Odisha news

ବସ୍‌ରେ ୧୧କେଭି ବିଦ୍ୟୁତ୍‌ ତାର ଲାଗିବା ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଆହତଙ୍କ ମାଗଣା ଚିକିତ୍ସା ନିର୍ଦ୍ଦେଶ

0

ଭୁବନେଶ୍ୱର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ନିର୍ବନ୍ଧ ବସରେ ବିଦ୍ୟୁତ୍‌ ତାର ଲାଗିବା ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।  ମୁଖ୍ୟମନ୍ତ୍ରୀ ଆହତମାନଙ୍କୁ ମାଗଣାରେ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଘଟଣାର ତଦନ୍ତ ଦାବି କରିଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଘଟଣା ନ ଘଟିବ, ସେଥିପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି।

Dharmendra Pradhan

@dpradhanbjp

କେଉଁ କାରଣରୁ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଲା ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଭବିଷ୍ୟତରେ ଯେପରି ଏହିପରି ଘଟଣା ନଘଟେ ସେଥିପାଇଁ ସଜାଗ ରହିବା ଜରୁରୀ  ।

Dharmendra Pradhan

@dpradhanbjp

ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମୃତକଙ୍କ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ, ଏହା ମୋର ପ୍ରାର୍ଥନା ।

26 people are talking about this

ସୂଚନାଯୋଗ୍ୟ, ଆଜି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଦାଙ୍କୁଲୁପାଡୁ ଗାଁର ଏକ ବରପକ୍ଷର ୪୩ ଜଣ ବ୍ୟକ୍ତି ଏକ ବସ୍‌ରେ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ କନ୍ୟାଘର ଶିଖରଡ଼ା ଅଭିମୁଖେ ଯାଉଥିଲେ। ତେବେ, ଯିବା ବାଟରେ ନେନ୍ଦ୍ରାଜପୁରଠାରେ ବସ୍‌ଟି ରାସ୍ତାରେ ଅଳ୍ପ ଉଚ୍ଚରେ ଝୁଲି ଥିବା ଏକ ୧୧ କେଭିର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ସମଗ୍ର ବସ୍‌ରେ ବିଦ୍ୟୁତ୍‌ କରେଣ୍ଟ୍‌ ପ୍ରବାହିତ ହୋଇଥିଲା।

ବିଦ୍ୟୁତ୍‌ କରେଣ୍ଟ୍‌ ଆଘାତରେ ଘଟଣାସ୍ଥଳରେ ୬ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ ଅନ୍ୟ ୫ ଜଣ ମଧ୍ୟ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ୫ ଜଣଙ୍କୁ ହସ୍ପିିଟାଲ୍‌ ନିଆ ଯାଉଥିବା ବାଟରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ବ୍ୟତୀତ ଏହି ଘଟଣାରେ ବସ୍‌ରେ ଥିବା ଅନ୍ୟ ୩୦ ଜଣ ବ୍ୟକ୍ତି ମଧ୍ୟ ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁରର ଏମେ୍‌କସିଜି ମେଡିକାଲ୍‌ କଲେଜ ହସ୍ପିଟାଲରେ ଓ ତେନ୍ତୁଆପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଶେଷ ରିପୋର୍ଟ ପର୍ଯ୍ୟନ୍ତ ମୃତକମାନେ ବି.ରମେୟା, ବି ଅଚୁଲ୍‌, କାମରାଜୁ, ବି.ତାରିଣୀ, କେ.ସଞ୍ଜୁ, ବି.ମୋହିନୀ, ବି. କନକେୟ, ସନ୍ତୋଷୀ ସାହୁ ବୋଲି ଜଣାପଡ଼ିଛି। ଅବଶିଷ୍ଟ ମୃତକଙ୍କ ନାମ ଏଯାଏଁ ହସ୍ତଗତ ହୋଇନାହିଁ।

Leave A Reply