ନୀଳଗିରି -୦୫/୦୯ (ସ.ବ୍ୟୁ)- ଜନୈକ ରସିକିଆ କନେଷ୍ଟବଳ ଜନୈକ ଯୁବତୀକୁ ଚାକିରୀ କରାଇଦେବା ପ୍ରଲୋଭନ ଦେଖାଇ ଯୁବତୀ ସହିତ ବହୁବାର ଦୁଷ୍କର୍ମ କରିଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅଧିନସ୍ଥ ନାଉପଦା ଗ୍ରାମର ଦୈତ୍ୟାରୀ ମାରାଣ୍ଡିର ଝିଅ ରାଇମଣୀ (୩୫) ନିଜ କକା ଘର ନୀଳଗିରି ଥାନା ଅଧିନସ୍ଥ ହାତୀମୁଣ୍ଡା ଗ୍ରାମରେ ରହି ଆସୁଥିଲା । ଝିଆରୀର ଜିବୀକା ନିର୍ବାହ ପାଇଁ ଶିଳ୍ପାଞ୍ଚଳ ଥାନା ଅଧିନସ୍ଥ ଅଙ୍ଗାରଗଡ଼ିଆ ଅଞ୍ଚଳର ୰ ଅର୍ଜ୍ଜୁନ ମାଝିର ପୁଅ ମନୋରଂଜନ ମାଝୀ (୪୮)ଙ୍କ ସହିତ ଯୋଗାଯୋଗ କରି ନିଜର ଝିଆରୀକୁ ତା ସହିତ ଚାକିରୀ କରି ଦେବା ଉଦେ୍ଦଶ୍ୟରେ ପଠାଇ ଦେଇଥିଲେ ।

ପ୍ରକାଶ ଥାଉକି ମନୋରଂଜନ ବାଲେଶ୍ୱର ବାମପଦା ଭିଜିଲାନ୍ସ ଅଫିସ୍ରେ କନେଷ୍ଟବଳ ଭାବେ ଚାକିରୀ କରୁଥିବା ବେଳେ ଗତ ତା୨୯/୦୬/୨୦ରିଖରେ ରାଇମଣୀକୁ ଚାକିରୀ କରାଇ ଦେବା ଆଳରେ ନେଇ ଅଙ୍ଗାରଗଡ଼ିଆ ବାସଭବନରେ ଯୁବତୀକୁ ଦୁଷ୍କର୍ମ କରିବା ସହିତ ନିଜ ଜନ୍ମମାଟି ସିଂଲା ଥାନା ଅଧିନସ୍ଥ କଷାଫଳ ଗ୍ରାମରେ ରଖି ମଧ୍ୟ ଦୁଷ୍କର୍ମ କରିଥିଲେ । ଉକ୍ତ ସମସ୍ତ ଘଟଣାକୁ ଚପାଇ ଦେବା ପାଇଁ ପୀଡ଼ିତା ଠାରୁ ସାଧା କାଗଜ ସହିତ ଷ୍ଟାମ୍ପ ପେପରରେ ଦସ୍ତଖତ କରାଇ ଘଟଣା ପରିପ୍ରକାଶ ନକରିବାକୁ ଧମକ ଦେବା ସହ ଗତ ୧୩/୦୮/୨୦୨୦ରିଖରେ ଏକ ଅଟୋରେ ବସାଇ ହାତୀମୁଣ୍ଡା ଗ୍ରାମରେ ଛାଡ଼ି ଦେଇ ପଳାଇ ଯାଇଥିଲା ।

ଏ ନେଇ ପୀଡ଼ିତା ଜଣକ ଗତ ୪/୯/୨୦ରିଖରେ ନୀଳଗିରି ଥାନାରେ ଅଭିଯୋଗ କଲା ପରେ ନୀଳଗିରି ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି । ଏ ନେଇ ନୀଳଗିରି ଥାନାରେ ୩୦୩ନମ୍ବର ମାମଲା ରୁଜୁ ହୋଇଥିବା ବେଳେ ଦଫା ୩୭୬(୧) (୨) (ଏନ୍)/୫୦୬ ଆପିସି ମୂଳେ ନୀଳଗିରି ଥାନାର ସବ୍ଇନିସ୍ପେକ୍ଟର ବାସୁଦେବ ଜୟସିଂହ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଫେରାର ଥିବାର ସୂଚନା ଦେଇଛନ୍ତି । ପୀଡ଼ିତାକୁ ଡାକ୍ତରୀ ମାଇନା କରାଯାଇଛି । ତେବେ ରସିକିଆ କନେଷ୍ଟବଳ କେବେ ଗିରଫ୍ ହେବ ତାହା ସାଧାରଣରେ ବେଶ୍ ଚର୍ଚ୍ଚା ଚାଲିଛି

LEAVE A REPLY

Please enter your comment!
Please enter your name here