ସମଗ୍ର ଦେଶରେ ୨,୫୬,୬୧୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ, ୧୨୪୦୯୪ ଜଣ ସୁସ୍ଥ,୭,୧୩୫ଜଣ ମୃତ୍ୟୁ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା
ନୂଆଦିଲ୍ଲୀ: ଜୁନ୍ ୮ ତାରିଖ ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୨,୫୬,୬୧୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪୦୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ଏହା ସହ ଆଜି ମୃତ୍ୟୁ ସଂଖ୍ୟା ୭,୦୦୦ଟପିଛି | ତାଜା ରିପୋର୍ଟ ଅନୁସାରେ ଦେଶରେ କରୋନା ଆକ୍ରାନ୍ତ ହୋଇ ୭,୧୩୫ଜଣ ମୃତ୍ୟୁବରଣ କରିଥିବା ବେଳେ ଗତ ୨୪ ଘଣ୍ଟାରେ ୯,୯୮୩ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି | ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ଏବେ ୧୨୫୩୮୧ଟି ସକ୍ରିୟ ମାମଲା ରହିଛି |
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୭୫ ଜଣ, ଆସାମରେ ୪ ଜଣ, ବିହାରରେ ୩୦ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୪ ଜଣ, ଦିଲ୍ଲୀରେ ୭୬୧ ଜଣ, ଗୁଜରାଟରେ ୧୨୪୯ ଜଣ, ହରିୟାଣାରେ ୨୮ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୪୧ ଜଣ, ଝାଡ଼ଖଣ୍ଡରେ ୭ ଜଣ, କର୍ଣ୍ଣାଟକରେ ୬୧ ଜଣ, କେରଳରେ ୧୫ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୧୨ ଜଣ, ମହାରାଷ୍ଟ୍ରରେ ୩୦୬୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୯ ଜଣ, ପଞ୍ଜାବରେ ୫୧ ଜଣ, ରାଜସ୍ଥାନରେ ୨୪୦ ଜଣ, ତାମିଲନାଡୁରେ ୨୬୯ ଜଣ, ତେଲେଙ୍ଗାନାରେ ୧୨୩ ଜଣ, ଉତ୍ତରାଖଣ୍ଡରେ ୧୩ ଜଣ, ଉତ୍ତରପ୍ରଦେଶରେ ୨୭୫ ଜଣ ଏବଂ ପଶ୍ଚମବଙ୍ଗରେ ୩୯୬ ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୪୭୦୮), ଅରୁଣାଚଳ ପ୍ରଦେଶ (୫୧), ଆସାମ (୨୫୬୫), ବିହାର (୫୦୮୮), ଚଣ୍ଡିଗଡ଼ (୩୧୪), ଛତିଶଗଡ଼ (୧୦୭୩), ଦାଦର ନଗର ହାୱେଲି (୨୦) ଜଣ, ଦିଲ୍ଲୀ (୨୭୬୫୪), ଗୋଆ (୩୦୦), ଗୁଜରାଟ (୨୦୦୭୦), ହରିୟାଣା (୪୪୪୮), ହିମାଚଳ ପ୍ରଦେଶ (୪୧୩), ଜମ୍ମୁ ଓ କଶ୍ମୀର (୪୦୮୭), ଝାଡ଼ଖଣ୍ଡ (୧୦୯୯) କର୍ଣ୍ଣାଟକ (୫୪୫୨), କେରଳ (୧୯୧୪), ଲଦାଖ (୧୦୩), ମଧ୍ୟପ୍ରଦେଶ (୯୪୦୧), ମହାରାଷ୍ଟ୍ର (୮୫୯୭୫), ମଣିପୁର (୧୭୨), ମେଘାଳୟ (୩୬), ମିଜୋରାମ (୩୪), ନାଗାଲାଣ୍ଡ (୧୧୮), ଓଡ଼ିଶା (୨୮୫୬), ପୁଦ୍ଦୁଚେରୀ (୯୯), ପଞ୍ଜାବ (୨୬୦୮), ରାଜସ୍ଥାନ (୧୦୫୯୯), ସିକିମ୍ (୭), ତାମିଲନାଡୁ (୩୧୬୬୭), ତେଲେଙ୍ଗାନା (୩୫୮୦), ତ୍ରିପୁରା (୮୦୦), ଉତ୍ତରାଖଣ୍ଡ (୧୩୫୫), ଉତ୍ତରପ୍ରଦେଶ (୧୦୫୩୬) ଓ ପଶ୍ଚିମବଙ୍ଗ (୮୧୮୭) ।
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୬୮୨), ଅରୁଣାଚଳ ପ୍ରଦେଶ (୧), ଆସାମ (୬୧୫), ବିହାର (୨୪୮୦), ଚଣ୍ଡିଗଡ଼ (୨୭୩), ଛତିଶଗଡ଼ (୨୮୩), ଦାଦର ନଗର ହାୱେଲି (୨), ଦିଲ୍ଲୀ (୧୦୬୬୪), ଗୋଆ (୬୫), ଗୁଜରାଟ (୧୩୬୩୫), ହରିୟାଣା (୨୧୩୪), ହିମାଚଳ ପ୍ରଦେଶ (୨୨୪), ଜମ୍ମୁ ଓ କଶ୍ମୀର (୧୨୧୬), ଝାଡ଼ଖଣ୍ଡ (୪୯୦), କର୍ଣ୍ଣାଟକ (୨୧୩୨), କେରଳ (୮୦୩), ଲଦାଖ (୫୦), ମଧ୍ୟପ୍ରଦେଶ (୬୩୩୧), ମହାରାଷ୍ଟ୍ର (୩୯୩୧୪), ମଣିପୁର (୫୨), ମେଘାଳୟ (୧୩), ନାଗାଲାଣ୍ଡ(୮), ମିଜୋରାମ (୧) ଓଡ଼ିଶା (୧୮୯୪), ପୁଦ୍ଦୁଚେରୀ (୩୬), ପଞ୍ଜାବ (୨୧୦୬), ରାଜସ୍ଥାନ (୭୬୪୧ ), ତାମିଲନାଡୁ (୧୬୯୯୯), ତେଲେଙ୍ଗାନା (୧୭୧୦), ତ୍ରିପୁରା (୧୯୨), ଉତ୍ତରାଖଣ୍ଡ (୫୨୮), ଉତ୍ତରପ୍ରଦେଶ (୬୧୮୫) ଓ ପଶ୍ଚିମବଙ୍ଗ (୩୩୦୩) ।