Odisha news

ଓଡିଶାରେ କରୋନା ସୁସ୍ଥଙ୍କ ସଂଖ୍ୟା ୨୫ ହଜାର ଟପିଲା

0

ଭୁବନେଶ୍ୱର, ୦୫ ଅଗଷ୍ଟ – ରାଜ୍ୟର ୨୫ ଜିଲ୍ଲାରୁ ବୁଧବାର ଆଉ ୧୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୫ ହଜାର ଟପିଛି । ବୁଧବାର ଦିନର ସୁସ୍ଥଙ୍କୁ ମିଶାଇ ଏପର୍ଯ୍ୟନ୍ତ ୨୫,୭୩୭ ଜଣ ସୁସ୍ଥ ହାଇ ଘରକୁ ଫେରିଲେଣି । ରାଜ୍ୟ ସ୍ୱାସ୍ଥ୍ୟଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୮୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୨୫, ସୁନ୍ଦରଗଡରୁ ୧୨୨ , ସମ୍ବଲପୁରରୁ ୧୦୭, ପୁରୀରୁ ୭୫, ମୟୁରଭଂଜରୁ ୪୩, କଟକରୁ ୪୦, ଜଗତସିଂହପୁରରୁ ୨୯,କନ୍ଧମାଳରୁ ୨୮, ବାଲେଶ୍ୱରରୁ ୨୭, ବଲାଙ୍ଗୀରରୁ ୨୪,କୋରାପୁଟରୁ ୨୨, ଅନୁଗୁଳରୁ ୨୦,ନବରଙ୍ଗପୁରରୁ ୧୮, ଗଜପତିରୁ ୧୬ ଜଣ ସୁସ୍ଥ ହୋଇଛନ୍ତିି । ଏହା ବ୍ୟତୀତ ନୟାଗଡରୁ ୧୪, କେନ୍ଦ୍ରାପଡାରୁ ୧୨, ମାଲକାନଗିରିରୁ ୧୧, ଭଦ୍ରକରୁ ୧୦,କଳାହାଣ୍ଡିରୁ ୮,ନୂଆପଡାରୁ ୬, ଯାଜପୁରରୁ ୫, ଢେଙ୍କାନାଳରୁ ୪ , ଝାରସୁଗୁଡାରୁ ୩ ଏବଂ କେନ୍ଦୁଝରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Nalco
Leave A Reply