ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୧୧୭୮୮ରେ ପହଞ୍ଚିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୯୯ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୬୯ଜଣ ସ୍ଥାନୀୟ ସଂକ୍ରମିତ। ଏଣେ ସୁସ୍ଥ ହୋଇ ସାରିଲେଣି ୩୦୧୭୭୭ ଜଣ। ଏବେ ବି ସକ୍ରୟ ଅଛନ୍ତି ୮ ହଜାର ୩୬୬ଜଣ।
ସେହିପରି ରାଜ୍ୟରେ ଆଉ ୧୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।