Odisha news

କରୋନା ଓ ଆର୍ଥିକ ମହାସଙ୍କଟ

0

Editorial :ସମଗ୍ର ବିଶ୍ୱରେ ଏବେ ସର୍ବଗ୍ରାସୀ କରୋନର ତାଣ୍ଡବ ଲୀଳା । ସର୍ବମୟ ସୃଷ୍ଟିକର୍ତ୍ତାଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ମଣିଷ ଜୀବ ନିଜର ବିବେକ-ବୁଦ୍ଧି ଥାଇ ସୁଦ୍ଧା ବି କରୋନା କବଳିତ । ତ୍ରସ୍ତ ,ବିବ୍ରତ ଓ ବିଚଳିତ । ତଥାପି ମଣିଷ ତାର ପ୍ରକୋପ ଆଗରେ ହାର ମାନିଯାଇନି । ବରଂ ତା ବିରୋଧରେ ଚଳାଇଛି ଅହରହ ନିରସ୍ତ୍ର ଯୁଦ୍ଧ । ମହାରାକ୍ଷାସକୁ ମୁକାବିଲା କରିବା ସକାଶେ ଆମ ସରକାର ଜାରି କରିଛନ୍ତି ଲକ୍ଡାଉନ ଅର୍ଥାତ ତାଲାବନ୍ଦୀ । ଶାରିରୀକ ଦୂରତ୍ୱ ବା ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ମୁହଁରେ ତୁଣ୍ଡି ବା ମାସ୍କ ଭିଡି ଅଦୃଶ୍ୟ ଦାନବ ବିରୋଧରେ ଲଢେଇ ପାଇଁ ମଣିଷ ଅବତ୍ତୀର୍ଣ୍ଣ ହୋଇଛି ରଣକ୍ଷେତ୍ରରେ ।


ଏହି ମହାବିପତ୍ତି ସମୟରେ ଆମେ ଠିଆ ହୋଇଛେ ଦୋ’ ଛକିରେ । ଏଣେ କୂଅ ତେଣେ ଗଭୀର ଗାତ । ଅର୍ଥାତ ଗୋଟିଏ ପଟେ ଜୀବନ ବଂଚାଇବା ଲାଗି ଯୁଦ୍ଧ, ଅପରପଟେ ଜୀବନ-ଜୀବିକା ପାଇଁ ସଂଘର୍ଷ । ଏ ସ୍ପର୍ଶକାତର କେବଳ ଦୀନହୀନ ଗରିବଗୁରୁବା, ଦିନ ମଜୁରିଆ ଶ୍ରମଜୀବୀ ଅଭାବୀ ନିଃସ୍ୱ ନୁହେଁ, ମଧ୍ୟବର୍ଗର ଲୋକଙ୍କ ପାଇଁ ଆଜୀବିକାର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି କାରଣରୁ ରାଜଧାନୀ ଦିଲ୍ଲୀର ଆନନ୍ଦ ବିହାର ଅଥବା ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଜମା ହୋଇ ପ୍ରବାସୀ ଶ୍ରମଜୀବୀ ଓ ଦିନମଜୁରିଆମାନେ ହୋ-ହଲ୍ଲା,ଗାଳିଗୁଲଜ ଓ ଭତ୍ସନା କରି ଆଇନ ଶୃଙ୍ଖଳାଜନିତ ପରସ୍ଥିତି ସୃଷ୍ଟି କରିଥିଲେ । କିନ୍ତୁ ଯାହା ଲକ୍ଷ କରାଯାଉଛି ,ମଧ୍ୟବର୍ଗଙ୍କ ପ କ୍ଷଧର ହେବା ଲାଗି କେହି ଆସୁନାହାଁନ୍ତି ସାମନାକୁ । ତେବେ ଗୋଟିଏ କଥା ନିହାତି ବୁଝିବାକୁ ପଡିବ ଯେ,ଏହି ଲକଡାଉନ ଯଦି ଏମିତି ଚାଲୁରହେ ସବୁ କାମଧନ୍ଦା ଏକବାରେ ଠପ ହୋଇଯିବ । କେବଳ ଯେ ଗରିବଗୁରୁବା ଖଟିଖିଆ ଲୋକଙ୍କ ଅବସ୍ଥା ବେହାଲ ହେବେ ତାହାନୁହେଁ ,ମଧ୍ୟ ବର୍ଗ ଓ ଉଚ୍ଚବର୍ଗଙ୍କ ବି ତଳିତଳାନ୍ତ ହେବାକୁ ବେଶି ଡେରି ଲାଗିବ ନାହିଁ । ପ୍ରଶ୍ନ ଉଠେ-କାମଧନ୍ଦା ବନ୍ଦ ହୋଇଗଲେ ଲୋକେ ମଜୁରୀ ଓ ଦରମା ପାଇବେ କେମିତି ? ଦରମା ନ ମିଳବା ବା ଛଟେଇ ହେବା ଅଥବା ଚାରିରୀ ଚାଲିଯିବା ଆଶଙ୍କା ବି ଅମୂଲକ ନୁହେଁ ? ଆମ ଆଖପାଖ ଦୃଶ୍ୟ ଉପରେ ଦୃକପାକ କଲେ ବାସ୍ତବତାଟା କଣ ଆମେ ଖୁବ୍ ସହଜରେ ହୃଦୟଙ୍ଗମ କରିହେବ ।

ଆମେ ହୁଏତ ଆମର ଝରକା ଓ ଦୁଆରମୁହଁ କବାଟ ଆଗରେ ସେହି ବିଚରା,ଅସହାୟ ଓ ନିରାଶ୍ରୟଙ୍କ କରୁଣ ଚିକ୍ରାର କାନପାତି ଶୁଣିପାରିବା । ଖାସ ଏଇଥିପାଇଁ ରାଜ୍ୟ ସରକାରମାନେ ପ୍ରଧାନମନ୍ତ୍ରୀଙ୍କ ଲକ୍ଡାଉନ ସମୟ ଅବଧି ବୃଦ୍ଧି ଘୋଷଣାକୁ ସମର୍ଥନ କରି ଏ ଲୋକମାନଙ୍କ ଆଜିବୀକା ସମ୍ପର୍କରେ ନିଜର ଚିନ୍ତା ପ୍ରକଟ କରିଛନ୍ତି । ରାଜ୍ୟ ସରକାରଙ୍କ ପାଇଁ ଆଉ ଏକ ଚିନ୍ତାଜନକ ବିଷୟ ହେଉଛି,ସବୁ କ୍ଷେତ୍ରରେ ଯଦି କାମଧନ୍ଦା ବନ୍ଦ ହୋଇଯାଏ ରାଜ୍ୟ ସରକାରଙ୍କ ଟିକସ ମିଳିବ କୋଉଠୁ ? ଆୟ ନ ଆସିବ ଯଦି ଅତ୍ୟାବଶ୍ୟକ ଖର୍ଚ୍ଚରାଶୀ ମିଳିବ ବା କେଉଁଠୁ ? ଯାହାକି ଭୟଙ୍କର କରୋନା ବ୍ୟାଧି ବିରୁଦ୍ଧରେ ଲଢିବା ପାଇଁ ଅପରିହାର୍ଯ୍ୟ ।
‘ଜୀବନ ରହିବ ,ଦୁନିଆ ବି ରହିବ’-ପ୍ରଧାନମନ୍ତ୍ରୀଙ୍କ ନାରାର ନିିହିତାର୍ଥକୁ ଆମେ ସମସ୍ତେ ମର୍ମେ ମର୍ମେ ଅନୁଭବ କରିବାର ସମୟ ଉପନୀତ । ତେବେ ଏ ଘଡିସନ୍ଧି ମୁହୂର୍ତ୍ତ୍ରେ ସରକାର ଚାରିଆଡୁ ଚାପଗ୍ରସ୍ତ । ଗ୍ରାମାଚଂଳର ଚାଷୀଙ୍କ କହିବା କଥା ହେଲା ,ଘର ଭିତରେ ଆବଦ୍ଧ ହେବା ଓ ଗ୍ରାମର ପରିସର ମଧ୍ୟରେ ବସବାସ ଓ ଚଳପ୍ରଚଳ କରିବା ସେମାନଙ୍କ ପାଇଁ କିଛି ଫରକ ପଡେନା । ଯଦି ଗୋଟିଏ ପରିବାର ଲୋକ ଚାଷଜମିରେ ଫସଲ କାଟିଲା ,କଲେଇ ବା କଟାଫସଲ ବିଡା ଖଳାକୁ ଆଣିଲା ,ତାକୁ ଅମଳକରି ବିକାବିକି କଲା ସେଥିରେ କ୍ଷତି କଣ ? ବିପଦ କଣ ? ଏହାଦ୍ୱାରା କଣ ଶାରିରୀକ ଦୃରତ୍ୱ ବା ସାମାଜିକ ଦୂରତା ପାଳନ ହେବନାହିଁ । ଗ୍ରାମବାସୀଙ୍କ ସମେତ କୃଷି ଓ ଗ୍ରାମୀଣ ଅର୍ଥନୀତିକୁ ଅନୁଧ୍ୟାନ କରୁଥିବା ବିଶେଷଜ୍ଞଙ୍କ ପରାମର୍ଶ-ତାଲାବନ୍ଦ ଯୋଗୁଁ ଗ୍ରାମାଂଚଳରେ ବନ୍ଦଥିବା କାର୍ଯ୍ୟକଳାପକୁ ଏଯାବତ୍ ବସବାସ କରୁଥିବା ଲୋକଙ୍କ ଦ୍ୱାରା ସଂପୂର୍ଣ୍ଣ ରୂପେ ଚାଲୁକରାଯିବା ଉଚିତ । କେବଳ ସେହି ଲୋକମାନଙ୍କୁ ଛାଡି ଯେଉଁମାନେ ବହିରାଗତ । ଏଇ କେଇଟା ଦିନ ତଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନୂତନ ନିୟମ ଘୋଷଣା କରି କହିଛନ୍ତି -ଗାଆଁମୁହାଁ ହେବାକୁ ଇଛା କରୁଥିବା ଯେଉଁମାନଙ୍କର ରକ୍ତ ନମୁନା ଟେଷ୍ଟ ବା ପରୀକ୍ଷା କରାଯାଇଛି କେବଳ ସେଇ ଲୋକଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏବେ ସେମାନଙ୍କଠାରେ ଭାଇରସ ଲକ୍ଷଣ ଦେଖା ନ ଯିବାରୁ ସେମାନଙ୍କୁ ଗାଆଁ ପର୍ଯ୍ୟନ୍ତ ପହଁଚାଇବା ଲାଗି ବସର ସୁବନେ୍ଦାବସ୍ତ କରାଯାଇଛି ।
ଗାଆଁ ହେଉ କି ସହର, ଆପଣାର ମହାର୍ଘ ଜୀବନକୁ ନେଇ ଚିନ୍ତାରେ ଘାରିହୁଏ ପ୍ରତ୍ୟେକ ମଣିଷ । କିନ୍ତୁ ସହରରେ ପ୍ରବାସୀ ଛୋଟ-ଛୋଟ ବ୍ୟବସାୟୀ ବିଶେଷତଃ ଗରୀବ ଓ ଦିନ ମଜୁରୀଆଙ୍କ ପାଇଁ ଶାରିରୀକ ବା ସାମାଜିକ ଦୂରତା ଅବଲମ୍ବନ କରିବା କାଠିକର ପାଠ । କାରଣ ମହାନଗର ଓ ସହରରେ ଗୋଟିଏ ଛୋଟ କୋଠରୀରେ ଆଠ-ଦଶ ସରିକି ଲୋକ ଖୁନ୍ଦାଖୁନ୍ଦି ହୋଇ ରହୁଛନ୍ତି । ଏବେ ସେମାନଙ୍କୁ ଯଦି ସେଇ କୋଠରୀ ଭିତରେ ଆବଦ୍ଧ କରି ରଖାଯାଏ ତେବେ ସାମାଜୀକ ଦୂରତ୍ୱ ରକ୍ଷା ହେବ କେମିତି ? ବର୍ତ୍ତମାନ ସମୟରେ ସେମାନଙ୍କୁ ଯଦି ସେଠୁ ତଡିଦିଆଯାଏ ତେବେ ସେମାନେ ଯିବେ କୁଆଡେ ? ଏଭଳି ସ୍ଥିତିରେ ସର୍ବଶ୍ରେଷ୍ଠ ବିକଳ୍ପ ହେଉଛି ପ୍ରତିଟି ଜାଗାରେ ଏମିତି କିଛି କାମ ଆରମ୍ଭ ହେବା ଦରକାର, ଯଦ୍ୱାରା ଲୋକଙ୍କୁ ସାହାଯ୍ୟ ସୁବିଧା ମିଳିପାରିବ । ଭିନ୍ନ ଅର୍ଥରେ କହିଲେ ସବୁ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ-ଶୃଙ୍ଖଳ ପୁଣିଥରେ ଆରମ୍ଭ ହେବା ଦରକାର । ବଡ ବଡ କଳକାରଖାନାଗୁଡିକ ପ୍ରାୟତଃ ମହାନଗର ତଥା ସହର ବାହାରେ ଅବସ୍ଥିତ । ସର୍ବନିମ୍ନ କର୍ମଚାରୀ ତଥା ଶ୍ରମିକମାନେ କଳକାରଖାନାରେ କାମ କରିବା ଆବଶ୍ୟକ । ଆଉ ମଧ୍ୟ ଯେଉଁ ଲୋକମାନଙ୍କୁ କାମପାଇଁ ଡକାଯାଉଛି ସେମାନଙ୍କର ଶୋଇବା ,ଖାଇବା ଓ ଗାଧୋଇବା ପାଇଁ ଆଖପାଖ ଜାଗାରେ ବନେ୍ଦାବସ୍ତ କରାଯିବା ବାଂଛନୀୟ । ଯଦ୍ୱାରା ସେମାନେ ବାହାରେ ଯେମିତି କାହାରି ସହିତ ମିଶି ନ ପାରିବେ ।
ଆମ ଦେଶର ଅର୍ଥନୀତି ଉପରେ ଲକ୍ଡାଉନ ବା ତାଲାବନ୍ଦୀରେ ଯେଉଁ ପ୍ରତିକୂଲ ପ୍ରଭାବ ପଡିବ ତାହା ବେଶ୍ ଅନୁମେୟ । ଅନ୍ତର୍ରାଷ୍ଟୀୟ ମୁଦ୍ରାପାଣ୍ଟିର କହିବା କଥା-ଭାରତର ବିକାଶ ଅଭିବୃଦ୍ଧି ହାର ହ୍ରାସପାଇ ୧.୯ ପ୍ରତିଶତରେ ସ୍ଥିର ରହିବାର ଆଶଙ୍କା ରହିଛି । ସବୁଠାରୁ ଉଦବେଗଜନକ କଥା ହେଉଛି, ବିଶ୍ୱ ଏବେ ମାନ୍ଦାବସ୍ଥା ଆଡେ ମୁହାଁଉଛି । ଏହା ୧୯୩୦ର ଆର୍ଥିକ ମହାସଙ୍ଗଟ ପରବର୍ତ୍ତୀ ସବୁଠାରୁ ବଡ ସଙ୍କଟ । ବାର୍କଲେଜ ମତ–ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଭାରତ ବିକାଶ ଅଭିବୃଦ୍ଧି ହାର ଶୂନ୍ୟ ରହିବ । କିନ୍ତୁ ବର୍ତ୍ତମାନ ପରୀପ୍ରେକ୍ଷୀରେ ଏହି ପରିସଂଖ୍ୟାନ ତଥା ଅନୁମାନ ନିରାଧାରା ଓ ଭିତ୍ତିହୀନ । ଯେପର୍ଯ୍ୟନ୍ତ ପୃଥିବୀରେ ମହାମାରୀ କରୋନା ନାଶ ନ ହୋଇଛି ସେ ସମୟ ପର୍ଯ୍ୟନ୍ତ ଏହାଦ୍ୱାରା କେତେ ଲୋକସାନ କେତେ ହୋଇଛି ଆଉ ହେବ କହିବା ବଡ ମୁସ୍କିଲ । ଏଣୁ ଏକଥା ଆମକୁ ଜାଣିବାକୁ ହେବ ଯେ, ଆନ୍ତର୍ଜାତିକ ମୁଦ୍ରାପାଁଠି ଯେଉ ଆର୍ଥିକ ମହାସଙ୍କଟ କଥା ଉଲ୍ଲେଖ କରିଛନ୍ତି ସେଥିରେ ସମଗ୍ର ବିଶ୍ୱର ଜିଡିପି ହାର ୨୬ ପ୍ରତିଶତ ହ୍ରାସ ପାଇଥିବା ବେଳେ ପାଖାପାଖି ଏକ ଚତୁର୍ଥାଂଶ ଲୋକ ରୋଜଗାର ହରାଇ ବସିଥିଲେ ।
ମାନବଜାତି ସମ୍ମୁଖରେ ଦ୍ୱତୀୟ ଯୁଦ୍ଧ ପରେ ଏହି ନିରସ୍ତ୍ର ଯୁଦ୍ଧ ବଡ ବିପଦ ବୋଲି କିଛିମାସ ଧରି ଅଧିକାଂଶ ଲୋକଙ୍କ ମଧ୍ୟରେ ଗରମାଗରମ ଆଲୋଚନା ହେଉଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଏକଥା ସ୍ୱୀକାର କରିବାକୁ ହେବ ଯେ, ୟାଠାରୁ ଆଉ କୌଣସି ଯୁଦ୍ଧ ବିପଜ୍ଜନକ ନୁହେଁ । ଏଣୁ ଏହି ପ୍ରାଣଘାତକ ମହାମାରୀ କରୋନାକୁ ମୁକାବିଲା କରି ଆର୍ଥିକ ମହାସଙ୍କଟ ଆଶଙ୍କାକୁ ଦୂର କରିବାକୁ ଆମେ ସମଷ୍ଟିଗତ ଭାବେ ଅଣ୍ଟା ଭିଡିବାକୁ ହେବ । ଖୁବ୍ ସଜାଗ ଓ ସତର୍କ ହୋଇ ଲୋକଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ହେବ । ବିଶେଷତଃ ସହରାଚଂଳରେ କଟକଣା ପ୍ରତିବନ୍ଧକକୁ ଢିଲା କରିବା ପରବର୍ତ୍ତେ କଡାକଡି କରାଯିବା ବାଂଛନାୟ । ଏହି ମହାବିପତ୍ତି ସମୟରେ ଲକଡାଉନ ବ୍ୟତୀତ ହଟସ୍ପର୍ଟ ଇଲାକାଗିଡିକରେ ଯେଉଁ କାଯ୍ୟକଳାକ ଚାଲୁରହୁଛି ତାହା ଅତ୍ୟନ୍ତ ବିପଜଜନକ ।
ପ୍ରସଙ୍ଗତଃ ,ଆଊ ଗୋଟିଏ ଗୁରୁୁତ୍ୱପୂର୍ଣ୍ଣ ସ୍ମରଣରେ ରଖିବାକୁ ହେବ-ଏହି ପ୍ରାଣାନ୍ତକ କୋଭିଡ-୧୯ ଆତଙ୍କରେ ଘାବୁରେଇଯାଇ ହଇରାଣ ହରକତ ହେଉଥିବା ଲୋକଙ୍କୁ ସେମାନଙ୍କ ଘରେ ପହଁଚାଇ ଦେବାର ବନେ୍ଦାବସ୍ତ । ସୁରତ ସୂତାକଳରେ କାମ କରୁଥିବା ଶ୍ରମିକଙ୍କ ବିକ୍ଷୋଭ ଓ ମହାରାଷ୍ଟ୍ରର ବାନ୍ଦ୍ରାରେ ପ୍ରବାସୀ ମଜୁରୀଆ ଓ ଶ୍ରମିକମାନଙ୍କ ମେଳି ଏବଂ ତତ୍ପରବର୍ତ୍ତୀ ସରକାଙ୍କୁ ଭର୍ତ୍ସନା ଓ ଗାଳିଗୁଲଜ କରିବା ଏହାର ଗୋଟିଏ ଗୋଟିଏ ଜ୍ୱଳନ୍ତ ଉଦାହରଣ । ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରରେ ଏମିତି ହଜାର ହଜାର ଲୋକ ବେହାଲ ଅବସ୍ଥାରେ ଅଛନ୍ତି ଯେଉଁମାନଙ୍କର ଧୈଯ୍ୟର ବନ୍ଧ ତୁଟିଯିବା ଉପରେ । ଏଥିପାଇଁ ରକ୍ତ ନମୁନା ଟେଷ୍ଟ ବା ପରୀକ୍ଷା ପରେ ଯେଉଁମାନେ କରୋନା ଆକ୍ରାନ୍ତ ନୁହଁନ୍ତି ସେମାନଙ୍କୁ ନିଜ-ନିଜର ଘରକୁ ପଠେଇ ଦେବାକୁ ସମ୍ପୃକ୍ତ ରାଜ୍ୟ ସରକାର ଆଡୁ ପଦକ୍ଷେପ ନିଆଯିବା ଦରକାର ।

Leave A Reply