Odisha news

ବିଶ୍ବବ୍ୟାପୀ କରୋନା ସଂକ୍ରମଣ ଦିନ କୁ ଦିନ ବଢ଼ିବାରେ ଲାଗିଛି :ଗୋଟିଏ ଦିନରେ ବିଶ୍ୱବ୍ୟାପୀ ୧,୦୬,୪୦୦ ମାମଲା ସାମ୍ନାକୁ ଆସିବା ସହ ୨୪ ଘଣ୍ଟାରେ ୫୨୦୦ ମୃତ୍ୟୁ

0

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କରୋନା ସଂକ୍ରମଣ ମାମଲାରେ ଅଚାନକ ବୃଦ୍ଧି ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସଂକ୍ରମଣ ଏଭଳି ବୃଦ୍ଧିର ଚେତାବନୀ ଦେଇଥିଲା। ଏହି ଭବିଷ୍ୟବାଣୀ ସତ୍ୟ ହେବା ସହ ଗତକାଲି ଗୋଟିଏ ଦିନରେ ବିଶ୍ୱବ୍ୟାପୀ ୧,୦୬,୪୦୦ ମାମଲା ସାମ୍ନାକୁ ଆସିବା ସହ ୨୪ ଘଣ୍ଟାରେ ୫୨୦୦ ମୃତ୍ୟୁ ରେକର୍ଡ କରାଯାଇଛି। ଏ ମହାମାରୀରେ ଏ ପର୍ଯ୍ୟନ୍ତ ବିଶ୍ବରେ ୩ ଲକ୍ଷ ୫୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। କରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ଆଗକୁ ଆସିବାକୁ ଅଛି ବୋଲି ‘ହୁ’ ଚେତାଇ ଦେଇଛି। ଆଗକୁ ସମସ୍ତ ରାଷ୍ଟ୍ର ସର୍ବାଧିକ ସତର୍କତା ଅବଲମ୍ବନ କଲେ ହିଁ ପରିସ୍ଥିତି ନିୟନ୍ତ୍ରଣ କରିହେବ, ଅନ୍ୟଥା ସଙ୍କଟ ଅତି ଭୟାନକ ରୂପ ନେବ ବୋଲି ‘ହୁ’ର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

କରୋନା ମହାମାରୀ ଯୋଗୁଁ ସର୍ବାଧିକ ପ୍ରଭାବିତ ଆମେରିକାରେ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮ ଶହ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧୯ ହଜାର ନୂଆ ସଂକ୍ରମଣ ମାମଲା ଆସିଛି। ଚୀନ୍‌ରେ କୌଣସି ଲକ୍ଷଣ ନଥାଇ ୨୩ ଜଣ ନୂଆ ଆକ୍ରାନ୍ତଙ୍କୁ ଉହାନରେ ଚିହ୍ନଟ କରାଯାଇଛି। ସ୍ପେନ୍‌ରେ କରୋନା ମୃତ୍ୟୁ ହାର ପୁଣି ବଢ଼ୁଥିବା ଦେଖିବାକୁ ମିଳିଛି। ସ୍ପେନ୍‌ରେ ଦୁଇ ମାସ ମଧ୍ୟରେ ୪୩ ହଜାରରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ରୁଷ୍‌, ବ୍ରିଟେନ୍‌ ଓ ବ୍ରାଜିଲ ଏବେ ବଡ଼ ଧରଣର ସଂକ୍ରମଣକୁ ସାମ୍ନା କରିବା ସହ ଯୁଦ୍ଧକାଳୀନ ପ୍ରୟାସ ଜାରି ରଖିଛନ୍ତି। ବ୍ରିଟେନ୍‌ ସରକାର, ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି।

Nalco
Leave A Reply