ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନିଆଯାଇଛି : ମନ୍ତ୍ରୀ ଡ. ସାହୁ , ଅଧିକାରୀ ଓ କର୍ମଚାରୀମାନଙ୍କୁ ସଦର ମହକୁମା ନଛାଡ଼ିବା ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର : ୧୭ ଅପ୍ରେଲ୍,୨୦୨୦: କରୋନା ଭୂତାଣୁ (କୋଭିଡ୍-୧୯) ସଂକ୍ରମଣ ମୁକାବିଲା କରିବା ନିମନ୍ତେ ଭାରତ ସମେତ
ସାରା ରାଜ୍ୟରେ ଲକ୍ ଡାଉନ୍ (ତାଲାବନ୍ଦ) ଜାରି କରାଯାଇଥିବାବେଳେ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅପ୍ରେଲ ୧୩ ତାରିଖରୁ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ର ଯଥା ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ ଲକ୍ ଡାଉନ୍ କଟକଣାରୁ ମୁକ୍ତ ରଖାଯିବା ସଂପର୍କରେ ମାର୍ଗଦର୍ଶିକା ଜାରି କରାଯାଇଛିା ମାଛ, ମାଂସ, ଅଣ୍ଡା, ଦୁU ଆଦିକୁ ଅତ୍ୟାବଶ୍ୟକ ଦ୍ରବ୍ୟ ଭାବରେ ଘୋଷଣା କରାଯିବା ସହିତ ଏହାର ଉତ୍ପାଦନ, ବିକି୍ରବଟା ଓ ପରିବହନକୁ କୋହଳ କରାଯାଇଥିବା ପରିପ୍ରେକ୍ଷୀରେ ଆସନ୍ତା ଦିନଗୁଡ଼ିକରେ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ ତା’ର ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କୃଷି ଓ
କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା ଆଜି ଲୋକସେବା ଭବନଠାରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହିତ ଜିଲ୍ଲାର ସଦ୍ୟତମ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲୋ ଜିଲ୍ଲାରେ ମାଛଚାଷ, ମାଛଧରା ଓ ଏହାର ବିକି୍ର ଏବଂ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସାଳୟ ଆଦି କ୍ଷେତ୍ର ଖୋଲା ରହିବା ଦିଗରେ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛିା ସାମାଜିକ ଦୂରତ୍ୱ ନିୟମକୁ ମାନି ଆନୁଷଙ୍ଗିକ କ୍ଷେତ୍ରର ସମସ୍ତ କାର୍ଯ୍ୟ କରାଯିବା ଜିଲ୍ଲାଠାରୁ ଆରମ୍ଭ କରି ବ୍ଲକ୍ ଏବଂ ପଞ୍ଚାୟତ ସ୍ତରରେ ଥିବା ସମସ୍ତ ମତ୍ସ୍ୟ ଓ ପ୍ରାଣୀସଂପଦ ଅଧୀନରେ ଥିବା କାର୍ଯ୍ୟାଳୟଗୁଡ଼ିକ ପୂର୍ବପରି କାର୍ଯ୍ୟ କରିବ ଏବଂ ଅଧିକାରୀ ଓ କର୍ମଚାରୀମାନେ ସଦରମହକୁମା ଛାଡ଼ି ଯାଇପାରିବେ ନାହିଁ । କ୍ଷେତ୍ର ଅଧିକାରୀମାନେ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ନେଇ ଚାଷୀ ଓ ଖାଉଟିମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲୋ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାଗୁଡ଼ିକ ସଂପର୍କରେ ଅବଗତ ହୋଇ ତୁରନ୍ତ ସେଗୁଡ଼ିକର ସମାଧାନ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲୋ ଏପରି ଏକ ବିଶେଷ ପରିସ୍ଥିତିର ମୁକାବିଲା ପାଇଁ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲୋ ସ୍ଥିତିରେ ସୁଧାର ଆଣିବା ଦିଗରେ ଜିଲ୍ଲା ନିମନ୍ତେ ନିୟୋଜିତ ନୋଡାଲ ଅଧିକାରୀମାନେ ପ୍ରତ୍ୟେକ ଦିନ ଜିଲ୍ଲାସ୍ତରୀୟ ଏବଂ ତୃଣମୂଳସ୍ତରର ଅଧିକାରୀମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବା ପାଇଁ ମନ୍ତ୍ରୀ ଡଃ. ସାହୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକ ରେ କୃଷି ଉତ୍ପାଦନ କ ମିଶନର ତ ଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶୀ୍ର ପ୍ରଦୀପ୍ତ କୁମାର ମହାପାତ୍ର ଜନସାଧାରଣଙ୍କ ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ମାଛ, ମାଂସ, ଅଣ୍ଡା ଆଦି ଖାଇବା ବିଷୟରେ ଥିବା କିଛି ଭ୍ରାନ୍ତ ଧାରଣାକୁ ଦୂର କରିବା ନିମନ୍ତେ ବ୍ୟାପକ ଜନସଚେତନତା କାର୍ଯ୍ୟ କରିବା ପାଇଁ କହିଥିଲୋ ମତ୍ସ୍ୟ ଓ ପ୍ରାଣୀପାଳନ ଆଦି ଆନୁଷଙ୍ଗିକ କ୍ଷେତ୍ର ଗ୍ରାମ୍ୟ ଅର୍ଥୀନତିର ଏକ ପ୍ରମୁଖ ଅଙ୍ଗ ଏବଂ ଲୋକମାନଙ୍କର ଜୀବିକା ଅର୍ଜନର ମାଧ୍ୟମା ତେଣୁ ସ୍ଥିତିକୁ ସୁଧାରିବା ନିମନ୍ତେ ଜିଲ୍ଲାସ୍ତରରେ ଯୋଜନା ପ୍ରସ୍ତୁତ କରି ସ୍ଥାନୀୟ ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲୋ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କ ମିଶନର ତ ଥା ଶାସନ ସଚିବ ଶ୍ରୀ ଆର.୍ ର ଘୁପ୍ରସାଦ କହିଲେ ଜିଲ୍ଲାସ୍ତରରେ ଥିବା ସମସ୍ତ ମତ୍ସ୍ୟ ଓ ପ୍ରାଣୀଜାତ ଦ୍ରବ୍ୟର ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟାକରଣ, ପରିବହନ ଓ ବିକି ୍ରବ ଟା ଆଦି ପୂର୍ବଭଳି ଚାଲୁ ରହିବା ଗୋଖାଦ୍ୟ, କୁକୁଡ଼ା ଖାଦ୍ୟ, ମାଛ ଚାଷ ଆଦି ଅତ୍ୟାବଶ୍ୟକ ଖାଦ୍ୟର ଉତ୍ପାଦନ ଏବଂ ବିକି୍ରବଟା କାର୍ଯ୍ୟ ଚାଲୁରହିବା ସମସ୍ତ ପ୍ରାଣୀ ଚିକିତ୍ସାଳୟ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ବ୍ୟବସ୍ଥା, ଲାଇଭ୍ଷ୍ଟକ୍ ସେଣ୍ଟର, କୃତି୍ରମ ପ୍ରଜନନ କେନ୍ଦ୍ର, ଟୀକାକରଣ, ଆଦି ସମସ୍ତ ପ୍ରାଣୀସମ୍ପଦ ସେବା ବ୍ୟବସ୍ଥା ଖୋଲାରହିବା ଗୋଶାଳାଗୁଡ଼ିକ ଖୋଲାରହିବ ଓ ବୁଲା
ପଶୁମାନଙ୍କୁ ଖାଦ୍ୟ ଯୋଗାଇଦେବା ନିମନ୍ତେ ବିଶେଷ ବ୍ୟବସ୍ଥା କରାଯାଇଛି ବୋଲି ଶାସନ ସଚିବ କହିଥିଲୋ ଏଥି ସହିତ ମଧୁରଜଳ, ଖାରିପାଣି, ସାମୁଦି୍ରକ ମତ୍ସ୍ୟ ଉତ୍ପାଦନ, ବରଫକଳ, ମାଛଧରା ବନ୍ଦର, ମାଛ ନିଲାମ ଆଦି ପୂର୍ବ ଭଳି ଚାଲୁ ରହିବ ବୋଲି ସେ କହିଥିଲୋ ବୈଠକ ରେ ଅନ୍ୟମାନ ଙ୍କ ମଧ୍ୟରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶୀ୍ର
ରନିାକର ରାଉତ, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲୋ