ପାଣିକୋଇଲି : କରୋନା ମହାମାରୀରେ ସମଗ୍ର ବିଶ୍ୱ କବଳିତ ଥିବା ବେଳେ କରୋନା ଯୁଦ୍ଧ ଜିତିବାକୁ ପୁଲିସର ପ୍ରୟାସ ପ୍ରଶଂସନୀୟ । ଜନତା କର୍ଫୁ ଠାରୁ ଲକ ଡାଉନର ଅବଧି ସମସ୍ତ ସରକାରୀ ନିୟମ ପାଳନ କରିବାରେ ପୁଲିସ ଦିବାରାତ୍ରୀ ଏକ କରି ଖଟୁଛି । ପାଣିକୋଇଲି ଥାନା ସଦର ମହକୁମା ଥାନା ହିସାବରେ ଓ ଜିଲ୍ଲା ସୀମା ଜଗିବା ସହି ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟସୀମାରେ ପହଂଚାଇବା ଭଳି ଗରୁ ଦାୟିତ୍ୱ ବହନ କରିଛି ।
ତେଣୁ ପାଣିକୋଇଲି ଥାନା ପରିସରରେ କୋରାଇ କଂଗ୍ରେସ ପକ୍ଷରୁ ଆଜି ଥାନାର ଅଧିକାରୀ ସମେତ ସମସ୍ତ ୃଅଧିକାରୀ କର୍ମଚାରୀଙ୍କୁ କରୋନା ଯୋଦ୍ଧାଭାବେ ମାନପତ୍ର, ପୁଷ୍ପଗୁଚ୍ଛ, ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ଲକ କଂଗ୍ରେସ ସଭାପତି ମଦୁସୂଦନ ସାହୁ, ମଦନମୋହନ ବେହେରା, ପୂର୍ବତନ ସରପଂଚ ପୂଣ୍ଣିମା ପରିଡା, ବଦ୍ରି ନାରାୟଣ ସାହୁ, ଧନେଶ୍ୱର ନନ୍ଦ, ହରିହର ବାରିକ ପ୍ରମୁଖ ଯୋଗଦେଇଥିବା ବେଳେ ଥାନାଧିକାରୀ ଅଜୟ କୁମାର ଜେନା, ଏସଆଇ ପୁଷ୍ପଲତା ବେହେରା, ଏସଆଇ ସଂଜୟ କୁମାର ଦାସ, ଅମୀୟ କୁମାର ବେହେରା, ରୀତାକାନ୍ତି ତିର୍କି, ମିରାରାଣୀ ବେହେରା, ସୀତାରାମ ବେହେରା, ନାରାୟଣ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ