Odisha news

ବାଲିଗୁଡା ବସଷ୍ଟାଣ୍ଡରୁ ଘରୋଇବସ ଚଳାଚଳ ଆରମ୍ଭ

0

ବାଲିଗୁଡା,-;ଦୀର୍ଘ ଦୁଇମାସରୁ ଉର୍ଦ୍ଧ ସମୟଧରି ଏହି ବସ ଚଳାଚଳ ବନ୍ଦ ରହିଥିଲା । ଆଜି ବାଲିଗୁଡା ବସଷ୍ଟାଣ୍ଡରୁ ଘରୋଇବସ ଚଳାଚଳ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଘରୋଇ ବସ ବାଲିଗୁଡାର ଭବାନୀପାଟଣା ଅଭିମୁଖେ ଚଳାଚଳ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଯାତ୍ରୀମାନେ ମୁହଁରେ ମାକ୍ସ ପିନ୍ଧିଥିବା ଦେଖିବାକୁ ମିଳିଥିଲା କିନ୍ତୁ ଅଳ୍ପ ସଂଖ୍ୟକ ଯାତ୍ରୀ ବସରେ ଯିବା ଦେଖିବାକୁ ମିଳିଥିଲା ।ଏହାକୁ ନେଇ ବସ ମାଲିକ ଲୋକନାଥ ପାଢୀ କହିଛନ୍ତି ଯେ ଜନସାଧାରଣଙ୍କ ସ୍ୱାର୍ସ୍ଥଦୃଷ୍ଟିରୁ ଆଜି ବାଲିଗୁଡାରୁ ବସ ଚଳାଚଳ ଆରମ୍ଭ ହୋଇଛି ।

କରୋନାର ନିୟମାବଳୀ ତ୍ଥା ପ୍ରଶାସନର ନିୟମାନୁସାରେ ଯାତ୍ରୀମାନେ ବସରେ ଯିବୋ ଆଜି ଦେଖୁଛନ୍ତି ବସରେ ଯାତ୍ରୀ ବହୁତ କମ ଅଛନ୍ତି ଏହି ଯାତ୍ରୀଙ୍କ ବାବଦରୁ ଯେଉଁ ଭଡା ଆସିବ ସେଥିରେ ଗାଡିରେ ତେଲ ପକାଇ ହେବନିକି ବସ କର୍ମଚାରୀ ମାନଙ୍କୁ ଦରମା ଦେଇ ହେବନି ଓ ଧିରେଧିରେ ସବୁ ଗାଡି ଚଳାଚଳ ହେବ ବୋଲି ଶ୍ରୀ ପାଢୀ ଆଶା ରଖିଛନ୍ତି । ସେପଟେ ଆଜିର ଏହି ଗାଡିରେ ଯାତ୍ରା କରିଥିବା ଯାତ୍ରୀ ମାନେ ଖୁସିଥିବା ଦେଖିବାକୁ ମିଳିଛିି ।

 

Leave A Reply

Your email address will not be published.