Odisha news

ଯଦି ଆପଣ ଶୀତଋତୁରେ ଗୋଇଠି ଫାଟିବା ସମସ୍ୟା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

0

ଋତୁ ବଦଳିବା ସହିତ ଆମ ଶରୀରର ମଧ୍ୟ ବିଭିନ୍ନ ପରିବର୍ତନ ଦେଖା ଦେଇଥାଏ l ଆମେ ଶୀତଋତୁ ଆସିବା ମାତ୍ରକେ ଗୋଇଠି ଫାଟିବା ସମସ୍ୟା ଦ୍ୱାରା ପ୍ରଭାବିତ ହୋଇଥାଉ l ଏହି ସମୟରେ ଅନେକ ଅସୁବିଧାର ମଧ୍ୟ ସମୁଖୀନ ହେଉ l ଯଦି ଏହି ଗୋଇଠି ଫାଟିବା ଦୀର୍ଘ ଦିନ ଧରି ରହିଥାଏ ତେବେ ତଳି ପାଦ ରେ ଆମେ ଯନ୍ତ୍ରଣା ଅନୁଭବ କରିଥାଉ l ଯେଉଁ କାରଣରୁ ଚଳପ୍ରଚଳ ହେବାକୁ ଅସମର୍ଥ ହୋଇଥାଉ l ଏହିସବୁ ରୁ ରକ୍ଷା ପାଇବା ପାଇଁ ଆମେ ପାଦକୁ ଯତ୍ନ ନେବା ଆବଶ୍ୟକ l

ଘରୋଇ ଉପାୟ –
* ଶୀତଦିନେ ଯଦି ଆପଣ ପ୍ରତିଦିନ ରାତିରେ ଶୋଇବା ସମୟରେ ପାଦ ତଳେ ସୋରିଷ ତେଲ ମାଲିସ କରିବେ ଓ ସକାଳୁ ଏହାକୁ ଗାଧୋଇବା ସମୟରେ ଯେ କୌଣସି ପଥରରେ ଘଷି ଦେବେ l ଦେଖିବେ ପାଦ ନରମ ହେବା ସହିତ ଫାଟିବା ମଧ୍ୟ କମି ଯିବ l

* ଶୀତଦିନେ ଯଦି ଆପଣଙ୍କ ପାଦ ଗୋଇଠି କିମ୍ବା ଦେହ ଫାଟୁଛି ତେବେ ପ୍ରତିଦିନ ଗାଧୋଇବା ପୂର୍ବରୁ ଗୋଲାପ ଜଳ, ଗ୍ଲିସେରିନ ଓ ମହୁ ରେ ମିଶ୍ରଣ ପ୍ରସ୍ତୁତ କରି ବ୍ୟବହାର କଲେ ଏହା ଠିକ ହୋଇଯିବ l ତ୍ୱଚା ମଧ୍ୟ କୋମଳ ହୋଇଯିବ l ଏହାକୁ ଲଗାଇବା ର ୩୦ ମିନିଟ ପରେ ଆପଣ ଉଷୁମ ପାଣିରେ ଗାଧୋଇବେ l

* ନଡ଼ିଆ ତେଲ ଶୀତଋତୁରେ ଗୋଟିଏ ଭଲ ଉପଚାର l ଶୀତଦିନେ ଆପଣ ନିଜ ପଦାକୁ ସୁନ୍ଦର କୋମଳ ରଖିବା ପାଇଁ ନିୟମିତ ନଡ଼ିଆ ତେଲ ମାଲିସ କରନ୍ତୁ l ନଡ଼ିଆ ତେଲ ବିଭିନ୍ନ ଫାଙ୍ଗସ ନିକଟରୁ ତ୍ୱଚାକୁ ରକ୍ଷା କରିଥାଏ l

* ଫଟା ଗୋଇଠି କୁ ଠିକ କରିବା ପାଇଁ ଆପଣ ମହୁର ବ୍ୟବହାର ମଧ୍ୟ କରି ପାରିବେ l ମହୁ ଗୋଟିଏ ଉନ୍ନତ ଧରଣର ମଇଶ୍ଚରାଇଜର ଯାହା ଶୁଷ୍କ ତ୍ୱଚାକୁ ସତେଜ ଓ ସୁନ୍ଦର କରିଥାଏ l ଏହା ପ୍ରାକୃତିକ ଭାବରେ ତ୍ୱଚାକୁ ଆକର୍ଷଣୀୟ ଓ ସୁନ୍ଦର କରିଥାଏ l ଗାଧୋଇବା ସମୟରେ ଆପଣ ମହୁ ସହିତ ଚିନି ମିଶାଇ ଫୁଟ ସ୍କ୍ରବ ଭାବରେ ବ୍ୟବହାର କରି ପାଦକୁ ସୁନ୍ଦର ରଖନ୍ତୁ l

Leave A Reply