦକ୍ଷିଣ ଦିଗରେ ଜଳାନ୍ତୁ l
* ଧନତେରସ ରେ ଦକ୍ଷିଣ ଦିଗରେ ଦୀପ ଦାନ କରିବା ଦ୍ୱାରା ରୋଗ, ଦୁଃଖ , ଶୋକ ଓ ଅକାଳମୃତ୍ୟୁ ଦୂରେଇ ଯାଇଥାଏ l
