Odisha news

ପ୍ରତିଦିନ ଗୁଡ଼ କୁ ନିଜ ଭୋଜନ ରେ ଶାମିଲ କରିବା ଦ୍ୱାରା ମିଳିଥାଏ ୩ ଟି ଚମତ୍କାର ଲାଭ 

0
ଆମେ ବିଶେଷ ଭାବରେ ଥଣ୍ଡା ଦିନରେ ଗୁଡ଼ ସେବନ ର ମହତ୍ୱ ବିଷୟରେ ଜାଣିଥାଉ l କାହିଁକି ନା ଗୁଡ଼ ର ପ୍ରକୃତି ଗରମ ହୋଇଥାଏ ଓ ଏହା ଇମ୍ୟୁନ ସିଷ୍ଟମ କୁ ମଜବୁତ କରିଥାଏ l ଗୁଡ଼ ବିଭିନ୍ନ ସଂକ୍ରମଣ ଠାରୁ ଆମକୁ ରକ୍ଷା କରିଥାଏ l ଗୁଡ଼ ଗୋଟିଏ ପ୍ରାକୃତିକ ସ୍ଵିଟ ନର ଅଟେ l ଗୁଡ଼ ରେ ଆଇରନ, ମଗ୍ନେଶୀୟମ, ପୋଟାସିୟମ ର ଗୋଟିଏ ଭଲ ସ୍ରୋତ ଅଟେ l ଏହାଛଡା ଏଥିରେ କିଛିମାତ୍ରା ରେ କ୍ୟାଲସିୟମ, ଫସଫରସ, ମଗ୍ନେଶୀୟମ, ଲୌହ ଓ ଜିଙ୍କ ମଧ୍ୟ କିଛି ମାତ୍ରାରେ ରହିଥାଏ l
– ଗୁଡରେ ପ୍ରସ୍ତୁତ ଚା ନିୟମିତ ସେବନ କରିବା ଦ୍ୱାରା ବସନ୍ତ ଋତୁରେ ସର୍ଦି କାଶ ପ୍ରଭୃତି ଠାରୁ ଆରମ୍ ମିଳିଥାଏ l ବିଶେଷ ଭାବରେ ବସନ୍ତ ଋତୁରେ ସର୍ଦି, କାଶ ଓ ବିଭିନ୍ନ ସଂକ୍ରମଣ ରୋଗରେ ସମସ୍ତେ ପୀଡିତ ହୋଇ ଥାଆନ୍ତି l ତେଣୁ ଏହି ଋତୁ ରେ ଗୁଡ଼ ଚା ସେବନ କରିବା ଦ୍ୱାରା ଏଥିରେ ଥିବା ଆଇରନ ସମସ୍ତ ସଂକ୍ରମଣ ଠାରୁ ରକ୍ଷା କରିଥାଏ l
– ଯେଉଁ ମହିଳାମାନେ ଋତୁସ୍ରାବ ସମୟରେ ବିଭିନ୍ନ ଯନ୍ତ୍ରଣାରେ ପୀଡିତ ହୋଇ ଥାଆନ୍ତି , ସେମାନେ ଗୁଡ଼ ସେବନ କରିବା ଦ୍ୱାରା ଆରାମ ମିଳିଥାଏ l ଯଦି ଆପଣ କଫ ସମସ୍ୟାରେ ପୀଡିତ ହେଉଛନ୍ତି ସେଥିରୁ ଆରାମ ପାଇବା ପାଇଁ ନିୟମିତ ରାତିରେ ଖଣ୍ଡିଏ ଗୁଡ଼ କୁ ଖାଇ ସାମାନ୍ୟ ଉଷୁମ ପାଣି ପିଅନ୍ତୁ l କଫ କାଶ ଦୂର ହୋଇଥାଏ l
– ଯଦି ଆପଣ ସର୍ଦି ରେ ପୀଡିତ ଅଛନ୍ତି ତେବେ ପାନ ମଧୁରୀ କୁ ଦୁଗ୍ଧ ରେ ମିଶାଇ ଗରମ କରି ନିଅନ୍ତୁ ଏବଂ ଏହାକୁ ଛାଣି ଖଣ୍ଡିଏ ଗୁଡ଼ ସହିତ ସେବନ କରନ୍ତୁ ଖୁବ ଆରାମ ମିଳିବ l ଏବଂ ଏହା ସର୍ଦି କାଶ ପାଇଁ ରାମବାଣ ସଦୃଶ ଅଟେ l
Leave A Reply