Odisha news

ଜାରି ହେଲା କୋବିଡ଼-୧୯ର ନୂତନ ନିୟମାବଳୀ

0

ଭଦ୍ରକ : ରାଜ୍ୟ ସରକାର କୋବିଡ଼ – ୧୯ର ନୂତନ ନିୟମାବଳୀ ଜାରି କରିଛନ୍ତି । ଏହାକୁ ଜିଲ୍ଲାପାଳ ଭଦ୍ରକ ଜିଲ୍ଲାରେ ପାଳନ କରିବା ପାଇଁ ନିଦେ୍ର୍ଦଶନାମା ଜାରି କରିଛନ୍ତି । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଡ. ଦାସ ସୂଚନା ଦେବା ସହିତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ବ୍ଲକ ସ୍ତରର ଅôଧକାରୀ, ସରପ ମାନେ ଏହାକୁ ପାଳନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ବିଶେଷ କରି କେତେକ ପଂଚାୟତରେ ସରପଂଚ, କେନ୍ଦ୍ର ଅଧିକାରୀମାନେ କ୍ୱାରେନଟାଇନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କୁ ଅବଧି ପୂରଣ ପୂର୍ବରୁ ଘରକୁ ଛାଡିଦେଉଥିବା ଅଭିଯୋଗର ଆଲୋଚନା କରିବା ସହ ସରପ ଓ ସଂପୃକ୍ତ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀମାନେ ଏଥିପ୍ରତି ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ । ସେହିପରି ଗ୍ରାମାଂଚଳରେ ଯେଉଁମାନେ ଗୃହ ସଂଗରୋଧରେ ରହିବାକୁ ଯୋଗ୍ୟ ସେମାନଙ୍କୁ ତାଙ୍କ ଗୃହରେ ଆବଶ୍ୟକ ସୁବିଧା ଯଥା ପୃଥକ କୋଠରୀ, ପୃଥକ ଶୌଚାଳୟ ଓ ଆନୁସଂଗିକ ସୁବିଧା ନ ଥିଲେ ମଧ୍ୟ ସେମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ଅନୁମତି ଦେଉଥିବାରୁ ଜିଲ୍ଲାପାଳ ଡ. ଦାସ ଉଦ୍ବେଗ ପ୍ରକଟ କରିଥିଲେ । ପୁଣି କେତେକ ସଂଗରୋଧ କେନ୍ଦ୍ରର ଅନ୍ତେବାସୀ ସଂଗରୋଧରେ ଥାଇ ବାହାରେ ବୁଲୁଥିବାର ଅଭିଯୋଗ ଆସୁଥିବା କଥା ଜିଲ୍ଲାପାଳ ପ୍ରକାଶ କରିବା ସହ ଏହାର ପନରାବୃତି ନ ହେବାକୁ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ରାଜ୍ୟ ସରକାର ପ୍ରଣୟନ କରିଥିବା ନୂତନ ଗାଇଡ ଲାଇନ ବିଷୟରେ କହିବାକୁ ଯାଇ ସୂଚନା ଦେଇଥିଲେ ଯେ ଏଣିକି ଗ୍ରାମା ଳରରେ ପ୍ରତି ବ୍ଲକରେ ଓ ସହରା ଳରେ ପ୍ରତି ୱାର୍ଡରେ କୋବିଡ଼ କେୟାର ହୋମ୍ (ସିସିଏଚ୍) ପ୍ରତିଷ୍ଠା କରାଯିବ । ଏହା ୨୦ରୁ କମ୍ ଶଯ୍ୟା ବିଶିଷ୍ଟ ହେବ । କୋବିଡ କେୟାର ସେ ର (ସିସିସି) ଗୁଡିକ ୨୦ ଶଯ୍ୟାରୁ ଅଧିକ ହେବ । ଉଭୟ ସିସିସି ଓ ସିସିଏଚ୍ ଗୁଡିକରେ ଆମ୍ବୁଲାନ୍ସ ସେବା ପ୍ରସ୍ତୁତ ରହିବ । ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ କୋବିଡ଼ ହସ୍ପିଟାଲକୁ ନିଆଯିବ । ବ୍ଲକ ଓ ୱାର୍ଡ ସ୍ତରରେ କଲ ସେ ର ରହିବ । ଜରୁରୀ ସ୍ଥିତି ପାଇଁ ଅକ୍ସିଜେନ ସିଲିଣ୍ଡର ମହଜୁଦ ରହିବ । ଏହି କେନ୍ଦ୍ରର ଦାୟିତ୍ୱ ନେଇଥିବା ସଂସ୍ଥା ରୋଗୀଙ୍କୁ ଗାଇଡ ଲାଇନ ଅନୁଯାୟୀ ଆବଶ୍ୟକ ସୁବିଧା ଯୋଗାଇବେ । ଉଭୟ ରୋଗୀ ଏବଂ କେନ୍ଦ୍ରକୁ ଯାଉଥିବା ସ୍ୱାସ୍ଥ୍ୟକର୍ମୀ ମାସ୍କ, ସାମାଜିକ ଦୂରତ୍ୱ ତଥା ସ୍ୱାସ୍ଥ୍ୟକର୍ମୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦତ ପୋଷାକ ପରିଧାନ କରିବା ବାଧ୍ୟତା ମୂଳକ ବୋଲି ଜିଲ୍ଲାପାଳ କହିଥିଲେ । ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଡ. ଦାସଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର (ରାଜସ୍ୱ), ଉପଜିଲ୍ଲାପାଳ ପୀତାମ୍ବର ସାମଲ, ପିଡି ମଧୁସୂଦନ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର, ଅତିରି୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବାଶିଷ ମହାରଣାଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply