Odisha news

ଗବେଷକଙ୍କ ମତ ଓମୀକ୍ରାନ ଠାରୁ ରକ୍ଷା କରିବ ଆପଣଙ୍କ ରୋଷେଇ ଘରର ଏହି ୫ଟି ଜିନିଷ ,ଜାଣିବା ନିହାତି ଜରୁରୀ

0

କୋଭିଡ ଠାରୁ ଦୁରେଇ ରଖିବା ପାଇଁ ଯେପରି ମାସ୍କ ଅନିର୍ବଜ୍ୟ ଅଟେ ସେହିଭଳି ଇମ୍ୟୁନିଟି ବଢାଇବା ମଧ୍ୟ ନିହାତି ଆବଶ୍ୟକ l ଆରମ୍ଭରୁ କୁହା ଯାଇଛି ଯେ ଭିଡ ସ୍ଥାନକୁ ଯିବା ପାଇଁ ସର୍ବଦା ନିଜକୁ ଦୁରେଇ ରଖିବେ l କାରଣ ଭିଡ଼ ସ୍ଥାନରୁ ହିଁ ଭିଭିନ୍ନ ସଂକ୍ରମଣ ବ୍ୟାପି ଥାଏ l ବର୍ତମାନ ସାରା ବିଶ୍ୱରେ କରୋନା ର ତୃତୀୟ ଲହର ଓମୀକ୍ରାନ ନିଜର କାୟା ବିସ୍ତାର କରି ଚାଲିଛି l ଏହି ସଂକ୍ରମଣ ଠାରୁ ନିଜକୁ ଦୁରେଇ ରଖିବା ପାଇଁ ନିଜର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ ରଖିବା ନିହାତି ଆବଶ୍ୟକ ଅଟେ l

ଇମ୍ୟୁନିଟି ବଢାଇବା ପାଇଁ ଅନେକ ଉପାୟ ଗ୍ରହଣ କରାଯାଇ ଥାଏ l ଯେପରିକି :
– ବ୍ୟାୟାମ, ସନ୍ତୁଳିତ ଭୋଜନ , ଇମ୍ୟୁନିଟି ବୃଦ୍ଧି କରୁଥିବା ଡ୍ରିଂକ୍ସ ଇତ୍ୟାଦି l ସେହି ସ୍ଥାନରେ କିଛି ଲୋକ ବଜାରରେ ମିଳୁଥିବା ବିଭିନ୍ନ ଡ୍ରିଂକ୍ସ ଦ୍ୱାରା ନିଜର ଇମ୍ୟୁନିଟି ବଢାଇବାକୁ ପଛାଉ ନାହାନ୍ତି l

ଗବେଷକ ମାନଙ୍କ ମତରେ ଯଦି ଆପଣ ନିଜ ଇମ୍ୟୁନିଟି ବଢାଇବାକୁ ଚାହୁଁଛନ୍ତି ତେବେ ଆପଣ ଘରେ ପ୍ରସ୍ତୁତ କରି କୌଣସି ଡ୍ରିଂକ୍ସ ଦ୍ୱାରା ଏହାକୁ ବୃଦ୍ଧି କରି ପାରିବେ l

* ଡ଼ାଲିଚୀନୀ – ଭାରତୀୟ ମାନଙ୍କ ରୋଷେଇ ଘରେ ରହିଥିବା ଡ଼ାଲିଚୀନୀ ଇମ୍ୟୁନିଟି ବୃଦ୍ଧି କରିବାରେ ରାମବାଣ ଅଟେ l ଶୀତଋତୁରେ ହେଉଥିବା ବିଭିନ୍ନ ସଂକ୍ରମଣ ଠାରୁ ଏହି ଡ଼ାଲିଚୀନୀ ଆମର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ l କରୋନା ମହାମାରୀ ସମୟରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଘରୋଇ ଉପଚାର ରେ ଡ଼ାଲିଚୀନୀ ର ବ୍ୟବହାର ବିଷୟରେ କୁହାଯାଇଛି l

* ଅଦା – ଅଦା ରେ ଆଣ୍ଟି ବାୟୋଟିକ ଓ ଆଣ୍ଟି ଇମ୍ଫଲାମେତରି ଗୁଣ ରହିଛି l ଅଦା ସେବନ କରିବା ଦ୍ୱାରା ଇମ୍ୟୁନିଟି ବୃଦ୍ଧି ହୋଇଥାଏ l ଆପଣ ଯଦି ପ୍ରତିଦିନ ଶୋଇବା ପୂର୍ବରୁ ଅଦାକୁ ଦୁଗ୍ଧରେ ଫୁଟାଇ ସେବନ କରିବେ ଏହା ଆପଣଙ୍କ ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିବ l

* ପିପଳି – ଏଥିରେ ଅନେକ ଔଷଧୀୟ ଗୁଣ ରହିଛି l ନିୟମିତ ଭାବରେ ଏହି କରୋନା ସମୟରେ ପିପଳି କୁ ଗୁଣ୍ଡକରି ମହୁ ସହିତ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହେବା ସହିତ ବିଭିନ୍ନ ଥଣ୍ଡା ଜନିତ ସଂକ୍ରମଣ ରୁ ଆରାମ ମିଳିଥାଏ l

* ଅଁଳା – ଔଷଧୀୟ ଗୁଣରେ ଭରପୁର ଅଟେ ଅଁଳା l ଏହା ଭିଟାମିନ ସି ରେ ଭରପୁର ଅଟେ l ଏହା ଇମ୍ୟୁନିଟି ବଢାଇବାରେ ଅନେକ ମାତ୍ରା ରେ ସାହାଯ୍ୟ କରିଥାଏ l ଗବେଷଣା ରୁ ଜଣା ପଡିଛି ଯେ ଅଁଳା ରେ ଟେନିନ ମାତ୍ରା ଅଧିକ ରହିଥିବା କାରଣରୁ ଏହା ଶରୀରରୁ ହାନି କାରକ ଟକ୍ସିନ କୁ ବାହାର କରିବାରେ ସାହାଯ୍ୟ କରିଥାଏ l ଏହାକୁ ଆପଣ କଞ୍ଚା କିମ୍ବା ପାଉଡର ମଧ୍ୟ ସେବନ କରି ପାରିବେ l

* ହଳଦୀ – ଭାରତର ସମସ୍ତ ବ୍ୟଞ୍ଜନ ରେ ହଳଦୀ ର ପ୍ରୟୋଗ କରାଯାଇ ଥାଏ l ହଳଦୀ ଇମ୍ୟୁନିଟି ବଢାଇବା ସହିତ ସର୍ଦି କାଶ ଓ କଫରୁ ଆରାମ ଦେଇଥାଏ l ତେଣୁ ଶୀତଋତୁ ରେ ଦୁଗ୍ଧ ସହିତ ହଳଦୀ ସେବନ କରିବାକୁ କୁହାଯାଇ ଥାଏ l ହଳଦୀ ରେ ଆଣ୍ଟି ଇମ୍ଫଲାମେତରି ଗୁଣ ରହିଛି ତେଣୁ ବର୍ତମାନ କରୋନା ସମୟରେ ନିୟମିତ ଭାବରେ ହଳଦୀ,ଅଦା ଓ ପାଣିକୁ ଫୁଟାଇ ସକାଳୁ ସେବନ କରନ୍ତୁ l ଇମ୍ୟୁନିଟି ବଢିବା ସହ ଶ୍ୱାସନଳୀ ମଧ୍ୟ ସୁସ୍ଥ ରହିବ l

Leave A Reply

Your email address will not be published.