Odisha news

ଅଖିଳ ଭାରତୀୟ ଡାକ ମହାସଂଘ ପକ୍ଷରୁ ଏକ ଦିବସୀୟ ଧର୍ମଘଟ

0

ବାରିପଦା  : ଅଖିଳ ଭାରତୀୟ ଡାକ ମହାସଂଘ ଆହ୍ୱାନ କ୍ରମେ ୧୨ଦଫା ଦାବୀକୁ ନେଇ ମୟୂରଭଞ୍ଜ ଡାକ କର୍ମଚାରୀ ସଂଘ ପକ୍ଷରୁ ଏକ ଦିବସୀୟ ଧର୍ମଘଟ ପାଳନ କରାଯାଇଥିଲା । ଏଥିରେ ଜିଲ୍ଲାର ସମସ୍ତ ଡାକ କର୍ମଚାରୀ ସାମିଲ ହେବା ଫଳରେ ଡାକ ସେବା ଏକପ୍ରକାର ଠପ୍ ହୋଇଯାଇଥିଲା । କର୍ମଚାରୀ ମାନଙ୍କ ବିଭିନ୍ନ ଦାବୀ ମଧ୍ୟରେ ଡାକ ବିଭାଗର ଘରୋଇକରଣ, ଡାକଘର ସ୍ୱଳ୍ପ ସଂଚୟ ଯୋଜନାକୁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ମିଶ୍ରଣ, ୧୮ମାସର ବଳକା ମହଙ୍ଗା ଭତ୍ତାକୁ ତୁରନ୍ତ ପ୍ରଦାନ, ଡାକଘର ମାନଙ୍କ ବୈଷୟୀକ ଉନ୍ନତିକରଣ ଓ କର୍ମଚାରୀ ମାରଣନୀତି ଆଦି ମୁଖ୍ୟ ଦାବି ରହିଥିଲା ।

ଜମାକାରୀଙ୍କ ୧୩ଲକ୍ଷ କୋଟି ଜମାର ସୁରକ୍ଷା ପାଇଁ ଏହି ଧର୍ମଘଟକୁ ଜମାକାରୀ ଓ ଡାକ ଏଜେଣ୍ଟ ମାନଙ୍କ ଦୃଢ ସମର୍ଥନ ଦେଖାଯାଇଥିଲା । ଏଥିରେ ମୟୂରଭଞ୍ଜ ଡାକ କର୍ମଚାରୀ ସଂଘ ତୃତୀୟ ଶ୍ରେଣୀ ସଭାପତି ସତ୍ୟବ୍ରତ ମିଶ୍ର, ଯୁବ ସମ୍ପାଦକ ଅନୀଲ କୁମାର ସାହା ଏବଂ ସଂଘର କର୍ମକର୍ତ୍ତା ବିଭୁଦତ୍ତ ସାହୁ, ଲାବ୍ୟଳେନ୍ଦୁ ମହାନ୍ତି, ସଂଜୀବ କୁମାର ସେଠୀ, ଆଶୀଷ କୁମାର ପ୍ରତିହାରୀ, ସୌରଭ କୁମାର ପାଲ, ବିଧୂଭୂଷଣ ବେହେରା, ସୀତାରାମ ଭୂୟାଁ, ଶକ୍ତିପ୍ରସାଦ ସାହୁ, ହରିମୋହନ ଦାସ, ଉଗ୍ରସେନ୍ ମହାକୁଡ ଓ ଲାବଣ୍ୟେନ୍ଦୁ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Nalco
Leave A Reply