Odisha news

କୋଠର ନିୟମ ଭିତରେ କାର୍ଯ୍ୟକ୍ଷମ ହେବ ଆଧାର କେନ୍ଦ୍ର

0

ଛତ୍ରପୁର 14/5: କୋଭିଡ-୧୯ର ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ୨୦ ମାର୍ଚ୍ଚଠାରୁ ରାଜ୍ୟର ସମସ୍ତ ଆଧାରଣ କେନ୍ଦ୍ରକୁ ବନ୍ଦ କରିଦିଆଯାଇଥିଲା । ହେଲେ ଏବେ ହିତାଧିକାରୀଙ୍କ ଆବଶ୍ୟକତା ଓ ବିଭିନ୍ନ ଯୋଜନାରୁ ସେମାନେ ବଂଚିତ ହେଉଥିବା ଦୃଷ୍ଟି କୋଣରୁ ରାଜ୍ୟରେ ପୁଣି ଥରେ ଆଧାର କେନ୍ଦ୍ରଗୁଡ଼ିକ ଚାଲୁ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ତଥା ସିଇଓ ମନୋଜ କୁମାର ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦିଷ୍ଟ ଗାଇଡଲାଇନ ପାଳନ କରି ଆଧାର କେନ୍ଦ୍ରଗୁଡ଼ିକ ଚାଲୁ କରିବା ପାଇଁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି ।

ଏହି କ୍ରମରେ ଆଧାର କେନ୍ଦ୍ରର କର୍ମଚାରୀମାନେ କିପରି ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବେ ଓ କେନ୍ଦ୍ରରେ ସତର୍କତା ପାଳନ କରିବେ, ତାହା ଉପରେ ଗୁରୁତ୍ୱ ଦିଆଯିବା ସହ ସାମାଜିକ ଦୂରତା ରକ୍ଷା ସହ ସାବୁନରେ ହାତ ଧୋଇବା, ମାସ୍କ ପରିଧାନ କରିବାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ପ୍ରତିଥର ବ୍ୟବହାର ପରେ ବାୟୋମେଟ୍ରିକ ଡିଭାଇସକୁ ସାନିଟାଇଜର ଜରିଆରେ ସଫା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କାଶ, କଫ, ଜ୍ୱର ପରି ଲକ୍ଷଣ ଥିବା ହିତାଧିକାରୀମାନଙ୍କୁ କେନ୍ଦ୍ରକୁ ନଆସିବା ପାଇଁ କୁହାଯିବା ସହ ବ୍ୟକ୍ତିଗତ ସ୍ତରରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି କେନ୍ଦ୍ରକୁ ଆସିବା ପାଇଁ ହିତାଧିକାରୀମାନଙ୍କୁ ଅନୁରୋଧ କରାଯାଇଛି ।

IEC 2 years
Leave A Reply