ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ବିଜେପି ଓ ବିଜେଡିର ଅଘୋଷିତ ମେଣ୍ଟର ମୁଖିଆ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କଶପୁତ୍ତଳିକା ଦାହ
ଛତ୍ରପୁର,୧୭/୨ : ବିଜେପି ଓ ବିଜେଡିର ଅଘୋଷିତ ମେଣ୍ଟ ପାଇଁ ଓଡିଶା ଓ ଓଡିଆଙ୍କ ଅସ୍ମିତା ଧ୍ୱଂସ ହେଉଥିବାରୁ ଶନିବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ଓ ବିଜେଡିର ମୁଖିଆ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକାକୁ କଂଗ୍ରେସ ପକ୍ଷରୁ ଦାହ କରାଯାଇଥିଲା । ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦୀପକ ପଟ୍ଟନାୟକ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିଜେପି ଓ ବିଜେଡିର ଅଘୋଷିତ ମେଣ୍ଟକୁ ଦୃଢ଼ ବିରୋଧ କରିଥିବା ସହିତ ଏମାନଙ୍କ ଠାରୁ ଦେଶ ଓ ରାଜ୍ୟବାସୀଙ୍କୁ ବଞ୍ଚାଇବାର ବର୍ତ୍ତମାନ ଦେଶ ଓ ରାଜ୍ୟବାସୀଙ୍କ ପାଇଁ ସୁଯୋଗ ଆସିଛି ବୋଲି କଂଗ୍ରେସ ନେତା ଓ କର୍ମୀ ଆହ୍ୱାନ ଦେଇଥିଲେ । ଏହି ବିକ୍ଷୋଭରେ ରାଜ୍ୟ ଅନୁସୂଚିତ ଜାତି ସେଲ୍ର ଜିଲ୍ଲା ସଭାପତି ଭାଗିରଥୀ ବେହେରା, ମିଡିଆ ସେଲ୍ ଅଧ୍ୟକ୍ଷ ତତସତ୍ ସୁବୁଦ୍ଧି, ପିସିସି ସଂପାଦକ ଶମ୍ବୁ ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ବୃନ୍ଦାବନ ଖଟେଇ, ପଦ୍ମଚରଣ ସାହୁ, କାଳିଆ ରାଉଳ, ବ୍ରହ୍ମପୁର ଲୋକାଲ ମିଡିଆ ସେଲ୍ ସଂଯୋଜକ ମହେଶ କୁମାର ଗୌଡ, ଛାତ୍ର କଂଗ୍ରେସ ସଭାପତି ଚକ୍ରପାଣି ପଲେଇ, ସାଇ ପ୍ରସାଦ, ସନ୍ଦୀପ ଜେନା, ସୁଭାଷିନୀ ପଟ୍ଟନାୟକ, ଗଣପତି ବାରିକ, ଭବାନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।