Odisha news

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବଡ଼ ଘୋଷଣା : ସାମ୍ବାଦିକମାନେ କରୋନା ଆକ୍ରାନ୍ତ ହୋଇ ମୃତ୍ୟବରଣ କରନ୍ତି ତେବେ ସେ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା

0

ଭୁବନେଶ୍ୱର: ସାରା ଦେଶ ଏବେ କରୋନା ସହ ଲଢେଇ କରୁଥିବା ବେଳେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିଷ୍ଠାକୁ ଦେଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି| ଯଦି କାର୍ଯ୍ୟରତ ସାମ୍ବାଦିକମାନେ କରୋନା ଆକ୍ରାନ୍ତ ହୋଇ ମୃତ୍ୟବରଣ କରନ୍ତି ତେବେ ସେ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି |କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶକୁ ଲକଡାଉନ୍ କରାଯାଇଛି | ଲୋକଙ୍କୁ ଘରେ ରହିବା ପାଇଁ କୁହାଯିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ସତର୍କ କରାଉଛନ୍ତି | ତେବେ ଏ ସମୟରେ କରୋନାଭାଇରସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ ନିର୍ବାହ କରି ଚାଲିଛନ୍ତି | ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କ ଲାଗି ଏହି ଘୋଷଣା କରିଛନ୍ତି।  କାର୍ଯ୍ୟରତ ସାମ୍ବାଦିକମାନେ କରୋନା ଆକ୍ରାନ୍ତ ହୋଇ ମୃତ୍ୟବରଣ କରନ୍ତି ତେବେ ସେ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ।

Leave A Reply