Odisha news

ସିଆରପିଙ୍କ ଦ୍ବାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅର୍ଥ ଅନିୟମିତତା ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି

0

କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ ସିମିଳି ଗ୍ରାମପଞ୍ଚାୟତର ପାଇକେରାପୁର ଗ୍ରାମର ମା ଶାରଳା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦାୟିତ୍ବରେ ଥିବା ସିଆରପିଙ୍କ ଦ୍ବାରା ସମିତିର ଆର୍ଥିକ କାରବାରରେ ବ୍ଯାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ମା ଶାରଳା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ଯା ଦିବ୍ୟାଭାରତୀ ପାଇଟାଳଙ୍କ  ପକ୍ଷରୁ ଗୁରୁତର ଅଭିଯୋଗ ହୋଇଛି। ଖବରରୁ ପ୍ରକାଶ ଯେ ସିମିଳି ଗ୍ରାମପଞ୍ଚାୟତର ପାଇକେରାପୁର ଗ୍ରାମର ମା ଶାରଳା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦାୟିତ୍ବରେ ସେହି ଗ୍ରାମ ପଞ୍ଚାୟତର ସରୋଜିନୀ କାଣ୍ଡି ନାମକ ଜଣେ ମହିଳା ସିଆରପି ଭାବେ କାର୍ଯ୍ୟ କରୁଛନ୍ତି। ଏହି ସିଆରପି ଜଣକ ପ୍ରଥମରୁ ଏହି ମହିଳା ସମିତିର ସଭ୍ଯା ମାନଙ୍କ ଠାରୁ ଆଦାୟ ମାସିକ ସଭ୍ଯା ଚାନ୍ଦକୁ ଠିକ ସମୟରେ ବ୍ଯାଙ୍କରେ ଡିପୋଜିଟ ନ କରିବା, ସମିତି ଆକାଉଣ୍ଟରେ ଏହି ଅର୍ଥ ଜମା ନ କରି ନିଜସ୍ବ ଆକାଉଣ୍ଟରେ ଜମା କରିବା ସହ ସମିତିର ଜମା ଖାତା ଓ ଲୋନ ଖାତାକୁ ନିଜ ପାଖରେ ରଖି ଏବାବଦରେ ହିସାବ ମାଗିଲେ ସଂପୃକ୍ତ ମହିଳା ଜଣଙ୍କ ଦିବ୍ଯାଭାରତୀଙ୍କୁ ହିସାବ ନ ଦେଇ ନାନା ଧମକ ଚମକ ଦେଉଥିବା ସେ ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାକୁ ନେଇ ଦିବ୍ଯାଭାରତୀ ବ୍ଯାଙ୍କ ମିତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏକ ବୈଠକ ଡକା ଯାଇଥିଲା। ମାତ୍ର ଏହି ସିଆରପି ଜଣକ ବ୍ଯାଙ୍କ ମିତ୍ର ହିସାବ କରିବା ସମୟରେ ମୁଷ୍ଟିମେୟ ଲୋକଙ୍କ ସହାୟତାରେ ଗଣ୍ଡଗୋଳର ସୂତ୍ରପାତ କରିବା ନେଇ ଅଭିଯୋଗକାରିଣୀ ମା ଶାରଳା ମହିଳା ସମିତିର ସଦସ୍ୟା ଦିବ୍ଯା ଭାରତୀ ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ବ୍ଯାଙ୍କ ମିତ୍ର ଗ୍ରୁପର ଜମା ଖାତା, ଆୟ ବ୍ଯୟ ତନଖି କରିବା ସମୟରେ ହିସାବରେ ତାଳମେଳ ନ ଥିବା ଜାଣିବାକୁ ପାଇଥିଲେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି।

ଏହି ଗ୍ରୁପର ନାମ ସିମିଳି ଗ୍ରାମପଞ୍ଚାୟତରେ ଗଠିତ ମହିଳା ମହାସଂଘରେ ନାଁ ଥିବା ବେଳେ ମାସକୁ ମାସ ଏବାବଦରେ ମହିଳା ସମିତି ସଦସ୍ୟା ମାନଙ୍କ ଠାରୁ ଟଙ୍କା ଆଦାୟ କରି ମହାସଂଘରେ ଡିପୋଜିଟ ହେଉଛି ବୋଲି ସଂପୃକ୍ତ ମହିଳା ସିଆରପି ଜଣାଇଥିଲେ ମଧ୍ୟ ଏ ସମ୍ପର୍କରେ ମହାସଂଘର ସଭାନେତ୍ରୀ ଓ ସଂପାଦିକାଙ୍କୁ ପଚାରିବାରେ ଗ୍ରୁପର ଟଙ୍କା ମହାସଂଘରେ ଜମା ହେଉ ନାହିଁ ବୋଲି ସେମାନେ ପ୍ରକାଶ କରିଥିଲେ ଯାହା ଦିବ୍ଯାଭାରତୀ ପାଇଟାଳ ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ସିଆରପି ଜଣକ ମହିଳା ସମିତିର ସଦସ୍ଯା ମାନଙ୍କ ଅଗୋଚରରେ ବିନା ବୈଠକରେ କାର୍ଯ୍ୟ କରିବା ଏବଂ ଗ୍ରୁପର ସଦସ୍ୟା ରୁନୁ ଲେଙ୍କାଙ୍କ ଆକାଉଣ୍ଟକୁ ସମିତି ଜମାଖାତାରୁ ୩୫ହଜାର ଟଙ୍କା ଦିଆଯାଇ ପରବର୍ତ୍ତୀ ସମୟରେ ଏହି ଅର୍ଥର ସୁଧ ଓ ମୂଳ ନିଜ ଆକାଉଣ୍ଟରେ ଜମା କରିବା ଭଳି ବ୍ଯାପକ ଅନିୟମିତତା କରିଥିବା ମା ଶାରଳା ଗ୍ରୁପର ସଦସ୍ୟା ଦିବ୍ଯାଭାରତୀ ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରି ଏହାର ତଦନ୍ତ ଦାବି କରିଛନ୍ତି। ଏହି ଗ୍ରୁପରେ ଦିବ୍ଯାଭାରତୀଙ୍କ ପରିବାରର ୩ଜଣ ସଦସ୍ୟା ଥିବା ବେଳେ ସେମାନଙ୍କ ଦସ୍ତଖତ ନ ନେଇ ଅଧିବେଶନ ଖାତାରେ ସେମାନଙ୍କ ଦସ୍ତଖତ ଜାଲିଆତି କରି ବ୍ଯାଙ୍କରୁ ଟଙ୍କା ଉଠାଉଥିବା ମା ଶାରଳା ଗ୍ରୁପର ସଦସ୍ୟା ଦିବ୍ଯା ଭାରତୀ ପାଇଟାଳ ପ୍ରକାଶ କରିଛନ୍ତି।

ଏହି ଘଟଣାକୁ ନେଇ ଗ୍ରାମ ପଞ୍ଚାୟତ ଦାୟିତ୍ଵରେ ଥିବା ବ୍ଯାଙ୍କ ମିତ୍ର ଓ ଗ୍ରାମ ପଞ୍ଚାୟତର ଜୟ ଜଗନ୍ନାଥ ମହିଳା ଶକ୍ତି ସଂଗଠନର ସଭାନେତ୍ରୀ ଓ ସଂପାଦିକା ଦ୍ବାରା ସଂପୃକ୍ତ ମହିଳା ସିଆରପିଙ୍କ ଦ୍ବାରା ମା ଶାରଳା ଗ୍ରୁପରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଗ୍ରୁପର ଅଧିବେଶନରେ ସ୍ଥାନିତ ହୋଇଛି ବୋଲି ଗ୍ରୁପର ସଦସ୍ୟା ଦିବ୍ଯାଭାରତୀ ପାଇଟାଳ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଓ ଆର୍ଥିକ ଅନିୟମିତତା କରିଥିବା ସଂପୃକ୍ତ ମହିଳା ସିଆରପି ଜଣକ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ମିଶନ ଶକ୍ତି କମିଶନର, ପୁରୀ ଜିଲ୍ଲାପାଳ, ଓଡିଶା ଜୀବିକା ମିଶନର ଗୋପ ବ୍ଳକର ଅଧିକାରିଣୀ, କୋଣାର୍କ ଥାନା ଅଧିକାରୀ, କୋଣାର୍କ ୟୁକୋ ବ୍ଯାଙ୍କ ଶାଖା ପରିଚାଳକଙ୍କ ସମେତ ସିମିଳି ଗ୍ରାମପଞ୍ଚାୟତର ଜୟ ଜଗନ୍ନାଥ ମହିଳା ଶକ୍ତି ସଂଗଠନର ସଭାନେତ୍ରୀ ଓ ସଂପାଦିକା ପ୍ରମୁଖଙ୍କୁ ମା ଶାରଳା ଗ୍ରୁପର ସଦସ୍ୟା ଦିବ୍ଯା ଭାରତୀ ପାଇଟାଳ ଲିଖିତ ଅଭିଯୋଗ କରିଛନ୍ତି।

Nalco
Leave A Reply