Odisha news

କଲେଜ୍ ଜମି ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବିକାଶ ସାମୁକ୍ଷ୍ୟ

0

କେନ୍ଦ୍ରାପଡା :  କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଜମି ଜବରଦଖଲ ସମସ୍ୟା ଦୀର୍ଘଦିନ ହେଲା ତୁଟୁ ନାହିଁ । ପ୍ରଭାବଶାଳୀ, ସରକାରୀ କର୍ମଚାରୀ, ପୋଲିସ ଅଧିକାରୀ ମାନେ କଲେଜ ଜମି ନିଟରେ ଜମି କିଣି ତା ସହିତ କଲେଜ ଜମିକୁ ମାଡି ବସିବା ଓ ତା ଉପରେ ବେଆଇନ ନିର୍ମାଣ କରି କଲେଜ ଜମିକୁ ହଡପ କରି ଚାଲିଛନ୍ତି ।

ଜମିଦାରଙ୍କ ଠାରୁ ବିବାଦୀୟ ପଟ୍ଟା ବଳରେ ଜମି ମାଲିକ ସାଜିଥିବା ଜଣେ ପୋଲିସ କର୍ମଚାରୀ ଜୋର ଜବରଦସ୍ତ ସପ୍ତାହକ ମଧ୍ୟରେ ଗୃହ ନିର୍ମାଣ କାମକୁ ଛାତ ପର୍ଯ୍ୟନ୍ତ ଆଗୋଇ ନେଇଥିବା ସହର ରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଜମିରେ ନିର୍ମାଣ କାର୍ଯ୍ୟ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ର ଆଦେଶକୁ ଅବମାନନା କରି ରାତି ଅଧିଆ ନିର୍ମାଣ କାର୍ଯ୍ୟ  ଚଳାଇଛନ୍ତି ।

ତେବେ ଏହି କଲେଜ ଜମି ଉପରେ ବେଆଇନ ନିର୍ମାଣ ସହିତ ଉଚ୍ଚ ନ୍ୟାୟାଳୟ ର ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ବିକାଶ ସାମୁକ୍ଷ୍ୟର କର୍ମକର୍ତାା ମାନେ ଗୁରୁବାର ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କାର୍ଯ୍ୟ ବନ୍ଦ ନହେଲେ ବିକାଶ ସାମୁକ୍ଷ୍ୟର କର୍ମୀମାନେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଅଜୟ କଜୁମାର ସାମଲ, ଅମିୟ ନାୟକ, ବୈଷ୍ଣବ ସ୍ୱାଇଁ, ପୃଥିବାସ ସ୍ୱାଇ, ସୁରୋଶ ପଟନାୟକ, ଅଦିକନ୍ଦ ରାଉଳ, ଚଣ୍ଡି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

Leave A Reply