Odisha news

ହଜାରିବାଗ ତୀର୍ଥ ଯାତ୍ରୀ ଵସ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ

ମୃତକଙ୍କ ପରିବାର ପାଇଁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା , ଆହତ ଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦେଶ

0
ଭୁବନେଶ୍ୱର 2/10/22 : ମୟୁରଭଞ୍ଜ ରୁ ବାରଣାସୀ  କୁ ଯାଇଥିବା  ତୀର୍ଥ ଯାତ୍ରୀ ବସ  ଫେରିବା  ବାଟରେ  ଝାରଖଣ୍ଡ ର  ହଜାରିବାଗ ର  ଦୁର୍ଘଟଣା ଗ୍ରସ୍ତ ହୋଇଥିବା  ଏବଂ  କିଛି ଲୋକଙ୍କ ମୃତ୍ୟୁ ଘଟଣାରେ  ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟନାୟକ ଗଭୀର  ଶୋକ ପ୍ରକାଶ କରିଛନ୍ତି . ମୃତକଙ୍କ  ନିକଟ  ସମ୍ପର୍କୀୟ ଙ୍କ ପାଇଁ  ମୁଖ୍ୟମନ୍ତ୍ରୀ ଦୁଇ  ଲକ୍ଷ  ଟଙ୍କା ଅନୁକମ୍ପା ମୂଳକ  ସହାୟତା   ଘୋଷଣା  କରିବା  ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଛନ୍ତି . ସବୁ  ଯାତ୍ରୀ ଯେପରି  ଶୀଘ୍ର  ନିଜ ନିଜ ଘରକୁ ଫେରିବେ  ସେଥିପାଇଁ ଝାରଖଣ୍ଡ  ସରକାର  ସହ  ସମନ୍ୱୟ  ରଖି  ବ୍ୟବସ୍ଥା କରିବା  ପାଇଁ ମୁଖ୍ୟମନ୍ତ୍ରୀ, ମୟୁରଭଞ୍ଜ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଛନ୍ତି.
ଏହି ତୀର୍ଥ ଯାତ୍ରୀ ମାନଙ୍କ ମଧ୍ୟ୍ୟରେ ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜ ର  ଲୋକ ମାନେ  ଅଛନ୍ତି
Leave A Reply