Odisha news

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ମାଲକାନଗିରି ଗସ୍ତ କରିବେ

ମାଲକାନଗିରି: ଆସନ୍ତା ୨୦ ତାରିଖରେ ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତ ସମୟରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବା ସହ ଲୋକଙ୍କ ସହ ଯୋଡି ହେବେ ମୁଖ୍ୟମନ୍ତ୍ରୀ।

ରାଜ୍ୟ ସରକାରଙ୍କ ୭ ମନ୍ତ୍ରୀ ବିଭିନ୍ନ ବ୍ଲକରେ ଉପସ୍ଥିତ ରହି ଯୋଜନା ମାଧ୍ୟମରେ ଲୋକଙ୍କୁ ବୁଝାଇବେ। ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଦେଖିବା ଲାଗି ବିଭିନ୍ନ ବ୍ଲକରେ ଏଲଇଡି ବନ୍ଦୋବସ୍ତ କରାଯାଇଛି।

ପରବର୍ତ୍ତୀ ମୁହୂର୍ତ୍ତରେ ସୁନ୍ଦରଗଡ, ମୟୂରଭଞ୍ଜ, ବଲାଙ୍ଗୀରରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ। ନଭେମ୍ବର ସୁଦ୍ଧା ସବୁ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ମିଳିବ ବୋଲି ଲକ୍ଷ ରଖାଯାଇଛି ।

IEC 2 years

Comments are closed.