ନୂଆଦିଲ୍ଲୀ : କରୋନାର ପ୍ରକୋପ ବର୍ତ୍ତମାନ ସମୟରେ ସାରା ଭାରତ ବର୍ଷରେ ବ୍ୟାପି ଚାଲିଛି ,ସେହିଭଳି ଦକ୍ଷିଣ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି l ତେଲେଙ୍ଗାନା ରେ ଗତ ୨୪ ଘଣ୍ଟା ମଧ୍ୟରେ ଏହାର ପ୍ରକୋପ ବ୍ୟାପି ଯାଇଛି l କରୋନା ସଂକ୍ରମଣକୁ ଦେଖି ହାଇଦ୍ରାବାଦ ଓ ଏହାର ନିକଟତର ସ୍ଥାନର ଜନ ସାଧାରଣ ମଧ୍ୟ ଏଥିପ୍ରତି ସଜାଗ ହୋଇ ପଦକ୍ଷେପ ଗ୍ରହଣ କରିଛନ୍ତି l ଏହି ଲୋକମାନେ କୋଭିଡ ଚେନ କୁ ଭାଙ୍ଗିବା ପାଇଁ ନିଜ କଲୋନୀରେ ବିଭିନ୍ନ ନିୟମ ଲାଗୁ କରିଛନ୍ତି l
ହାଇଦ୍ରାବାଦରେ ପଦ୍ମଶାଲୀ କଲୋନୀର ଲୋକମାନେ ନିଜ ଘର ଆଗରେ ବ୍ୟାନର ଟାଙ୍ଗୀ ଛନ୍ତି l ଏଥିରେ ସ୍ୱତନ୍ତ୍ର ଭାବରେ ଲେଖା ଯାଇଛି ଯେ କଲୋନୀର କୌଣସି ଲୋକଙ୍କ ଘରକୁ କେହି ବନ୍ଧୁ ପରିଜନ ଆସନ୍ତୁ ନାହିଁ ଓ ଆମେ ମାନେ ମଧ୍ୟ କାହାରି ଘରକୁ ଯିବୁ ନାହିଁ l ଏଠାକାର ଲୋକମାନେ କହିଛନ୍ତି ଯେ ସରକାରଙ୍କ ସହିତ ନାଗରିକ ମାନଙ୍କର ମଧ୍ୟ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l ଏଠାକାର ବ୍ୟକ୍ତିମାନେ କହିଛନ୍ତି ଯେ ଯେତେଦିନ ପର୍ଯ୍ୟନ୍ତ କରୋନା ସ୍ଥିତିରେ ସୁଧାର ଆସିନାହିଁ ସେତେଦିନ ପର୍ଯ୍ୟନ୍ତ ସରକାର କୌଣସି ରାଜନୈତିକ ସମାବେଶକୁ ଅନୁମତି ଦେବା ଉଚିତ ନୁହେଁ l