Odisha news

ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ପାଇଥିବା ଆର୍ଥିକ ସହାୟତା : ଗଞ୍ଜାମ ଜିଲ୍ଲାର 6ଜଣ ରୋଗାଗ୍ରସ୍ଥ ଲୋକଙ୍କୁ ଚିକିତ୍ସା ପାଇଁ ସି ଏମ ଆର ଏଫ ରୁ ଆର୍ଥିକ ସହାୟତା

0

ଛତ୍ରପୁର 14/5:ଗରିବ ଓ ନିରାଶ୍ରୟ ଲୋକେ ଅସୁସସ୍ଥା ଓ ରୋଗାଗ୍ରସ୍ଥର ଚିକିତ୍ସା କରିବା ଲାଗି ଅର୍ଥ ସାଜିଥାଏ ବାଧକ  । ଏଭଳିସ୍ଥଳରେ ଅନେକ ଲୋକ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ସହାୟତ ଲୋଡିଥାନ୍ତି  । ଏହି କ୍ରମରେ ଅନେକ ଲୋକେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଆର୍ଥିକ ସହାୟତା ପାଇଁ ମଧ୍ୟ ଆବେଦନ କରିଥାନ୍ତି  ।

ବିଭିନ୍ନ ଜିଲ୍ଲାର ଲୋକେ ଏହି ସହାୟତା ପାଇଁ ଆବେଦନ କିରୁଚନ୍ତି  । ତେବେ ଦୂରାରୋଗ୍ୟରେ ପୀଡିତ ମାନେ ଗଞ୍ଜାମ ଜିଲ୍ଲାରୁ ମଧ୍ୟ ସହାୟତା ପାଇଁ ଆବେଦନ କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ(ସି ଏମ ଆର ଏଫ )ରୁ ଜିଲ୍ଲା 6ଜଣ ଯୋଗୀନ୍ଦ୍ର ଦଳାଇଙ୍କୁ ଏକ ଲକ୍ଷ, ନରସିଂହ ମହାନ୍ତିଙ୍କୁ ଏକ ଲକ୍ଷ, ରାସ ବିହାରୀ ମିଶ୍ରଙ୍କୁ 70 ହଜାର,ପାର୍ବତୀ ମହାରଣାଙ୍କୁ 45 ହଜାର , ବିଜନ କୁମାର ନାୟକଙ୍କୁ ଏକ ଲକ୍ଷ ଓ ପ୍ରକାଶ ଚନ୍ଦ୍ର ପୁହାଣଙ୍କୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର  ।

ଏହି ଆର୍ଥିକ ସହାୟତା ଯୋଗାଇ ଦେବା ପରେ ଆଜି ଏହାର ଏକ ତାଲିକାକୁ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ପାଇଥିବା ଆର୍ଥିକ ସହାୟତା ପରେ ଆବେଦନକାରୀ ମାନେ ନିଜ ନିଜର ସ୍ୱାସ୍ଥ୍ୟରେ ଚିକିତ୍ସା କରିବେ  । ଏଥିପାଇଁ ଆର୍ଥିକ ଅନଗ୍ରସର ଲୋକଙ୍କୁ ସ୍ୱାସ୍ଥ୍ୟ ଜନୀତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ମହଲରେ କୃତଜ୍ଞତା ଜଣାଯାଇଛି  ।

Leave A Reply