Odisha news

ରାଜ୍ୟ ପୁଲିସର ଏସଟିଏଫ ପକ୍ଷରୁ ଭଦ୍ରକର ୨ଟି ନକଲି ଜର୍ଦ୍ଦା କାରଖାନା ଉପରେ ଚଡଉ : ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା, ପ୍ରସ୍ତୁତ ସାମଗ୍ରୀ ଓ ପାଉଚ ଆଦି ଜବତ

0

ଭଦ୍ରକ :ରାଜ୍ୟ ପୁଲିସର ଏସଟିଏଫ ପକ୍ଷରୁ ଆଜି ଭଦ୍ରକର ୨ଟି ନକଲି ଜର୍ଦ୍ଦା କାରଖାନା ଉପରେ ଚଡଉ କରାଯାଇଛି । ଅତିରିକ୍ତ ଏସପି ଟି.ଆର.ପଟେଲଙ୍କ ନେତୃତ୍ୱରେ ଆସିଥିବା ଏସଟିଏଫର ୯ଜଣିଆ ଦଳ ୩ ଭାଗରେ ବିଭକ୍ତ ହୋଇଥିଲେ । ଏହି ୩ଟି ଟିମ ଭଦ୍ରକ ପୁରୁଣାବଜାର ଥାନା ଅନ୍ତର୍ଗତ ଏକାଧିକ ସ୍ଥାନରେ ଚଢଉ କରିଥିଲେ ।

ତେବେ ମିର୍ଜାପୁର, ନାଥସାହିରେ ଚଢଉ ବେଳେ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା, ପ୍ରସ୍ତୁତ ସାମଗ୍ରୀ ଓ ପାଉଚ ଆଦି ଜବତ କରିଥିଲେ । ମିର୍ଜାପୁରରେ ଚଢଉ ବେଳେ କାରଖାନାରେ ଥିବା କର୍ମଚାରୀମାନେ ଖସି ପଳାଇ ଯାଇଥିଲେ । ମାତ୍ର ନାଥ ସାହିରୁ ଜଣଙ୍କୁ ଗିରଫ କରିଛି ଏସଟିଏଫ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଭଦ୍ରକ ପୋଲିସକୁ ଚକ୍‍ମା ଦେଖାଇ କିଭଳି ନକଲି ଜର୍ଦା କାରଖାନା ଚାଲିଛି ଏଥିନେଇ ସାଧାରଣରେ ସଂଶୟ ସୃଷ୍ଟି ହୋଇଛି

Nalco
Leave A Reply