Odisha news

ସରପଞ୍ଚମାନଙ୍କୁ କୋଭିଡ଼-୧୯ ମନ୍ତ୍ର ଦେଲେ ଜିଲ୍ଲାପାଳ

0

ଦଶରଥପୁର, ତା୧୮/୯ : ଦଶରଥପୁର ବ୍ଲକ୍କୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଗସ୍ତ ଅବସରରେ ଦଶରଥପୁର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ର ୩୫ ଗୋଟି ପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କୋଭିଡ଼-୧୯ ସମ୍ପର୍କରେ ପରାମର୍ଶ ଦେଇଛନ୍ତି । କୋଭିଡ଼-୧୯ ଦିନକୁ ଦିନ ଭୟାବହ ପରିସ୍ଥିତି ଆଡ଼କୁ ଗତି କରୁଥିବାବେଳେ ଆମେ ସମସ୍ତେ କିପରି ଏହି କରୋନା କବଳରୁ ନିଜକୁ ରକ୍ଷା କରିପାରିବା ସେ ସମ୍ପର୍କରେ ସଚେତନ ହେବା ନିହାତି ଜରୁରୀ । ପୂର୍ବରୁ କରୋନା ଆକ୍ରାନ୍ତ ବାହାରୁଥିବା ଗ୍ରାମଗୁଡ଼ିକୁ କଣ୍ଟେନମେଣ୍ଟ ଅଞ୍ଚଳଭାବେ ପ୍ରଶାସନ ଘୋଷଣା କରୁଥିବାବେଳେ ଏବେ କିନ୍ତୁ ପରିବର୍ତ୍ତନର ସମୟ ଆସିଛି ।

ଆଉ କଣ୍ଟେନମେଣ୍ଟ ଜୋନ କରାନଯାଇ ନିଜକୁ ନିଜେ କରୋନାର ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇନେବା ସହ ପରିବାରର ସମସ୍ତ ସଦସ୍ୟମାନଙ୍କୁ ମଧ୍ୟ ପରୀକ୍ଷା କରାଇବା ଉଚିତ୍ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଲୋକମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷାକରି ନିଜେ ନିଜେ ସତର୍କତା ଅବଲମ୍ବନ କଲେ କୋଭିଡ଼-୧୯କୁ ଆମ୍ଭେମାନେ ନିଶ୍ଚିତ ପରାସ୍ତ କରିପାରିବା ବୋଲି ଜିଲ୍ଲାପାଳ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ ସହ ଆଇ.ଏସ୍. ପ୍ରୋବେସନର ସଚିନ ପାୱାର, ବିଡ଼ିଓ ନାରାୟଣ ଚନ୍ଦ୍ର ନାୟକ, ବ୍ଲକ୍ ଅଧ୍ୟକ୍ଷା ସୁଜାତା ସାହୁ, ସରପଞ୍ଚ ଇନ୍ଦ୍ରଜିତ ଦାସ, ଝୁନାରାଣୀ ରାୟ, ମନୋରଞ୍ଜନ ଦାସ, ସତ୍ୟଭାମା ମଲ୍ଲିକ, ସୁରେଶ ଜେନା, ପ୍ରତାପ ଜେନା, ଶିଶିର କୁମାର ଧଳ, ଆନନ୍ଦ ଚନ୍ଦ୍ର ବାରିକ, ପ୍ରଶାନ୍ତ ସାହୁ, ସ୍ମିତାରାଣୀ ବିଶ୍ୱାଳ, ଦିଲ୍ଲୀପ ମହାନ୍ତି, ଦିବାକର ସାମଲ, ସୂଚୀସ୍ମିତା ମହାନ୍ତି ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ ।

Nalco
Leave A Reply