Odisha news

ଅପ୍ରାକୃତିକ ଯୌନ ସଂପର୍କ କୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ : ସ୍ବାମୀ ଙ୍କ ର ୩୨ ଟି ଦାନ୍ତ ବାହାର୍ କରାଯାଇ କୋର୍ଟ ରେ ଜମା କରା ଯାଉ

0
ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶ ଇନ୍ଦୋର ରୁ ଗୋଟିଏ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ପତ୍ନୀ ନିଜ ସ୍ଵାମୀଙ୍କ ଉପରେ ଆରୋପ ଲଗାଇ କହିଛନ୍ତି ଯେ ତାଙ୍କ ସ୍ଵାମୀ ଅପ୍ରାକୃତିକ ଉପାୟରେ ଯୌନ ସଂପର୍କ ରଖି ତାଙ୍କ ଶରୀରକୁ ନକଲି ଦାନ୍ତ ଦ୍ଵାରା କାମୁଡୁ ଥିଲେ । ସେ ବିବାହ ଦିନ ରାତିରୁ ଏପରି କାର୍ଯ୍ୟ କରିଥିଲେ ।
ଯେତେବେଳେ ଏହି ମାମଲା କୋର୍ଟ କୁ ଗଲା ଜଜ୍ ମଧ୍ୟ ଆଶ୍ଚର୍ୟ୍ଯ ହୋଇ ଗଲେ । ସେତେବେଳେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ସର୍ବ ପ୍ରଥମେ ଉକ୍ତ ବ୍ୟକ୍ତିଙ୍କ ର ୩୨ ଟି ଦାନ୍ତ ବାହାର୍ କରି କୋର୍ଟ ରେ ଜମା କରାଯିବା ଉଚିତ୍ ।
ଉକ୍ତ ମହିଳାଙ୍କ ବିବାହ ଜଣେ ୬୭ ବର୍ଷୀୟ ସୁନା ବ୍ୟବସାୟୀଙ୍କ ସହିତ ହୋଇଥିଲା । ସେହି ମହିଳା ଇନ୍ଦୋର ର ବାସିନ୍ଦା ଅଟନ୍ତି । ବିବାହ ପରେ ମହିଳା ଜଣଙ୍କ ଗୁଜୁରାଟ ଯାଇଥିଲେ ତାଙ୍କ ସ୍ଵାମୀଙ୍କ ସହିତ । ସେ ତାଙ୍କ ସ୍ବାମୀ ଙ୍କ ଠାରୁ ୨୭ ବର୍ଷ ସାନ ଅଟନ୍ତି । ମହିଳାଙ୍କ ର ଏହା ଦ୍ଵିତୀୟ ବିବାହ ଅଟେ । ତାଙ୍କ ସ୍ବାମୀଙ୍କ ର ମଧ୍ୟ ଏହା ଦ୍ଵିତୀୟ ବିବାହ ଥିଲା । ତାଙ୍କ ସ୍ବାମୀଙ୍କ ପାଟି ରେ ଦାନ୍ତ ନ ଥିବାରୁ ସେ ନକଲି ଦାନ୍ତ ଲଗାଇ ଥିଲେ ।
ତେଣୁ ସର୍ବଦା ଯୌନ ସମ୍ବନ୍ଧ ରଖିବା ପରେ ନକଲି ଦାନ୍ତ ରେ ତାଙ୍କ ସ୍ତ୍ରୀଙ୍କୁ କାମୁଡୁ ଥିଲେ । ତାଙ୍କ ପତ୍ନୀ ଏହାକୁ ସବୁବେଳେ ବିରୋଧ କରୁଥିଲେ । ସେତେବେଳେ ତାଙ୍କ ସ୍ଵାମୀ ତାଙ୍କୁ ଧମକ ଦେଇଥିଲା ଯେ ଆମର ବଡ଼ ବଡ଼ ଲୋକ ମାନେ ଚିହ୍ନା ଅଛନ୍ତି । ମହିଳା ଜଣଙ୍କ ଏହାପରେ ଡିସେମ୍ବର ମାସ ଆରମ୍ଭରେ ସେ ସେଠାରୁ ପଳାଇ ଯାଇଥିଲେ । ମହିଳା ଜଣଙ୍କ ବିବାହ ଅକ୍ଟୋବର ମାସ ୨୮ ତାରିଖ ରେ ହୋଇଥିଲା ।
ଉକ୍ତ ମହିଳା ଜଣଙ୍କ ତାଙ୍କ ସ୍ଵାମୀଙ୍କ ବିରୁଦ୍ଧରେ ଅପ୍ରାକୃତିକ ଯୌନ ସଂପର୍କ ରଖିବା ମାମଲା କୁ ନେଇ କେଶ୍ ଦର୍ଜ କରାଇ ଥିଲେ । କୋର୍ଟ ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଛି ଯେ ସର୍ବ ପ୍ରଥମେ ଉକ୍ତ ବ୍ୟକ୍ତି ଙ୍କ ର ନକଲି ଦାନ୍ତ କୁ ଜବତ କରାଯାଇ କୋର୍ଟ ରେ ଦାଖଲ କରାଯାଉ ।
Leave A Reply