Odisha news

ଅଣନିଯୁକ୍ତି ପ୍ରାପ୍ତ ପୁରୁଣା ସିଟି ଓ ବିଇଡି ମହାସଂଘର ଜରୁରୀ ବୈଠକ

0

ତିହିଡ଼ି, ୧୨/୦୮(ଯଦୁମଣି ପାଣିଗ୍ରାହୀ) : ଅଣ ନିଯୁକ୍ତ ପ୍ରାପ୍ତ ପୁରୁଣା ସିଟି ଓ ବିଇଡି ମହାସଂଘର ଏକ ଜରୁରୀ ବୈଠକ ଭଦ୍ରକସ୍ଥିତ ମା’ ଦକ୍ଷିଣେଶ୍ୱର କାଳୀମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ରହିଥିବା ପୁରୁଣା ସିଟି ଓ ବିଇଡି ଡିଗ୍ରୀଧାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମହାସଂଘର ରାଜ୍ୟ ସଭାପତି ଗାପବନ୍ଧୁ ମୁଦୁଲି ଓ ସମ୍ପାଦକ କାହ୍ନୁଚରଣ ସାହୁ ଯୋଗ ଦେଇ ରାଜ୍ୟରେ ଥିବା ଅଣନିଯୁକ୍ତି ପ୍ରାପ୍ତ ସିଟି ଓ ବିଇଡି ଡିଗ୍ରୀଧାରୀଙ୍କୁ ଏକ ସ୍ୱତନ୍ତ୍ର ପ୍ୟାକେଜ ମାଧ୍ୟମରେ କିଭଳି ଥଇଥାନ କରାଯାଇ ପାରିବ ସେଥିନେଇ ନୂଆ ସରକାରଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇଛି ଏବଂ ଖୁବଶିଘ୍ର ଏଥିନେଇ କିଛି ନା କିଛି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଥିଲେ । ସେହି ଅନୁସାରେ ସିଟି ଓ ବିଇଡି ଡିଗ୍ରୀଧାରୀ ମାନେ ଆସନ୍ତା ୧୪ ତାରିଖ ସୁଦ୍ଧା ସେମାନଙ୍କର ନାମ ଜିଲ୍ଲା ଓ ରାଜ୍ୟ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜିକୃତ କରାଇ ସଂଘ ନିକଟରେ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶରତ ମହାକୁଡ, ବିଜୟ ସାହୁ, ଯଦୁମଣି ପାଣିଗ୍ରାହୀ, ଶାନ୍ତନୁ କୁମାର ଭଞ୍ଜ, ପ୍ରଶାନ୍ତ ମହାରଣା, ଗୋପିନାଥ ମୁଦୁଲି, ଦିବାକର ପ୍ରଧାନ, କୈଳାସ ଶୁକ୍ଳ, ସୁରେଶ ଚନ୍ଦ୍ର ବାରିକ, ଦିଲ୍ଲୀପ କୁମାର ସୂତାର, ଉମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

IEC 2 years
Leave A Reply