Odisha news

ବୋଲଗଡ ବ୍ଲକରେ ଆଉ ୩ଜଣ କରୋନା ରୋଗୀ ଚିହ୍ନଟ:ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଲା

0

ବୋଲଗଡ : କରୋନାମହାମାରୀ ଓଡିଶାରେ ହୁ ହୁ ହୋଇ ବଢୁଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ନୁତନ ଆକ୍ରାନ୍ତଙ୍କ ସଂଖ୍ୟା ଗୁରୁବାର ଦିନ ୧୧ଜଣଙ୍କର ପଜିଟିଭ ବାହାରିଛି । ସେଥି ମଧ୍ୟରୁ ବୋଲଗଡର ୩ଜଣ ଚିହ୍ନଟ ହୋଇଛନ୍ତି । ବଡକୁମାରୀ ପଞ୍ଚାୟତ କ୍ୱାରେଣ୍ଟାଇନ ସେଣ୍ଟରରୁ ୨ଜଣ  । ସେମାନଙ୍କ ଘର ବିଲଖଉରୁଣୀ ଗ୍ରାମର ଓ ବୟସ ୨୪ ଓ ୨୮ବର୍ଷ ଅଟେ । ଓ ଫାସିଓଦା ପଞ୍ଚାୟତ କ୍ୱାରେଣ୍ଟାଇନ ସେଣ୍ଟରରୁ ଜଣେ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଗତ ମଙ୍ଗଳବାର ଦିନ କଳାଙ୍ଗ ପଞ୍ଚାୟତରୁ ୨ଜଣ ଓ ଡାବରଧୁଆ ପାଟଣା ପଞ୍ଚାୟତରୁ ୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଭୁବନେଶ୍ୱରସ୍ଥ ସମ କୋଭିଡ ହସ୍ପିଟାଲକୁ ପଠାଯାଇଥିଲା । ଏହା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏମାନେ ସମସ୍ତେ ପୁରୁଷ ଓ ସୁରାଟ ଫେରନ୍ତା ଓଡିଆ ପ୍ରବାସୀ  ।

ସେମାନେ ନିଜ ନିଜ ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଗୁରୁବାର ସୁଦ୍ଧା ବୋଲଗଡ ବ୍ଲକର ୧୯ଗୋଟି ପଞ୍ଚାୟତରେ ଖୋଲିଥିବା ୨୪ଗୋଟି କ୍ୱାରେଣ୍ଟାଇନ ସେଣ୍ଟରରେ ୪୮୧ଜଣ ପ୍ରବାସୀ ଓଡିଆ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୬ଜଣଙ୍କୁ ହୋମ କ୍ୱାରେଣ୍ଟାଇନକୁ ପଠାଇ ଦିଆଯାଇଛି । ପୂର୍ବରୁ ୨୦ଜଣ ପ୍ରବାସୀ ସିଧାସଳଖ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଫେରିଥିବା ସମସ୍ତ ପ୍ରବାସୀଙ୍କ ମଧ୍ୟରୁ ୨୦୦ଜଣଙ୍କର ସ୍ୱା ନମୁନା ପରୀକ୍ଷାପାଇଁ ପଠାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ବୋଲଗଡ ବ୍ଲକର ୧୯୩୮ଜଣ ପ୍ରବାସୀ ଓଡିଆ ଘରକୁ ଫେରିବା ପାଇଁ ନାମ ପଞ୍ଚିକରଣ କରିଛନ୍ତି । ଆଗାମୀ ଦିନରେ ବୋଲଗଡ ବ୍ଲକରେ ଆହୁରି ଶତାଧିକ ସୁରାଟ ଫେରନ୍ତା ଆସିବା ପାଇଁ ନାମ ପଞ୍ଚିକରଣ କରିଛନ୍ତି । ଯାହାଫଳରେ ଏହାକୁ ନେଇ ଅଞ୍ଚଳରେ ଏକ ଭୟର ବାତାବରଣ ଦେଖାଦେଇଛି ।

Nalco

Leave A Reply