ଜଳେଶ୍ୱର : ଜଳେଶ୍ୱର ବ୍ଲକର ପ୍ରାୟ ୬ଟି ପଂଚାୟତରେ ଅଧିକ ଅମଳ ଆଶାରେ ଚାଷୀମାନେ ସ୍ୱର୍ଣ୍ଣ ପ୍ରିମିୟମ ଭଳି ଏକ ସ୍ୱଳ୍ପ ମିଆଦି ଧାନଚାଷ କରି ଆଜି ଭାଗ୍ୟକୁ ଆଦରି ବସିଛନ୍ତି । ଏପରି ଏକ ଘଟଣା ଜଣାଯିବାପରେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ, କୃଷି ବୈଜ୍ଞାନିକ ଘଟଣାସ୍ଥଳକୁ ଯାଇ ଏହାର ବିକଳ୍ପ କିମ୍ବା ପ୍ରତିକାର କରିନାହାନ୍ତି ।

ଉତ୍ତର ବାଲେଶ୍ୱରର ଚାଷୀ ଅଳ୍ପଦିନରେ ଅଧିକ ଅମଳକ୍ଷମ ଧାନଚାଷ ପ୍ରତି ବିଶେଷ ଆଗ୍ରହୀ । ତେଣୁ ସେମାନେ ରାଜ୍ୟ ବିହନ ନିଗମ, କୌଣସି ବୈଜ୍ଞାନିକଙ୍କ ନୂଆ ପ୍ରଜାତିର ବିହନ କିମ୍ବା ଅନ୍ୟରାଜ୍ୟରୁ ଅଧିକ ଅମଳ ହେବାଭଳି ଧାନ ବିହନ ଆଣି ଚାଷ କରିଥାନ୍ତି । ଚଳିତବର୍ଷ ବର୍ତ୍ତନା, ଖୁଲୁଡା, ପଶ୍ଚିମବାର୍ଡ, ବାଇଗଣବାଡିଆ, ଝାଡପିମ୍ପଳ, ସୁଗୋ, ନେତୁଆ ଇତ୍ୟାଦି ପଂଚାୟତରେ ଶହ ଶହ ଚାଷୀ ଏପରି ଧାନ ଚାଷ କରିଛନ୍ତି ।

କିନ୍ତୁ ଏହି ଧାନ ଜୁନ୍ ଶେଷ ସପ୍ତାହରେ ତଳି ପଡିଥିବା ବେଳେ ଜୁଲାଇ ୩ୟ ସପ୍ତହରେ ରୁଆପୋତା ହୋଇଛି । ରୁଆପୋତାର ୨୦ଦିନ ନ ଯାଉଣୁ ଏଥିରୁ କେଣ୍ଡା ବାହାରିଛି । କେଣ୍ଡା ଗୁଡିକ ଅଚି ଛୋଟ ହୋଇଥିବାରୁ ଉତ୍ପନ୍ନ ଶସ୍ୟ ଖର୍ଚ୍ଚଠାରୁ କମ୍ ହେବ ବୋଲି ଆକଳନ କରାଯାଇଛିା

ଏପରି ଘଟଣା ଜଣାଯିବାପରେ ବାଲିଆପାଳର କୃଷି ସହକାରୀ ଅଧିକାରୀ ବନବିହାରୀ ପାଲଟା ଓ ଗତ ଗୁରୁବାର ଜଳେଶ୍ୱର ବ୍ଲକ କୃଷିଅଧିକାରୀ ଅନ୍ତର୍ଯ୍ୟାମୀ ଧୀର ଘଟଣାସ୍ଥଳପରିଦର୍ଶନ କରିଛନ୍ତି । କିନ୍ତୁ କୌଣସି କୃଷି ବୈଜ୍ଞାନିକ ସେ ସ୍ଥାନକୁ ପରିଦର୍ଶନ ନ କରିବା ଜିଲ୍ଲା ପ୍ରଶାସନର ହେୟଜ୍ଞାନ ଚାଷୀଙ୍କୁ ଅଧିକ କ୍ଷୁବ୍ଧ କରିଛି । ଗତ କିଛିଦିନ ତଳେ ବହୁ ଚାଷୀ ଜଳେଶ୍ୱର ତହସିଲଦାରଙ୍କୁ ସାକ୍ଷାତ କରି ପ୍ରତିବାଦ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here