ଜଳେଶ୍ୱର -୦୧/୧୧: ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକସ୍ଥିତ ରାଇବଣିଆ ଦୁର୍ଗର ପ୍ରବେଶ ଦ୍ୱାର (ତୋରଣରୁ) ପଥର ଖସିବା ନେଇ ଜଳେଶ୍ୱର କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବେଗ ପ୍ରକାଶ କରାଯାଇଛି । ରାଜ୍ୟ ସରକାର ରାଇବଣିଆ ଦୁର୍ଗର ପୁନଃ ଉଦ୍ଧାର ଓ ବିକାଶ କାର୍ଯ୍ୟ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନିକଟରେ ନିର୍ମିତ ହୋଇଥିବା ୨ଟି ଗେଟ (ତୋରଣ) ଲାଗି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ତୋରଣ କାର୍ଯ୍ୟ ଶେଷର ୬ ମାସ ନ ପୁରୁଣୁ କେତେକ ପଥର ଖଣ୍ଡ ଖସିପଡିଥିବାର ଦେଖିବାକୁ ମିଳିଛି । ଆଜି କଂଗ୍ରେସ ଏକ ପ୍ରତିନିଧି ଦଳ ରାଇବଣିଆ ଗସ୍ତ କରି ପରିସ୍ଥିତ ସଂପର୍କରେ ଉଦ୍ବେଗ ପ୍ରକାଶ କରିଛନ୍ତି । ଆଜି ସଂଧ୍ୟାରେ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ତଦନ୍ତ କରିବା ସହିତ ତୋରଣ ନିର୍ମାଣ ହୋଇଥିବା ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କ ସୁରକ୍ଷା ଏବଂ କାର୍ଯ୍ୟର ଡିପିଆର୍ ସାର୍ବଜନୀନ କରିବାକୁ ଦାବି କରିଛି । ଅନ୍ୟପକ୍ଷରେ ଆସନ୍ତା ୪ ତାରିଖ ୯ଟା ସମୟରେ କଂଗ୍ରେସ ପକ୍ଷରୁ ଦୁର୍ଗ ସମ୍ମୁଖରେ ଏକ ଗଣଧାରଣ ଦିଆଯିବାକୁ ନିଷ୍ପତ୍ତି ସଂପର୍କରେ କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ବ୍ଳକ ସଭାପତି ରାଜୀବ ପରିଡା, ଗିରିଜା ଶଂକର ଦାସ, ଜିଳା ସାଧାରଣ ସଂପାଦକ ହେମନ୍ତ ଗିରି, ସୁକୁମାର ଘୋଷ, ଆଶିଷ ଘୋଷ, ସତ୍ୟସୁନ୍ଦର ଦାସ, ନାରାୟଣ ଦାସ, ଚିତ୍ତରଂଜନ ରାଉତ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟର ତଦନ୍ତ ଦାବୀ କରିଛନ୍ତି । (ଫଟୋ)
