ଆନନ୍ଦପୁର : ଆନନ୍ଦପୁର ବ୍ଲକ ବାରିଗାଁ ବାଲେଶ୍ଵର ୟୁଥ୍ କ୍ଳବ୍ ଆନୁକୂଲ୍ୟରେ ଚାଲିଥିବା ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଅଧ୍ୟାପକ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ମୂଖ୍ୟ ଅତିଥି ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫେସର ବଦ୍ରିନାରାୟଣ ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ, ଯୁଗ୍ମ ସମ୍ପାଦକ ସଞ୍ଜୟ ସିଂହ , ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ କୁମାର ରାମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟନ କରିଥିଲେ। ପ୍ରଥମ ଦିନ ଆଞ୍ଚଳିକ ଦଳକୁ ନେଇ ଆୟୋଜିତ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଶୈଲଙ୍ଗକୁ ହରାଇ କପୁ ଣ୍ଡି ଚମ୍ପିୟାନ ହୋଇଥିଲା। ସେହିପରି ଗତକାଲି ଶାଳପଡାର ପ୍ରିନ୍ସ ବ୍ୟବସ୍ଥା ଏକାଦ ୬ ୱିକେଟରେ ଭୂବନେଶ୍ଵରର ଶାନ୍ ଏକାଦଶକୁ ପରାସ୍ତ କରି ଚମ୍ପିୟାନ ହୋଇଛି। ଭୂବନେଶ୍ଵର ପ୍ରଥମେ ବ୍ୟାଟିଂ କରି ୭ ଓଭରରେ ୯ ୬ ରନ୍ କରିଥିଲେ। ଜବାବରେ ଶାଳପଡା ୫ ଓଭରରେ ବିଜୟଲକ୍ଷ ହାସଲ କରିଥିଲ । ବବୁଲ ଦାସ ଓ ସୈମ୍ୟରଞ୍ଜନ ତ୍ରିପାଠୀ ମ୍ୟାଚ ପରିଚାଳନା କରିଥିଲେ।ସନ୍ଦୀପ ସରୋଜ ସାହୁ ଧାରାବିବରଣୀ ଦେଇଥିଲେ। ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ମୂଖ୍ୟ ଅତିଥି, ଏସ୍ ଡିପିଓ ପ୍ରଶାନ୍ତ କୁମାର ବେହେରା, ସରକାରୀ ଉପ ଜିଲ୍ଲାପାଳ ପ୍ରଦୀପ କୁମାର ପାଢ଼ୀ, ବିଜେଡି ଜିଲ୍ଲା ସମ୍ପାଦକ ଦେବପ୍ରିୟ ପାତ୍ର, କବି ଡ଼, ଅଶୋକ ପୁହାଣ, ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ମହିଳା ବିଜେଡି ଜିଲ୍ଲା ସମ୍ପାଦିକା ଗୀତାଞ୍ଜଳୀ ସାହୁ,ଟ୍ରକ ମାଲିକ ସଂଘ ସଂପାଦକ ସୂର୍ଯ୍ୟ ନାରାୟଣ କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ। କ୍ଲବ ସଭାପତି ମାନସ କୁମାର ବାରିକ, ଉପସଭାପତି ସୁବାସ କୁମାର ଯେନା, ସହ ସମ୍ପାଦକ ରବୀନ୍ଦ୍ର କୁମାର ସାହୁ, ଅରୁଣ କୁମାର ବାରିକ,ସୁନୀଲ କୁମାର ଜେନା, ଶ୍ରୀ ରାମଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ସାହୁ ମନୋରଞ୍ଜନ ସାହୁ ସହଯୋଗ କରିଥିଲେ।
