Odisha news

କେନ୍ଦ୍ରୀୟ ଟିମର ଅମ୍ଫାନ ବାତ୍ୟା ଅଂଚଳ ପରିଦର୍ଶନ

0

କେନ୍ଦ୍ରାପଡା :  କେନ୍ଦ୍ରାପଡା ଜିଲ୍ଲାରେ ଅମ୍ଫାନ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଗ୍ରସ୍ତ କରି କେନ୍ଦ୍ରୀୟ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି । ଜିଲ୍ଲା ପ୍ରଶାସନ ସହ ଗୁରୁବାର ପୂର୍ବାହ୍ନରେ ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ ଆଲୋଚନା କରିଥିଲେ । ଏହି ଅବସର ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଅଥମିକ କ୍ଷୟକ୍ଷତି ରିପୋର୍ଟ ଏହି କେନ୍ଦ୍ରୀୟ ପ୍ରତିନିଧି ଦଳକୁ ପ୍ରଦାନ କରାଯାଇଛି ।

ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟର ସୁପରିଟେଣ୍ଡିଙ୍ଗ ଇଂଜିନିୟର ଅମରିସପାଲ ସିଂହଙ୍କ ନେତୃତ୍ୱରେ ଶକ୍ତ  ମନ୍ତ୍ରଣାଳୟର ନିଦେ୍ର୍ଦଶକ ଏନ ଆର ଏଲ କେ ପ୍ରସାଦ ଓ ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ନିଦେ୍ର୍ଦଶ ସୁରଜ କୁମାର ପ୍ରଧାନ ପ୍ରମୁଖ ୩ଜଣିଆ ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନ ସହ ସମୀକ୍ଷା କରିଥିଲେ । ଜିଲ୍ଲାପଳ ସମର୍ଥ ବର୍ମା ପ୍ରାଥମିକ କ୍ଷତି ଆକଳନ ର ବିବରଣୀ ଉପସ୍ଥାପନ କରିଥିଲେ । ଜିଲ୍ଲାର ୯ଟି ବ୍ଲକ ରେ ୧୫୯୨ ଗ୍ରାମର ୧୫,୨୨,୯୦୧ ଜଣ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ବାତ୍ୟା ପ୍ରଭାବରେ ୨.୬୪୪ ଲକ୍ଷ ହେକ୍ଟର ଅଂଚଳ ପ୍ରଭାବିତ ହୋଇଛି ।

ଅମ୍ଫାନ ବାତ୍ୟାରେ ୪୭୮ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆନୁମାନିକ କ୍ଷତି ୫୯୯୩୧ ଲକ୍ଷ ହୋଇଛି । ଏହା ସମଗ୍ର ଚାଷ ଜମିର ୩୩% ଅଧିକ କ୍ଷତି ହୋଇଥିବା ଆକଳନ କରାଯାଇଛି । ୧୪୫୧ ଟି ଗୃହ, ୨ଟି କଚାଘର ଅଧିକ କ୍ଷତି ହୋଇଥିବା ବେଳେ  ୨୦ ପକାଘର ଅଂଶିକ କ୍ଷତିଗ୍ରସ୍ତ ହୋଇଛି । ୧୧୧୨ଟି ପକାଘର ଅଂଶିକ କ୍ଷତିଗ୍ରସ୍ତ ହୋଇଛି । ସମୁଦାୟ ୪୭.୭୮ ଲକ୍ଷ ମୁଲ୍ୟର ଗୃହ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ଥିବାର ଅକଳନ କରାଯାଇଛି । ୮୭୧୯୪୩ ପ୍ରାଣି ସଂପଦ ଅଂଶିକ କ୍ଷତିଗ୍ରସ୍ତ ହୋଇଥିବାର ଜଣା ପଡିଛି । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ନରହରୀ ସେଠୀ(ରାଜସ୍ୱ), ପଡି ଦିଲିପଡ କୁମାର ପରିଡା, ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଜରୁରୀ କାଳୀନ ଅଧିକାରୀ ସମ୍ବିତ ଶତପଥୀ ଙ୍କ ସହ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ଙ୍କ ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

 

Nalco

Leave A Reply