Odisha news

ଦଶରଥପୁର : କରୋନା ନେଲା ଆଉ ୨ ଜୀବନ

0

ଦଶରଥପୁର, ତା୧୮/୯ : ଦଶରଥପୁର ବ୍ଲକ୍ରେ କରୋନା ପୁଣି ୨ ଜଣଙ୍କ ଜୀବନ ନେଇଛି । ଏହାକୁ ମିଶାଇ ଏହି ମହାମାରୀ କରୋନାରେ ଏହି ବ୍ଲକ୍ରେ ମୃତୁ୍ୟ ସଂଖ୍ୟା ୮ରେ ପହଞ୍ଚିଛି । ଦଶରଥପୁର ପଞ୍ଚାୟତସ୍ଥ ଦାଣ୍ଡୀସାହି ଗ୍ରାମର ବିଶ୍ୱମ୍ଭର ବେହୁରିଆ(୫୯)ଙ୍କ ସହ ମଙ୍ଗଳପୁର ପଞ୍ଚାୟତ ନାଲମଲ୍ଲିକପାଟଣା ଗ୍ରାମର ପ୍ରହଲ୍ଲାଦ ସାହୁ(୭୦)ଙ୍କ ଜୀବନ ଏହି କରୋନାରେ ଯାଇଛି ।

ଶ୍ରୀ ବେହୁରିଆଙ୍କୁ ଗତ କିଛିଦିନ ଧରି ଜ୍ୱର ହେଉଥିବାବେଳେ ଗତକାଲି ରାତିରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ତାଙ୍କର ଅସୁବିଧା ହେବାସହ ଅବସ୍ଥା ଗୁରୁତର ହୋଇଯାଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ଚିକିତ୍ସା ନିମନ୍ତେ ଜିଲ୍ଲା ସଦରମହକୁମା ଚିକିତ୍ସାଳୟକୁ ନେଇଥିବାବେଳେ ସେଠାରେ ସ୍ୱାବ୍ ଟେଷ୍ଟ ପରେ ତାଙ୍କର କରୋନା ପଜିଟିଭ୍ ଥିବାର ଜଣାପଡ଼ିଥିଲା ।

ପରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଟାଟା କୋଭିଡ଼୍ ମେଡ଼ିକାଲକୁ ପଠାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି । ସ୍ୱର୍ଗତ ଶ୍ରୀ ବେହୁରିଆ ଅଳକୁଣ୍ଡସ୍ଥିତ ବଳଦେଉଜୀଉ ମହିଳା ମହାବିଦ୍ୟାଳୟର ଲାଇବ୍ରେରୀଆନଭାବେ କାର୍ଯ୍ୟ କରୁଥିଲେ । ଅବସର ଗ୍ରହଣ କରିବାକୁ ଆହୁରି ୧ ବର୍ଷରୁ ଉଦ୍ଧ୍ୱର୍ ବାକିଥିଲେ ମଧ୍ୟ ତାଙ୍କର ଏପରି ଆକସ୍ମିକ ମୃତୁ୍ୟ ପରିବାର ସହ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ ବ୍ୟକ୍ତି ଥିବାବେଳେ ସମାଜସେବୀ ଭାବରେ କାର୍ଯ୍ୟ କରୁଥିଲେ ।

ତାଙ୍କର ମୃତୁ୍ୟରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ର, ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ଉପସଭାପତି ସଞ୍ଜୟ ନାୟକ, ବରିଷ୍ଠ ବିଜେପି ନେତା ଅମୀୟକାନ୍ତ ମଲ୍ଲିକ କଂଗ୍ରେସ ସଭାପତି ମନୋର ରାଉତ, ସମ୍ପାଦକ ଶ୍ୟାମସୁନ୍ଦର କର, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ପଣ୍ଡା, ଦଶରଥପୁର ସରପଞ୍ଚ ଇନ୍ଦ୍ରଜିତ ଦାସ, ସମିତି ସଭ୍ୟ ମହେଶ୍ୱର ସାହୁ, ଯୁବନେତା ଦେବେନ୍ଦ୍ର ଦାସ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି

Nalco
Leave A Reply