Odisha news

ଷ୍ଟ୍ରୋକ, ହାର୍ଟ ଆଟକ, ଉଚ୍ଚ ରକ୍ତଚାପ ଭଳି ସମସ୍ତ ସମସ୍ୟା ପାଇଁ ରାମ ବାଣ ଅଟେ ସାଇକିଲିଂ

0
ଆଜିକାଲି ପ୍ରାୟ ସମସ୍ତେ ନିଜ ନିଜର ଫିଟ୍ ନେସ କୁ ନେଇ ବେଶ୍ ସତର୍କ ରହୁଛନ୍ତି । ବିଜୀ ସିଡ୍ୟୁଲ୍ ଓ ଚାପ ବହୁଳ ଜୀବନ ଯାପନ ପ୍ରଣାଳୀ ମଧ୍ୟରେ ନିଜକୁ ଫିଟ୍ ରଖିବା ପାଇଁ ପ୍ରାୟ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି ଓ ସେଥିପାଇଁ ବିଭିନ୍ନ ପ୍ରକାର ବ୍ୟାୟାମ କରିବାରେ ଲାଗି ରହୁଛନ୍ତି । ସେଥି ମଧ୍ୟରୁ ଗୋଟିଏ ହେଲା ସାଇକିଲିଂ ।
ଗବେଷଣା ମଧ୍ୟ କହୁଚି ଯେ ଆପଣ ସାଇକିଲିଂ ଦ୍ଵାରା ନିଜର ଶରୀରର ଅନେକ ଗୁଡ଼ିଏ ରୋଗକୁ ଏଡାଇ ଯାଇ ପାରିବେ । ସାଇକିଲିଂ ଦ୍ଵାରା ରୋଗ ତ ଦୂରେଇ ଯିବ ତା ସହିତ ଆପଣ ମଧ୍ୟ ନିଜକୁ ଫିଟ୍ ରଖି ପାରିବେ । ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ସାଇକିଲିଂ ଗୋଟିଏ ଏଭଳି ବ୍ୟାୟାମ ଯାହାକୁ କି ପ୍ରତ୍ୟେକ ବର୍ଗର ଓ ପ୍ରତ୍ୟେକ ବୟସ ର ଲୋକଙ୍କ ପାଇଁ ଉପଯୁକ୍ତ ବ୍ୟାୟାମ ଅଟେ ।
ଆସନ୍ତୁ ଜାଣିବା ସାଇକିଲିଂ କୁ ନେଇ କଣ ରହିଛି ଗବେଷକ ଙ୍କ ମତ।
– ଗବେଷଣା କହୁଚି ଯେ ପ୍ରତିଦିନ ସାଇକିଲିଂ କରିବା ଦ୍ୱାରା ଫିଟ୍ ନେଶ ସହିତ ସମ୍ପୂର୍ଣ୍ଣ ଶରୀର ର ସୁସ୍ଥ ରହିଥାଏ । ସାଇକିଲିଂ ଗୋଟିଏ ଏରୋବିକ୍ ବ୍ୟାୟାମ ଅଟେ । ଯେ କୌଣସି ଆୟୁ ବର୍ଗର ବ୍ୟକ୍ତି ଏହାକୁ କରି ପାରିବେ । ସାଇକିଲିଂ କରିବା ଦ୍ୱାରା ହାଡ ଓ ମସ୍ତିଷ୍କ ମଜବୁତ୍ ହୋଇଥାଏ । ସାଇକିଲିଂ ଦ୍ଵାରା ବିଭିନ୍ନ ପ୍ରକାର ରୋଗ ଯେପରିକି ବ୍ରେନ୍ ଷ୍ଟ୍ରୋକ, ହାର୍ଟ ଷ୍ଟ୍ରୋକ , ଉଚ୍ଚ ରକ୍ତଚାପ, ମଧୁମେହ , ଡିପ୍ରେଶନ ଓ ମୋଟା ପଣ ଦୂର ହୋଇଥାଏ ।
– ଓଜନ ହ୍ରାସ ପାଇଁ ପ୍ରତିଦିନ କରନ୍ତୁ ୩୦ ମିନିଟ୍ କରନ୍ତୁ ସାଇକିଲିଂ । ଯଦି ଆପଣଙ୍କର ଦୃତ ଗତିରେ ଓଜନ ବୃଦ୍ଧି ହେଉଛି ତେବେ ପ୍ରତିଦିନ ସାଇକିଲିଂ ନିହାତି କରିବା ଆବଶ୍ୟକ । ଏହା ଆପଣଙ୍କ ପାଇଁ କୌଣସି ବରଦାନ ଠାରୁ କମ୍ ନୁହେଁ । ଯଦି ଆପଣ ପ୍ରତିଦିନ ସାଇକିଲିଂ କରୁଛନ୍ତି ତେବେ ଏହା ଆପଣଙ୍କ ମେଟାବୋଲିଯିମ୍ ସ୍ତର କୁ ବୃଦ୍ଧି କରିଥାଏ । ଏହାଦ୍ବାରା ଶରୀରରେ ଥିବା ଫ୍ୟାଟ୍ ବର୍ନ ହୋଇଥାଏ ଓ ଓଜନ ହ୍ରାସ ହୋଇଥାଏ । ଏହାଛଡା ଆପଣଙ୍କୁ ସାଇକିଲିଂ ସହିତ ହେଲ୍ଡି ଡାଏଟ୍ ମଧ୍ୟ ନେବା ଆବଶ୍ୟକ । ଯଦି ଆପଣ ନିୟମିତ ସାଇକିଲିଂ କରୁ ନାହାନ୍ତି , ତେବେ ନିକଟତର କୌଣସି କାମରେ ଯାଉଛନ୍ତି ତେବେ ବାଇକ୍ ପରିବର୍ତ୍ତେ ସାଇକିଲିଂ କରି ଯାଆନ୍ତୁ।
– ସାଇକିଲିଂ କରିବା ଦ୍ୱାରା ହାଡ ଓ ମଶଲ୍ସ ମଜବୁତ୍ ହୋଇଥାଏ । ଫ୍ୟାଟ ଲେବଲ କମ ହୋଇଥାଏ ଓ ମୋଟପା ଦୂର ହୋଇଥାଏ । ଏହାଛଡା ଡିପ୍ରେସନ୍ ଓ ଏଙ୍ଗଜାଇଟି ଦୂର ହୋଇଥାଏ । ସାଇକିଲିଂ ଦ୍ଵାରା ଷ୍ଟ୍ରେସ ସମସ୍ୟା ଦୂର ହୋଇଥାଏ । କର୍ଡିଓ ଲୋଜିକଲ୍ ପ୍ରୋବେଲମ ଦୂର ହୋଇଥାଏ ।
IEC 2 years
Leave A Reply