ଫୁଲନଖରା : କୁରାଙ୍ଗଶାସନ ପଞ୍ଚାୟତ ଅଧିନ ବଡ଼ଝରିଲୋସ୍ଥିତ ମା ଶ୍ୟାମାକାଳୀ ପୂଜା କମିଟି କର୍ମକର୍ନ୍ନାମାନେ ବାରଙ୍ଗ ତହସିଲଦାର ଚୌଧୁରୀ ଜ୍ଞାନାନନ୍ଦ ଦାସଙ୍କୁ କରୋନା ଯୋଦ୍ଧାଭାବେ ସମ୍ମାନିତ କରିଛନ୍ତି। ଏହି ଉପଲକ୍ଷେ ପ୍ରତାପଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ କମିଟି ସଭାପତି ଅନୁପ ସାସମଲ, ଚିନ୍ନରଞ୍ଜନ ଦାସ, ନିତାଇଗୌର ଦାସ, କାଳୀପ୍ରସାଦ ଦାସ, ମନୋରଞ୍ଜନ ଦାସ, ଅଶୋକ ଚକ୍ରବର୍ତ୍ତୀ ଧନୁର୍ଜୟ ସେଠୀ, ରମେଶଚନ୍ଦ୍ର ସ୍ୱାଇଁ, ସୁବୋଧ ପଟ୍ଟନାୟକ, ଅନିଲ ସାସମଲ, ସୁଶାନ୍ତ ସାସମଲ ପ୍ରମୁଖ ନୂତନ ତହସିଲଦାରଙ୍କୁ ଭେଟି ସ୍ୱାଗତ କରିବା ସହିତ ଉନ୍ନରୀୟ ଓ ବୃକ୍ଷ ଚାରା ପ୍ରଦାନ କରି ସମ୍ମାନିତ କରିଥିଲେ ।