Odisha news

ବାର୍ଦ୍ଧକ୍ୟଭତା ଗରୀବଙ୍କୁ ଉପହାସ ସଦୃଶ୍ୟ

0

ତାଳଚେର :  ରାଜ୍ୟ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଯୋଜନା ପରେ ଯୋଜନା କରି ବେଶ ନିଜର ପ୍ରଚାରପ୍ରସାର କରି ବାହା ବାହା ନେଉଥିବା ବେଳେ ବାସ୍ତବ ପକ୍ଷେ ଯୋଜନା କେତେ ଦୂର କାର୍ଯ୍ୟକାରୀ ହୋଇପାରୁଛି ତାର ସଠିକ୍ ହିସାବ କାହା ପାଖରେ ନାହିଁ । ୬୦ବର୍ଷ ପରେ ପରିଣତ ବୟସରେ ରାଜ୍ୟ ସରକାର ବୃଦ୍ଧ/ବୃଦ୍ଧାମାନଙ୍କୁ ୫ଶହ ଟଙ୍କା ପ୍ରଦାନ କରୁଛନ୍ତି । ତାହା ମୁହଁ ଦେଖାରେ କିମ୍ବା ହାତଗୁଞ୍ଜାରେ ହୋଇଥାଏ ବୋଲି ଅଭିଯୋଗ ହୋଇଥାଏ । ଆଜି ବ୍ୟୟ ବହୁଳ ସମୟରେ ୫ଶହଟଙ୍କାର ମୂଲ୍ୟ କ’ଣ ଏକଥା ସମସ୍ତେ ଜାଣନ୍ତି । ଯେଉଁଠାରେ ଲୁଣକେଜି ୧୦ଟଙ୍କାରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଡ଼ାଲି କେଜି ୧ଶହରୁ ଉର୍ଦ୍ଧ୍ୱ, ତେଲ ଲିଟର ୨ଶହ, ପନିପରିବା ଓ ଲୁଗା ମୂଲ୍ୟ ଆକଶ ଛୁଆଁ! ସାଧାରଣତଃ ଭାବେ ପରିଣତ ବୟସରେ ବୃଦ୍ଧ/ବୃଦ୍ଧାମାନଙ୍କୁ ନାନା ରୋଗ ଗ୍ରାସ କରିଥାଏ ଏବଂ ସେମାନେ ଔଷଧ କିଣିବା ପାଇଁ ଗଲେ ଆର୍ଥିକ ଅବସ୍ଥା ଯୋଗୁଁ ତାଙ୍କ ପାଇଁ ଏହା ସାତ ସପନ ହୋଇଥାଏ ।

ରାଜ୍ୟ ସରକାର ୨୦୦୮ ମସିହାରେ ବୟସ୍କ, ଦିବ୍ୟାଙ୍ଗ ଓ ବିଧବାଭତା ପାଇଁ ମଧୁବାବୁ ପେନସନ୍ ଲାଗୁ କରିଥିଲେ । ଏହି ଯୋଜନା ଅନୁଯାୟୀ ୬୦ରୁ ଅଧିକ ଏବଂ ୮୦ବର୍ଷରୁ କମ ବୟସ୍କ ଲୋକଙ୍କୁ ମାସିକ ୫ଶହ ଟଙ୍କା ଦିଆଯାଉଛି । ଏହା ବ୍ୟାତୀତ ୮୦ବର୍ଷର ବ୍ୟକ୍ତିଙ୍କୁ ମାସିକ ୭ଶହ, ଏବଂ ୮୦ବର୍ଷରୁ ଅଧିକ ଦିବ୍ୟାଙ୍ଗଙ୍କୁ ମାସିକ ୯ଶହ ଟଙ୍କା ଦିଆଯାଉଛି । ମଧୁବାବୁ ପେନସନ ଯୋଜନା ଅନୁଯାୟୀ ଆର୍ଥିକ ସହାୟତା ଲାଭ ଉଠାଉଛନ୍ତି ରାଜ୍ୟର ପ୍ରାୟ ୨୭ଲକ୍ଷ ୮୦ହଜାର ୨ଶହ୭୩ଜଣ ଲୋକଏଥିନେଇ ରାଜ୍ୟ ସରକାର ୧ହଜାର ୭ଶହ ୨୪କୋଟି ଟଙ୍କା ବ୍ୟୟବରାଦ କରିଥାନ୍ତି । ତେବେ ଏନେଇ ଜଣେ ବରିଷ୍ଠ ଆଇନଜୀବୀ ପ୍ରକାଶ କରିଛନ୍ତି କି, ଆଟିକିଲ୍ ୨୧ ଏବଂ ୧୪ ସମାନତା ଅଧିକାର ଠିକ୍ ଭାବେ ପାଳନ କରାଯାଉ ନାହିଁ । ମଧୁବାବୁ ପେନସନ ଯୋଜନା ଯେତିକି ପେନସନ ମିଳୁଛି ସେତିକି ଲୋକଙ୍କ ଚଳିବାକୁ ପର୍ଯ୍ୟାପ୍ତ ନୁହେଁ । ତେବେ ବାର୍ଦ୍ଧକ୍ୟଭତାର ବୃଦ୍ଧି ହେବାସହ ଉଚିତ୍ ଲୋକଙ୍କୁ ଏହି ଯୋଜନା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି । ମାସକୁ ମାତ୍ର ୫ଶହଟଙ୍କା ଗରିବଙ୍କୁ ଉପହାସ କରିବା ଭଳି ମନେ ହେଉଛି । ଜଣେ ଦିନମଜୁରୀଆ କାମକଲେ ପାରିଶ୍ରମିକ ବାବଦରେ ୩ଶହ୫୦ଟଙ୍କା ପାଇଥାଏ ।

ସର୍ବମୋଟ ମାସିକ ପାରିଶ୍ରମିକ ବାବଦରେ ଜୈନିକ ଶ୍ରମିକ ୧୦ହଜାର ୫ଶହଟଙ୍କା ଚଳିବା କଷ୍ଟସାଧ୍ୟ ହେଉଥିବା ବେଳେ ସରକାର ବାର୍ଦ୍ଧକ୍ୟମାନଙ୍କୁ ୫ଶହଟଙ୍କା ଦେବା ଉପହାସ ନୁହେଁକି? ୬୦ବର୍ଷରୁ ଉର୍ଦ୍ଧ୍ୱ ବହୁ ବୃଦ୍ଧବୃଦ୍ଧା ତାଳଚେର ପୌରପରିଷଦ ଓ ବ୍ଲକରେ ଭତା ପାଇଁ ଆବେଦନ କରି ଆସୁଥିଲେ ମଧ୍ୟ  ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରକାଶ କରିଥାନ୍ତି କି, ତୁମାର ସିରିଆଲ ଆସିବା ପରେ ତୁମକୁ ଭତା ପ୍ରଦାନ କରାଯିବ ଓ ଆମର ଟାର୍ଗେଟ ବର୍ତମାନ ପୁରି ଯାଇଥିବାରୁ ବର୍ତମାନ ତୁମକୁ ଭତା ଦିଆଯାଇ ପାରିବ ନାହିଁ ବୋଲି ଫେରାଇ ଦେଇଥାନ୍ତି । ଏହାର କାରଣ ଭତା ନେଉଥିବା ଜଣେ ବୃଦ୍ଧ ବା ବୃଦ୍ଧା ମୃତ୍ୟୁପରେ ଆଉ ଜଣଙ୍କୁ ଅନ୍ତର୍ଭୂକ୍ତ କରାଯାଇ ପାରିବ ବୋଲି ଅଧିକାରୀମାନେ ପ୍ରକାଶ କରିଥାନ୍ତି ।

Nalco
Leave A Reply