ଆମେ ସାଧାରଣ ଭାବରେ ଯଦି ନିଜର ପସନ୍ଦ ଯୋଗ୍ୟ ଖାଦ୍ୟ ନିଜ ଥାଳିରେ ଦେଖି ନଥାଉ, ତେବେ ଆମର ମୁଡ଼ ଖରାପ ହୋଇ ଯାଇଥାଏ l ତୁରନ୍ତ ମୁହଁ ରୁ ବାହାରି ପଡିଥାଏ କି ଫାଲତୁ ଖାଦ୍ୟ, କିଏ କରିଛି ଏହିଭଳି ଖାଦ୍ୟ , ଏମିତି ଅନେକ କିଛି କହିଦେଇ ଥାଉ l କିନ୍ତୁ ଆମେ ଭଗବାନ ଙ୍କ ନିକଟରେ ଉପକୃତ ହେବା ନିହାତି ଜରୁରୀ ଯେ ସେ ମଣିଷ ମୁଣ୍ଡରେ ବିଭିନ୍ନ ଶସ୍ୟ ଓ ପନିପରିବା ଚାଷ କରିବା ପାଇଁ ବୁଦ୍ଧି ଦେଇଛନ୍ତି l ନଚେତ ଆମେ ବର୍ତମାନ ପାଣିରୁ ଗେଣ୍ଡା ସାଉଁଟି ଖାଇ ଥାଆନ୍ତେ l ଆଜ୍ଞା ହଁ, ୧.୭୦ ଲକ୍ଷ ପୂର୍ବରୁ ମଣିଷ ଗେଣ୍ଡା ଖାଉଥିଲା l ଏହା ଏଥିପାଇଁ କାହିଁକି ନା ଏହାକୁ ଖୁବ ସହଜରେ ଧରି ହେଉଥିଲା l
ନିକଟରେ କ୍ଵାଟରନରୀ ସାଇନ୍ସ ରିଭ୍ୟୁ ରେ ପ୍ରକାଶିତ ଗବେଷଣା ଅନୁସାରେ , ହୋମୋ ସେପିଆନ୍ସ ମାନେ ପୃଥିବୀ ପୃଷ୍ଠାରେ ମିଳୁଥିବା ଗେଣ୍ଡା ଖାଉଥିବାର ସବୁଠୁ ପୁରୁଣା ପ୍ରମାଣ ଆଫ୍ରିକା ଓ ୟୁରୋପ ରେ ମିଳିଛି l ଯାହା ୪୯ ହଜାର ଓ ୩୬ ହଜାର ବର୍ଷ ପୁରୁଣା ଅଟେ l କିନ୍ତୁ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ, ଦକ୍ଷିଣ ଆଫ୍ରିକାରେ ରହୁଥିବା ଅଧିବାସୀ ମାନେ ଗେଣ୍ଡାକୁ ପୋଡି ଖାଉଥିଲେ l ସେହି ସମୟରେ ଏହି ଗେଣ୍ଡା ଗୁଡିକ ଗୋଟିଏ ବୟସ୍କ ବ୍ୟକ୍ତିଙ୍କ ହାତ ପାପୁଲି ସାଇଜ ର ମିଳୁ ଥିଲା l
ବ୍ରସେଲସ ରେ ରୟାଲ ଇନ୍ଷ୍ଟିଚ୍ୟୁଟ ଫ୍ର କଲଚର ହେରିଟେଜ ର କେମିଷ୍ଟ ମରୀନ ପୁରାତନ କଳା ଓ ସଂସ୍କୃତିକୁ ଅଧ୍ୟୟନ କରନ୍ତି l ସେ କହିଛନ୍ତି ଦକ୍ଷିଣ ଆଫ୍ରିକାର ସୀମାରେ ମିଳୁଥିବା ଗୁମ୍ଫା ଗୁଡିକରେ ଯେତେବେଳେ ଖୋଳା ଯାଇଥିଲା, ସେତେବେଳେ ସେଠାରେ ଗେଣ୍ଡା ଖୋଳ ଦେଖିବାକୁ ମିଳିଥିଲା l ଏହାକୁ ନେଇ ସର୍ଭେ କରିବାରୁ ଜଣା ପଡିଥିଲା ଯେ ଏହାକୁ ଶିକାରୀ ମାନେ ନିଅଁ ରେ ପୋଡି ଖାଉଥିଲେ l
ଗବେଷକ ମାନଙ୍କ ମତରେ ଏଥିରେ ପ୍ରସ୍ତୁତ ହେଉଥିବା ଖାଦ୍ୟ କୁ ପାଖାପାଖି ୧୬୦ ହଜାର ଓ ୧୭୦ ହଜାର ବର୍ଷ ପୂର୍ବରୁ ଖିଆ ଯାଉଥିଲା l ସେତେବେଳେ ଏହା ଗୋଟିଏ ଲୋକପ୍ରିୟ ଖାଦ୍ୟ ଥିଲା l ଗବେଷକ ଙ୍କ ମତ ଅନୁସାରେ ଏହା ଗୋଟିଏ ନୂତନ ଯୁଗକୁ ଆହ୍ୱାନ କରୁଛି ଯେ ମଣିଷ ନିଜ ଖାଦ୍ୟରେ ଗେଣ୍ଡାକୁ ସେତେବେଳ ପର୍ଯ୍ୟନ୍ତ ସାମିଲ କରି ନଥିଲେ, ଯେତେବେଳେ ହିମଯୁଗ ର ୧୫ ହଜାର ବର୍ଷ କମି ନଗଲା l
ଏହାର ବହୁ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଶିକାରୀ ଗ୍ରାମୀଣ ଅଂଚଳ ରେ ବୁଲି ଗେଣ୍ଡା ଏକାଠି କରୁଥିଲେ l ଏହାକୁ ଗୁମ୍ଫା ମଧ୍ୟକୁ ଆଣି ଖାଉଥିଲେ l ସେତେବେଳ ର ପ୍ରମାଣ ଅନୁସାରେ ସେହି ସମୟରେ ଅଧିକ କଠିନ ଖାଦ୍ୟ ଆଦି ମାନବ ମାନେ ଚୋବାଇ ଖାଇପାରୁ ନଥିଲେ l ସେମାନେ ଖାଦ୍ୟକୁ ବାଣ୍ଟି ଖାଉ ଥିବାରୁ ସାମାଜିକ ଥିବାର ପରିଚୟ ମିଳିଛି l ଗେଣ୍ଡା ର ଉପର ଖୋଳ ଟାଣ ହୋଇଥିବା ସତ୍ୱେ ଭିତର ନରମ ରହିଥାଏ l ଏହାଛଡା ପାଣି ଭିତରେ ଖୁବ ସହଜ ରେ ଗେଣ୍ଡା ମିଳିଯାଇ ଥାଏ , ତେଣୁ ଧରିବା ସହଜ ହୋଇଥାଏ l