ରାୟଗଡା : ଓଡ଼ିଶା ପ୍ରଦେଶ କଂଗ୍ରେସରେ ଉଲ୍ଲାକା ପରିବାର ରାୟଗଡ଼ା ଜିଲ୍ଲାରେ ଦଳ ପାଇଁ ଅଧପତନ ଆଣିଦେବନି ତ? ଦଳକୁ ରାସାତଳକୁ ନେଇଯିବ ନାହିଁ ତ ଏଭଳି ପ୍ରଶ୍ନ ରାଜନୈତିକ ସମିକ୍ଷକମାନେ ବର୍ତ୍ତମାନ କହୁଛନ୍ତି । ସାଂସଦ ସପ୍ତଗିରୀଙ୍କୁ ନେଇ ତାରା ପ୍ରସାଦ ବାହିନୀପତି କୋରାପୁଟ ଜିଲ୍ଲାରେ କଂଗ୍ରେସର ସତା ଭୁଷୁଢି ଯିବ ବୋଲି ବିସ୍ୱରକ ବୟାନ ଦେଉଥିବା ବେଳେ ସମାନ ସ୍ୱର ରାୟଗଡ଼ା ଜିଲ୍ଲାରୁ ଏବେ ଶୁଣିବାକୁ ମିଳୁଛି । ତେବେ ଗୋଟିଏ ପରିବାରର ତିନି ତିନିଜଣଙ୍କୁ ବିଭିନ୍ନ ପଦ ପଦବିରେ ଭୁଷିତ କରିବା ଦଳ ପାଇଁ ବୁମେରାଙ୍ଗ ସାଜିପାରେ ବୋଲି ଦଳୀୟ ଲୋକଙ୍କ ଠାରୁ ଏବେ ଶୁଣିବା ମିଳୁଛି । ବିଗତ ଦିନମାନଙ୍କରେ ଏହି ପାରିବାରିକ ଦ୍ୱନ୍ଧକୁ ନେଇ ରାୟଗଡ଼ା ଜିଲ୍ଲା ଠାରୁ ରାଜ୍ୟ ଓ ଏଆଇସିସି ପର୍ଯ୍ୟନ୍ତ ଗମାଙ୍ଗ ପରିବାରର ରାଜନିତି ଓ ସେମାନଙ୍କ ପରିବାର ରସାତାଳଗାମୀକୁ ଲୋକେ ଅତିନିକଟରୁ ଦେଖିଛନ୍ତି ।
ସେହିପରି ସ୍ୱଗତ ରାମଚନ୍ଦ୍ର ଊଲ୍ଲାକାଙ୍କର ରାଜନୈତିକ କ୍ୟାରିୟର ଭିତରେ ତାଙ୍କ ପରିବାରର ହସ୍ତକ୍ଷେପ ଯୋଗୁଁ କଂଗ୍ରେସ ଭିତରେ ବିଦ୍ରହର ସ୍ୱର ଶୁଣିବାକୁ ମିଳିଥିଲା । ପରିଣାମ ସ୍ୱରୁପ କଂଗ୍ରେସ ଗଡ଼ କୁହାଯାଉଥିବା ଏହି ରାୟଗଡ଼ା ଜିଲ୍ଲାରେ ଖଣ୍ଡ ବିଖଣ୍ଡିତ ହୋଇଗଲା ଦଳ । ଦଳୀୟ ଲୋକଙ୍କ ଅସହଯୋଗରେ କଂଗ୍ରେସ ଭାଙ୍ଗିଲା ଆଉ ବିଜୁ ଜନତା ଦଳ ମୁଣ୍ଡ ଟେକିଲା । ରାମଚନ୍ଦ୍ର ଉଲ୍ଲାକାଙ୍କ ଦେହାନ୍ତ ପରେ ଦଳ ପୁଣି ସଂଘଟିତ ହେବାପାଇଁ ଅଣ୍ଟା ଭିଡ଼ିଥିଲା । ତାଙ୍କ ପୁଅ ସପ୍ତଗିରୀ ଶଙ୍କର ଉଲ୍ଲାକାଙ୍କୁ ଆଣି ଜିଲ୍ଲାରେ ଅବସ୍ଥାପିତକଲେ । ଆଉ କୋରାପୁଟ ଲୋକସଭାରୁ ସାଂସଦ ଭାବେ ଲୋଢିବାକୁ ଯୋଜନା କରାଗଲା । ପାଢୁଆ ସାଂସଦ ପ୍ରାର୍ଥୀ ସପ୍ତଗିରୀ ଉଭୟ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ପୁରୁଖା ନେତା ଓ କର୍ମୀଙ୍କୁ ନେଇ ନିଜର ବନ୍ଧ ବାନ୍ଧିଲେ ଆଉ ଶେଷରେ ସାଂସଦ ରୁପେ ବିଜୟ ଲାଭ କଲେ ।
ଗୋଟିଏ ପଟେ ଓଡ଼ିଶାରେ କଂଗ୍ରେସ ନିଜର ଅସ୍ତିତ୍ୱ ହରାଇ ହରାଉ ଚାଲିଥିବା ବେଳେ ଗୋଟିଏ ମାତ୍ର କୋରାପୁଟ ଲୋକସଭା ସାଂସଦ ରୁପେ ରାୟଗଡ଼ାରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରୁଛନ୍ତି । ତେବେ ସାଂସଦ ସପ୍ତଗିରୀଙ୍କ ମାଆ ରତ୍ନମଣି ଉଲ୍ଲାକାଙ୍କ ସହ ବର୍ତ୍ତମାନ ପ୍ରବେଶ କରିଛନ୍ତି ଭାଇ ସିମାଞ୍ଚଳ ଉଲ୍ଲାକା ଏହା ରାୟଗଡ଼ା ଜିଲ୍ଲାର କଂଗ୍ରେସ ଶିବିରକୁ ଖୁବୁ ଚଳଚଞ୍ଚଳ କରିଦେଇଛି ଏବଂ ସମସ୍ତ କର୍ମୀଙ୍କ ମୁହରେ ବିରସ । ଅତ୍ୟନ୍ତ ବୟୋଜେଷ୍ଠ ଏବଂ ଅଭିଜ୍ଞ ଲୋକେ ଯେ କି କଂଗ୍ରେସକୁ ଏପର୍ଯ୍ୟନ୍ତ ଗୋଟିଏ ଦଉଡ଼ିରେ ବାନ୍ଧିରଖିବାକୁ ପ୍ରୟାସ କରିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟିର ଏହି ପଦେକ୍ଷେପ ଆଉ ସପ୍ତଗିରୀ ଶଙ୍କର ଉଲ୍ଲାକାଙ୍କ ପରଦା ଆଢୁଆଳରେ ରହି ଖେଳକୁ ଲୋକେ ନା ଫସନ୍ଦ କରିଛନ୍ତି । କହୁଛନ୍ତି ସପ୍ତଗିରୀ ଶଙ୍କର ଉଲ୍ଲାକା ସମେତ ରାୟଗଡ଼ା କଂଗ୍ରେସକୁ ପୁର୍ବ ସ୍ଥିତି ଦେଖିବାକୁ ପଡ଼ିବ ନାହିଁ ତ ।

Comments are closed.