Odisha news

କଂଗ୍ରେସ: ରାଜ୍ୟ କଂଗ୍ରେସ ତରଫରୁ ଶ୍ରମିକମାନଙ୍କ ନିମନ୍ତେ ହେଲ୍ପ ଲାଇନ୍ ନମ୍ବର ଜାରି , କିନ୍ତୁ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କର ଦରଦ ନାହିଁ

0

ଭୁବନେଶ୍ୱର: ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦେଶ ଅନୁସାରେ ପ୍ରତ୍ୟେକ ରାଜ୍ୟ କଂଗ୍ରେସ ସଭାପତିମାନେ ନିଜ ରାଜ୍ୟର ଶ୍ରମିକ ଭାଇଭଉଣୀମାନଙ୍କର ରାଜ୍ୟକୁ ଫେରିବା ପାଇଁ ସମସ୍ତ ରେଳ ଭଡା ଖର୍ଚ୍ଚ ବହନ କରିବେ। ଏହି ନିର୍ଦେଶ ଅନୁସାରେ ରାଜ୍ୟ କଂଗ୍ରେସ ତରଫରୁ ବାହାରେ ଥିବା ଓଡିଆ ଶ୍ରମିକମାନଙ୍କ ନିମନ୍ତେ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଥିଲା। ଏହି ହେଲ୍ପ ଲାଇନ୍ ନମ୍ବର ମାଧ୍ୟମରେ ଆଜି ପର୍ଯ୍ୟନ୍ତ ଶତାଧିକ ଓଡିଆ ଶ୍ରମିକମାନେ ଯୋଗାଯୋଗ କରିଛନ୍ତି।

ଏହି ଅନୁସାରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ କଂଗ୍ରେସ ରାଜ୍ୟ ସାଧାରଣ ସଂପାଦକ ଜ୍ଞାନଦେବ ବେଉରା ଏକ ଚିଠି ୧୪.୫.୨୦୨୦ରେ ଓଡିଶା ସରକାରଙ୍କ ଗୃହ ବିଭାଗ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଲେଖିଥିଲେ ଏବଂ ଅନୁରୋଧ କରାଯାଇଥିଲା ଯେ ଫସି ରହିଥିବା ଓଡିଶା ଶ୍ରମିକମାନଙ୍କୁ ଆମେ ଖର୍ଚ୍ଚ ବହନ କରି ଫେରାଇ ଆଣିବାକୁ ଚାହୁଁଛୁ। ଏଥିପାଇଁ ରାଜ୍ୟ ସରକାରଙ୍କର ସହଯୋଗର ଆଶା ରଖିଥିଲୁ। କିନ୍ତୁ ଏ ଚିଠି ପାଇବାର ୫ ଦିନ ପରେ ମଧ୍ୟ ଗୃହ ବିଭାଗ ଶାସନ ସଚିବ କୌଣସି ଉତ୍ତର ରଖିଲେ ନାହିଁ।

ଏଣୁ ଏଥିରୁ ସ୍ପଷ୍ଟ ଅନୁମେୟ ରଜ୍ୟ ସରକାର ବିଭିନ୍ନ ରାଜ୍ୟରେ ଫସିଥିବା ଓଡିଆ ଭାଇଭଉଣୀମାନଙ୍କୁ ଉଦ୍ଧାର କରିବା ପାଇଁ କେତେ ତତ୍ପର ତାହା ସହଜରେ ଅନୁମାନ କରାଯାଇପାରୁଛି। ରାଜ୍ୟ ସରକାରଙ୍କ ଏପରି ଆଚରଣ ଓ ଉଚ୍ଚାରଣକୁ କଂଗ୍ରେସ ଅତି ଦୃଢ ସ୍ୱରରେ ନିନ୍ଦା କରୁଛି। କାରଣ ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ତିଳେମାତ୍ର ଦରଦ ନାହିଁ ବୋଲି ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି।

Nalco
Leave A Reply