Odisha news

କୃଷି ଆଇନ୍ ବିରୋଧରେ ବାଲେଶ୍ୱରରେ କଂଗ୍ରେସର ରାଜ୍ୟସ୍ତରୀୟ କୃଷକ ସମାବେଶ : ଓଡ଼ିଶା ପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ପ୍ରଭାରୀ ଡ. ଏ. ଚେଲ୍ଲା କୁମାର ସମାବେଶରେ ଯୋଗଦେଲେ

0

ବାଲେଶ୍ୱର : କଂଗ୍ରେସ ଦଳ ପକ୍ଷରୁ ପୂର୍ବ ଘୋଷଣା ଅନୁଯାୟୀ ଆଜି ବାଲେଶ୍ୱର ସଦର ମହକୁମାରେ ରାଜ୍ୟସ୍ତରୀୟ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି  ।  ଏହି ସମାବେଶରେ କର୍ଣ୍ଣାଟକ ରାଜ୍ୟର ସାଂସଦ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ପ୍ରଭାରୀ ଡ. ଏ. ଚେଲ୍ଲା କୁମାର ଯୋଗଦେଇଥିଲେ  । ଶ୍ରୀ ଚେଲ୍ଲା କୁମାର ବାଲେଶ୍ୱରରେ ପହଞ୍ଚôବା ପରେ କୁରୁଡ଼ା ବାଇପାସ୍ ଠାରେ ବାଲେଶ୍ୱରର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ୱରେ ବିଧାୟକ ତାରାପ୍ରସାଦ ବାହିନୀପତି, ବଲାଙ୍ଗୀରର ପୂର୍ବତନ ସାଂସଦ ଶରତ କୁମାର ପଟ୍ଟନାୟକ, କୋରାପୁଟର ସାଂସଦ ସପ୍ତଗିରି ଉଲ୍ଲାକା, ପୂର୍ବତନ ସିଡବ୍ଲୁ୍ୟସି ସୁଶୀଳା ତିରିଆ,ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସୁଦର୍ଶନ ଦାସ ଓ ନରେଶ ମହାନ୍ତି,ବିଶ୍ୱଭୂଷଣ ଦାସ, ରାଜ୍ୟ ଛାତ୍ରକଂଗ୍ରେସ ସଂଯୋଜକ ୟାସିର ନୱାଜ, ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ ଓ ଅକ୍ଷୟ କୁମାର ଆଚାର୍ଯ୍ୟ, କଂଗ୍ରେସର ପୂର୍ବତନ ରାଜ୍ୟ ସମ୍ପାଦକ ସଂଜୀବ କୁମାର ଗିରି, ବାଲେଶ୍ୱରର କଂଗ୍ରେସ ନେତା ବିକ୍ରମ ପଣ୍ଡା, ତୁଷାର କ୍ରାନ୍ତି ତପସ୍ୱୀ, ଅର୍ଚ୍ଚନା ନନ୍ଦୀ ପ୍ରମୁଖ ଓଡ଼ିଶା ଦାୟିତ୍ୱରେ ଥିବା ପ୍ରଭାରୀ ଶ୍ରୀ ଚେଲ୍ଲା କୁମାରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

ଏହାପରେ ଦଳପକ୍ଷରୁ ଟ୍ରାକ୍ଟର,ଶଗଡ଼ଗାଡ଼ି ଦ୍ୱାରା ଏକ ବିଶାଳ ଶୋଭାଯାତ୍ରାରେ ନେତାମାନଙ୍କୁ ବାଲେଶ୍ୱର ସହର ଭିତରକୁ ଅଣାଯାଇଥିଲା  ।  ଏହି ଶୋଭାଯାତ୍ରା ଷ୍ଟେସନଛକ ନିକଟରେ ପହଞ୍ଚôବା ସମୟରେ  ପ୍ରବଳ ବର୍ଷା ହେବାରୁ ଶୋଭାଯାତ୍ରାକୁ ସାମୁୟିକ ଭାବେ ବନ୍ଦ କରାଯାଇଥିଲା  । ବର୍ଷା ଛାଡ଼ିବା ପରେ ଫକୀରମୋହନ ଗୋଲେଇଠାରେ ସଭାକାର୍ଯ୍ୟ କରାଯାଇଥିଲା ଏହି ସଭାରେ କଂଗ୍ରେସର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଭୋଗରାଇର ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ ସଭା ପରିଚାଳନା କରିଥିଲେ  । ସଭାରେ ବକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ହୋଇଥିବା  କୃଷି ଆଇନ୍କୁ ବିରୋଧ କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ  ।

ବକ୍ତାମାନେ କହିଥିଲେ ଯେ ଯେତେବେଳେ କଂଗ୍ରେସ ସରକାର କ୍ଷମତାରେ ଥିଲା ସେତେବେଳେ ସରକାରଙ୍କ ପକ୍ଷରୁ ଚାଷୀ ଓ ଚାଷ ଉପରେ ଗୁରୁତ୍ୱ ଦିଆଯାଇ ଦେଶରେ କିଭଳି ଅଧିକ ଚାଷ ହୋଇପାରିବ ସେଥିପାଇଁ  ବ୍ୟାପକ ପଦକ୍ଷେପ ନିଆଯାଇଥିଲା  । ବିଶେଷ କରି କଂଗ୍ରେସ ସରକାର ସମୟରେ ଓଡ଼ିଶାର ଚାଷୀ ଓ ଚାଷ ଉପରେ ସରକାର ଗୁରୁତ୍ୱ ଦେଉଥିବାରୁ ରାଜ୍ୟରେ ଉତ୍ପାଦନ ହାର  ଆଶାତୀତ ଭାବେ ବୃଦ୍ଧି ପାଇଥିଲା  ।  ମାତ୍ର କେନ୍ଦ୍ରରେ ଥିବା ଭାରତୀୟ ଜନତାପାର୍ଟି ସରକାର ଓ ରାଜ୍ୟରେ ଥିବା ବିଜୁଜନତା ଦଳ ସରକାର  କୃଷି ଓ କୃଷକମାନଙ୍କୁ ଅଣଦେଖା କରିବା ସହ ବଡ଼ ବଡ଼ କମ୍ପାନୀମାନଙ୍କ ସହିତ ହାତ ମିଳାଉଥିବା ଯୋଗୁଁ ଏବେ ଓଡ଼ିଶାରେ ଚାଷୀ ଓ ଚାଷର କୌଣସି ଉନ୍ନତି ଘଟିପାରୁ ନାହିଁ  ।  ଅନ୍ୟପକ୍ଷରେ କୃଷକମାନେ ଯେଉଁ ଉତ୍ପାଦନ କରୁଛନ୍ତି ତାହା ଏହି ନୂତନ କୃଷି ଆଇ ପ୍ରଣୟନ ଦ୍ୱାରା ଚାଷୀମାନେ ଉପଯୁକ୍ତ ମୂଲ୍ୟ ପାଇପାରିବେ ନାହିଁ ବୋଲି ଅଭିଯୋଗ କରିଥିଲେ  । ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀ ତଥା ବାଲେଶ୍ୱରର ବାସିନ୍ଦାମାନେ କଂଗ୍ରେସର ହାତମୁଠାକୁ ଟାଣ କରିବା ନିମେନ୍ତ ଆହ୍ୱାନ ଦେଇଥିଲେ

Nalco
Leave A Reply