ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶରୀର ଅସୁସ୍ଥ ହୋଇଯାଇଛି l କାଲିଠାରୁ ତାଙ୍କୁ ଜ୍ୱର ସହିତ ତାଙ୍କର ଗଳା ଯନ୍ତ୍ରଣା ହେଉଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁବ ଶୀଘ୍ର ନିଜର କୋଭିଡ-୧୯ ପରୀକ୍ଷା କରାଇବେ ବୋଲି ଜଣା ପଡିଛି |
ସୂତ୍ରରୁ ପ୍ରକାଶ ଯେ, ଅରବିନ୍ଦ କେଜ୍ରିୱାଲ କରୋନାଭାଇରସ ସଙ୍କଟ ସମୟରେ ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାକୁ ଦିଲ୍ଲୀବାସୀଙ୍କ ପାଇଁ ସ୍ୱତନ୍ତ୍ର କରିବାକୁ ରବିବାର ଦିନ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ଘୋଷଣା କରିଥିଲେ। କାଲିଠାରୁ ତାଙ୍କର ସମସ୍ତ ବୈଠକ ବାତିଲ କରିଛନ୍ତି ଏବଂ ନିଜକୁ ସଙ୍ଗରୋଧରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଣ୍ଣୟ ନେଇଛନ୍ତି ଯେ ତାଙ୍କ ଅଧୀନରେ ଥିବା ଚିକିତ୍ସାଳୟ ଗୁଡିକରେ ଦିଲ୍ଲୀ ବାସୀଙ୍କ ଚିକିତ୍ସା କରାଯିବ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଚିକତ୍ସାଲୟ ଗୁଡିକରେ ଦିଲ୍ଲୀ ବାହାର ବାସୀଙ୍କର ଚିକିତ୍ସା କରାଯିବ l
ଦିଲ୍ଲୀରେ ବର୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮,୯୩୬ ,ଦିଲ୍ଲୀରେ ବର୍ତ୍ତମାନ ୨୧୯ ଟି କଣ୍ଟନମେଣ୍ଟ ଜୋନ ଅଛି l ୮୧୨ ଜଣଙ୍କର ମୃତ୍ୟୁ ହୋଇଛି,ଦେଶର ରାଜଧାନୀ ଦିଲ୍ଲୀ ଜୁନ ପହିଲା ଠାରୁ ପ୍ରତ୍ୟକ ଦିନ ୧୨00 ରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ସମ୍ମୁଖୀନ କରୁଛି l ଭାରତରେ ୨୪ଘଣ୍ଟା ମଧ୍ୟରେ ୯,୯୮୩ଟି ନୂତନ କୋଭିଡ ମାମଲା ରେକର୍ଡ କରାଯାଇଥିବା ବେଳେ ମୋଟ ମାମଲା ୨.୫୬ ଲକ୍ଷରୁ ଅଧିକ ହୋଇଛି। ଏହା ସହ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ୭,୦୦୦ ଅତିକ୍ରମ କରିଛି।