Odisha news

ରାଜନୈତିକ ଚକି ଭିତରେ ଅଂଚଳବାସୀଙ୍କ ଜୀବନ ଜୀବିକା

0

ତାଳଚେର ତା ୧୮/୦୨ ପ୍ରଦ୍ୟୁଷଣରେ ଅତିଷ୍ଠ ହୋଇ ଗ୍ଲୋବାଲ କୋଲୱାସେରୀ ବିରୋଧରେ ଘଂଟପଡ଼ା ମହିଳା ସଂଘ ଉଠାଇଥିବା ବନ୍ଦ ପ୍ରସଙ୍ଗ ଏବେ ପଂଚାୟତ ସମିତି ବ୍ଲକ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯଦି ଏହା କାର୍ଯ୍ୟକାରୀ ହୁଏ ତାହା ସାଘାଂତିକ କଥା, ସ୍ଥାନୀୟ ଅଂଚଳର ପାଖାପାଖି ପଂଚାୟତର ଅନେକ ଯୁବପିଢ଼ୀଙ୍କ ଚାକିରୀ ଚାଳିଯିବା ସହିତ ପିଲାଛୁଆ ପାରିବାରିକ ଜୀବନ ଅସମୟରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯିବ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ମହିଳା ସଂଘ ଦାବିପତ୍ର ଉପରେ ସ୍ପଷ୍ଟ କରିଛନ୍ତି । ୨୦ବର୍ଷ କୋଲୱାସେରୀ ନିର୍ମାଣ ହେବା ଦିନଠାରୁ ଧୂଳିଧୂଅଁ ଉଡ଼ି ପଂଚାୟତ ଭିତରେ ଥିବା କୂଅ, ଛାତ, ରାସ୍ତା ଏପରିକି, ହାଣ୍ଡିଶାଳରେ ମଧ୍ୟ କୋଇଲା ଗୁଣ୍ଡ ପଡ଼ି ଗ୍ରାମୀଣ ଜୀବନ ଉପରେ ପ୍ରଭାବ ପକାଉଛି ଏବଂ ଗ୍ରାମବାସୀ ବିଭିନ୍ନ ମାରାତ୍କରୋଗରେ ପଡ଼ୁଛନ୍ତି । ନେସନାଲ ଗ୍ରୀନଟ୍ରବ୍ୟୁନାଲ (ଏନଜିଟି) ବା ରାଜ୍ୟ ପଲ୍ୟୁସନ୍ ବୋର୍ଡ଼ ପ୍ରଦ୍ୟୁଷଣ ନିୟନ୍ତ୍ରଣ ପାଇଁ ଦେଇଥିବା ନିୟମବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୋଲୱାସେରୀ କର୍ତୁପକ୍ଷ ଉପରେ ଚାପ ନପକାଇ ଏବେ ହଠାତ୍ କାହା ସ୍ୱାର୍ଥରେ ମହିଳା ସଂଗଠନ କୋଲୱାସେରୀକୁ ବନ୍ଦ କରାଯାଉ ବା ସ୍ଥାନାନ୍ତରିତ କରାଯାଉ ବୋଲି କହୁଛନ୍ତି । ଏହା ପ୍ରଚ୍ଛଦପଟ୍ଟରେ କେଉଁ ଚରିତ୍ର ରହି ନୀରିହ ଗ୍ରାମବାସୀଙ୍କ ଜୀବନଜୀବିକାକୁ ନେଇ ଖେଳ ଖେଳୁଛନ୍ତି ତାହା ଏବେ ସନ୍ଦେହ ଘେରରେ । ଯଦି ସମୟ ସ୍ୱାର୍ଥକୁ ଆଖି ଆଗରେ ରଖି ପଂଚାୟତ ମଧ୍ୟରେ ଥିବା ନେତୃମଣ୍ଡଳୀ ଏକତ୍ରିତ ହୋଇ ପୁନରବିଚାର ନକରନ୍ତି ତାହା ହେଲେ ଏହା ଭବିଷ୍ୟତରେ ଅଂଚଳବାସୀଙ୍କ ପାଇଁ ଆତ୍ମଘାତି ହେବ ବୋଲି ବୁଦ୍ଧିଜୀବି ମହଲରେ ପ୍ରକାଶ ପାଇଛି । ତେବେ ଏହି ଘଟଣାକୁ କେନ୍ଦ୍ରକରି କିଛି ୱାସେରୀରେ କାର୍ଯ୍ୟରତ ଶ୍ରମିକ ଏହି ପ୍ଲାଂଟଟିକୁ ବନ୍ଦ ନକରିବାକୁ ଉପଜିଳ୍ଳାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ତେବେ ଦୈନିକ ହଜାରୁ ଉର୍ଦ୍ଧ୍ୱ କର୍ମଚାରୀ ରହିଥିବା ବେଳେ ଅନେକ ଶ୍ରମିକ କାର୍ଯ୍ୟ କରି ଗୁଜୁରାଣ ମେଂଟାଇଥାନ୍ତି । ତେବେ ଉଭୟ ଦିଗକୁ ବିଚାରକୁ ନିଆଗଲେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଚାଲିଛି ।

Nalco
Leave A Reply