ବେତନଟୀ : ରାଜ୍ଯ ସରକାର କୃଷି ଉଦ୍ୟୋଗକୁ ଅଗ୍ରାଧିକାର ଦେବା ଲକ୍ଷ୍ୟରେ ପ୍ରତି ବ୍ଲକର ଚାଷୀମାନଙ୍କ ସୁବିଧା ପାଇଁ ବିଭିନ୍ନ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି, ବିଜୁଳିର ସୁବିଧା, ଶସ୍ୟ ଖଳା, ମିନି ଶୀତଳ ଭଣ୍ଡାରର ଆବଶ୍ୟକତା ପୂରଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ପରିପେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକରେ ରଘୁପୁର ପଞ୍ଚାୟତ ଅଧୀନ ଅସ୍ତପୁରା ରେ ଉଦ୍ୟାନ କୃଷି ବିଭାଗ ସହାୟତାରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ମିନି ଶୀତଳଭଣ୍ଡାରକୁ ଓମ୍ଵାଡସି ଓ ଉଦ୍ୟାନ କୃଷି ବିଭାଗ ତରଫରୁ ଆଜି ଯୁଗ୍ମ ପରିଦର୍ଶନ କରାଯାଇଛି।ହିତାଧିକାରୀ ଭାବେ କୃଷି ଉଦ୍ୟୋଗୀ ମନମୋହନ ସାହୁ ଉପସ୍ଥିତି ରହି ଶୀତଳ ଭଣ୍ଡାର ପରିଚାଳନା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଜ୍ଞାନକୌଶଳ ଗ୍ରହଣ କରିଥିଲେ।ଏହା ଦ୍ଵାରା ଅଞ୍ଚଳର ଚାଷୀମାନେ ନିଜର ଉତ୍ପାଦିତ ପନିପରିବା ଓ କୃଷି ସାମଗ୍ରୀକୁ ଅଧିକ ଦିନ ମହଜୁଦ ରଖିପାରିବେ ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ।ମୂଖ୍ୟ ଅତିଥି ଭାବେ ଜିଲ୍ଲା ଡି.ଆର.ଡି.ଏ. ତରଫରୁ (OMBADC) ମହେନ୍ଦ୍ର କୁମାର ପାଢୀ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ରମାକାନ୍ତ ଗିରି, ବେତନଟୀ ସହକାରୀ ଉଦ୍ୟାନ କୃଷି ଅଧିକାରୀ ମଧୁସ୍ମିତ ସେଠୀ, ସହକାରୀ କୃଷି ଯନ୍ତ୍ରୀ ଜଗଦୀଶ ପଣ୍ଡା, ଇଂ ଆଶିଷ କୁମାର ବାନାର୍ଜୀ, କୃଷି ପାଣିପାଗ ବିଶେଷଜ୍ଞ ଶ୍ୟାମାଖୁଣ୍ଟା ର ଡା: ଜ୍ୟୋତିପ୍ରକାଶ ମିଶ୍ର ଏବଂ ଅନ୍ୟ ଅଧିକାରୀ ଗଣ ଯୋଗଦେଇ କୃଷି ବିଜ୍ଞାନ ବିଷୟରେ ଉପଦେଶ ଦେଇଥିଲେ।ଅନ୍ୟ କୃଷି ଉଦ୍ୟୋଗୀ ମାନେ ସରକାରଙ୍କ ଏଭଳି ଯୋଜନାରୁ ଉପକୃତ ହେବା ପାଇଁ ପ୍ରସ୍ତାବ ଦେଇଥିଲେ।
