Odisha news

କରୋନା ଭାଇରସକୁ ନେଇ ଚୀନ-ଆମେରିକା ମୁହାଁମୁହିଁ : କରୋନା ଭାଇରସ୍‌କୁ ନେଇ ଚାଇନାକୁ ଘେରିଲା ସାରା ବିଶ୍ୱ

0

ପେଇଚିଂ: କରୋନା ଭାଇରସକୁ ନେଇ ଚୀନ-ଆମେରିକା ମୁହାଁମୁହିଁ ହୋଇଥିବାବେଳେ ଏବେ ଲଦାଖ ସୀମାନ୍ତକୁ ନେଇ ଭାରତ-ଚୀନ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଖାଲି ଭାରତ, ଆମେରିକା ନୁହେଁଁ,  ଏବେ କରୋନା ଭାଇରସକୁ ନେଇ ସାରା ଦୁନିଆ ଚୀନକୁ ଘେରିଛି। ତଥାପି ଚୀନର ଦିମାକ୍ କମିନି। ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା ନ କରି ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜ ସେନାଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଲାଗି କହିଛନ୍ତି। ଅନ୍ୟପକ୍ଷେ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରି ଦେଇଛି ଯାହା ଚୀନ ପାଇଁ ଏକ ଶକ୍ତ ଧକ୍କା।

ବିଶ୍ୱ ମହାମାରୀ ପାଲଟିଥିବା କରୋନା ଭାଇରସକୁ ନେଇ ଅଧିକାଂଶ ଦେଶ ଚୀନକୁ ସମାଲୋଚନା କରିଛନ୍ତି। କିଛି ଦନ ପୂର୍ବେ WHOର ଏକ ବୈଠକରେ ୟୁରୋପୀୟ ୟୁନିୟନ କରୋନାର ଉତ୍ପତି ସମ୍ପର୍କିତ ଯାଞ୍ଚ ପ୍ରସ୍ତାବକୁ ଚୀନ ବିରୋଧ କରିଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ଅଧିକାଂଶ ଦେଶର ଚାପ ପଡ଼ିବା ପରେ ଚୀନ ଏହି ଯାଞ୍ଚ ପାଇଁ ରାଜି ହୋଇଥିଲା। ଘଟଣାର ଯାଞ୍ଚ କରିବା ପାଇଁ ଚୀନ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ ଏବଂ ବୈଦେଶିକ ମନ୍ତ୍ରୀ ୱାଙ୍ଗା ଇ ଏନେଇ ଘୋଷଣା କରିଥିଲେ।

ଅନ୍ୟପକ୍ଷେ ଆମେରିକା-ଚୀନ ମଧ୍ୟରେ ଚାଲିଛି ଟ୍ରେଡ ୱାର ଯାହା କରୋନା ବିବାଦ ନିଆଁରେ ଘିଅ ପରି କାମ ଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାକୁ ଚୀନ ଭାଇରସ ବା ଉହାନ ଭାଇରସ ବୋଲି ନାମିତ କରି ସାରିଛନ୍ତି। ଏପରିକି କରୋନାକୁ ଚୀନ ହିଁ ବିଶ୍ୱବ୍ୟାପି କରାଇଛି ବୋଲି ଆମେରିକା ଅଭିଯୋଗ କରିଛି। ଏସବ ପରେ ବି ଏହାର ତଦନ୍ତରେ ମଧ୍ୟ ଚୀନ ସହଯୋଗ କରୁନାହିଁ ବୋଲି ଆମେରିକା କହିଛି।

ଏଇ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର କିଛି ଚୀନ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଥିବା ଘୋଷଣା କରିଛନ୍ତି। ସେତିକି ନୁହେଁ, ଆମେରିକା ଇନ୍‌ଭେଷ୍ଟମେଣ୍ଟ ନିୟମକୁ ମଧ୍ୟ କଡ଼ାକଡି କରିବ ବୋଲି ନିଷ୍ପତ୍ତି ନେଇଛି।  କିଛି ଦିନ ତଳେ ଆମେରିକା କଂଗ୍ରେସ ଚୀନ ବିରୋଧରେ କଡା ପଦକ୍ଷେପ ନେବା ପାଇଁ ଏକ ବିଲ ଆଗତ କରିଥିଲେ।

ଏପଟେ ଲଦାଖରେ ସଡ଼କ ନିର୍ମାଣ ନେଇ ଭାରତ-ଚୀନ ମଧ୍ୟରେ ଏବେ ବି ଉତ୍ତେଜନା ଲାଗି ରହିଛି। ସୀମାରେ ଦୁଇ ଦେଶ ନିଜ ନିଜ ସେନାବଳ ଠୁଳ କରି ସାରିଛନ୍ତି। ଏବେ ଚାପ ପଡିବାରୁ ଶାନ୍ତିଦୂତ ସାଜି ବିବାଦର ସମାଧାନ କରିବାକୁ ଆସିଛି।

ଅଷ୍ଟ୍ରେଲିଆ ସହ ମଧ୍ୟ ଚୀନର ବିବାଦ ଚରମ ସୀମାରେ ପହଞ୍ଚିଛି। କରୋନା ଭାଇରସ ଉତ୍ପତିର ଯାଞ୍ଚ ନେଇ ଚୀନ-ଅଷ୍ଟ୍ରେଲିଆ ମଧ୍ୟରେ ମୁହାଁମୁହିଁ ସ୍ଥତି ଉପୁଜିଛି। ଦୁଇ ଦେଶ ପରସ୍ପର ପ୍ରତି ଆକ୍ଷେପ-ପ୍ରତି ଆକ୍ଷେପ କରୁଛନ୍ତି। ଚୀନ କିଛି ଦିନ ତଳେ ଅଷ୍ଟ୍ରଲିଆକୁ ଆମେରିକାର ପୋଷା କୁକୁର କହି ସମ୍ବୋଧନ କରିଥିଲା। ଏହାକୁ ନେଇ ଅଷ୍ଟ୍ରେଲିଆ ନିଜର କ୍ଷୋଭ ପ୍ରକାଶ କରିଥିଲା।  ସୂଚନାଥାଉ କି, ଅଷ୍ଟ୍ରେଲିଆରୁ ଅଧିକ ମାତ୍ରାରେ ଆଣୁଥିବା ଜିନିଷର ଏକ ତାଲିକା ଚୀନ ପ୍ରକାଶ କରିବା ପରେ ଅଷ୍ଟ୍ରଲିଆରୁ ଆଣୁଥିବା ମାଂସ ଉପରେ କଟକଣା ଲଗାଇଥିଲା।

ଚୀନର ପଡୋଶୀ ତାଇବାନ ମଧ୍ୟ ଚୀନର କାର୍ଯ୍ୟକଳାକୁ ନେଇ କ୍ଷୁବ୍ଧ। ରାଷ୍ଟ୍ରପତି ସାଇ ଇଙ୍ଗ ବେନ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଜିତିବା ପରେ ଚୀନର ଅସନ୍ତୋଷ ସୀମା ଲଂଘିଥିଲା। ଏପରିକି ଚୀନ ତାଇବାନ ସୀମାକୁ ନିଜର ୨ଟି ଯୁଦ୍ଧ ଜାହାଜ ପଠାଇଥିଲା ଯେଉଁଥିପାଇଁ ତାଇବାନ-ଚୀନ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ସୂଚନାଥାଉ କି, ତାଇବାନ ସବୁବେଳେ ଚୀନର ଗୋଟିଏ ଦେଶ, ଦୁଇଯି ସିଷ୍ଟମ ପ୍ରଥାକୁ ବିରୋଧ କରି ଆସୁଛି। ଆଉ ଚୀନ ଏଥିପାଇଁ ତାଇବାନକୁ ଯୁଦ୍ଧ ଧମକ ଦେଉଛି।

Leave A Reply