କରୋନା ଭରିଏଣ୍ଟ ର କଥା ଶୁଣିବା ମାତ୍ରକେ କିଭଳି ଭାବରେ ଗୋଟିଏ ଭୟ ମନରେ ଜାଗ୍ରତ ହୋଇ ଉଠେ l ବରଂ କରୋନା ର ଭୟ ଦୁନିଆରୁ ଯାଇ ସାରିଥିଲେ ସୁଧା ପ୍ରତିଦିନ ନୁଆ ନୂଆ ଭରିଏଣ୍ଟ ଦୁନିଆର ବିଭିନ୍ନ ସ୍ଥାନ ରୁ ଆମ ସମୁଖ କୁ ଆସୁଛି l ବର୍ତମାନ ବ୍ରିଟେନ ରୁ 𝙴𝙶.5.1 ନାମକ ଗୋଟିଏ ନୂଆ ଭରିଏଣ୍ଟ ସମୁଖକୁ ଆସିଛି l ଯାହାର ଅନ୍ୟ ନାମ ହେହୁଛି ଏରିସ l ତେଣୁ ଏହି ଭରିଏଣ୍ଟ କୁ ନେଇ ଭାରତର ମଧ୍ୟ ଚିନ୍ତା ବଢିଛି l
କାହିଁକି ନା ବର୍ତମାନ ବ୍ରିଟେନ ରେ ଶୀତ ଋତୁ ଆରମ୍ଭ ହେବାକୁ ଯାଉଛି l ଏପରି ସ୍ଥିତି ରେ କରୋନା ନୂଆ ଭରିଏଣ୍ଟ କାୟା ବିସ୍ତାର କରିବାରେ ଲାଗିବ l ସୂଚନା ଅନୁଯାୟୀ ଏହି ନୂଆ ଭରିଏଣ୍ଟ ଓମିକ୍ରାନ ର ବଂଶଜ ଅଟେ l ଜୁଲାଇ ମାସରେ ଓମିକ୍ରାନ ର ଏହି ନୂଆ ଭରିଏଣ୍ଟ କୁ ନେଇ ସୂଚନା ମିଳିଲା , ଏହାପରେ ଲୋକ ମାନଙ୍କ ମନରେ ଗୋଟିଏ ପ୍ରକାରର ଭୟ ଛାଇ ଯାଇଛି l
ପ୍ରଥମ ମାମଲା ଜୁଲାଇ ୩ ରେ ସାମ୍ନାକୁ ଆସିଲା ଯିଏ ବି ବାହାରୁ ଆସୁଛନ୍ତି ସେମାନଙ୍କ ର ବିଶେଷ ଭାବରେ ସ୍କାନୀଙ୍ଗ୍ କରଜଉଛି l ବ୍ରିଟେନ ର ୟୁନିଭର୍ସିଟି କଲେଜ ଅଫ ଲଣ୍ଡନ ର ପ୍ରଫେସର ମାନଙ୍କ ସୂଚନା ଅନୁଯାୟୀ ଏହି ଭରିଏଣ୍ଟ ପ୍ରାଣ ଘାତକ ହୋଇପାରେ l
କଣ ରହିଛି ନୂଆ ଭରିଏଣ୍ଟ ଏରିସ ର ଲକ୍ଷଣ -:
– ତଣ୍ଟି ରେ କଫ ଜମିବା
– ନାକରୁ ପାଣି ବୋହିବା
– ଲଗାତାର ଛିଙ୍କ ହେବା
– ଶୁଖିଲା କାଶ
– ମୁଣ୍ଡ ବିନ୍ଧିବା
– କଫ ଯୁକ୍ତ କାଶ
– ସ୍ୱର ରେ ପରିବର୍ତନ
– ମାଂଶପେସି ରେ ଯନ୍ତ୍ରଣା
– ସୁଗନ୍ଧ. ପଳାଇବା
– ପ୍ରଶ୍ୱାସ ନେବାରେ କଷ୍ଟ ହେବା
ଏହି ନୂଆ ଭରିଏଣ୍ଟ ରୁ ରକ୍ଷା ପାଇବାର ଉପାୟ :-
* ଏହି ନୂଆ ଭରିଏଣ୍ଟ ରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ନିହାତି ଆବଶ୍ୟକ l
* ନିଜକୁ ଓ ପରିବେଷ କୁ ସ୍ଵଛ ରଖିବା ସବୁଠୁ ଜରୁରୀ l
* ଏହି ଭରିଏଣ୍ଟ ସାଧାରଣ ଥଣ୍ଡା କାଶ ଦେଖାଇ ବଡ଼ ରୂପ ନେଇଥାଏ l
* ଏହି ସମୟରେ ଉଷୁମ ଖାଦ୍ୟ ଓ ପାନୀୟ ଜରୁରୀ l
* ଇମ୍ୟୁନିଟି ବୃଦ୍ଧି କରିବା ନିହାତି ଆବଶ୍ୟକ l
* ଯଦି କୌଣସି ଲକ୍ଷଣ ଦେଖା ଯାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l