Odisha news

କୃଷକଙ୍କ ଆୟ ବୃଦ୍ଧି କରିବ ୨୦୨୦ କୃଷି ନୀତି ‘ସମୃଦ୍ଧି’: ମୁଖ୍ୟମନ୍ତ୍ରୀ

0

 ଭୁବନେଶ୍ୱର ଜନତା ମଇଦାନରେ ଉଦ୍ଘାଟିତ ହେଲା ‘କୃଷି ଓଡ଼ିଶା’
 ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
 ୨୦୨୦ କୃଷି ନୀତି ‘ସମୃଦ୍ଧି’ ଲୋକାର୍ପିତ
 ୫ ଦିନ ଯାଏଁ ଚାଲିବ ଏହି କୃଷି ମହୋତ୍ସବ
 କୃଷି ସହ ଜଡ଼ିତ କମ୍ପାନିର ସିଇଓଙ୍କ ସହ ଆଲୋଚନା କଲେ ସରକାର
 ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
 ଏଥର ‘କୃଷି ଓଡ଼ିଶା’ରେ ୨୨୮ଟି ଷ୍ଟଲ, ୧୧୨ କମ୍ପାନି
 ସକାଳ ୧୦ରୁ ସନ୍ଧ୍ୟା ୫ଟା ଯାଏଁ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ଏହି ପ୍ରଦର୍ଶନୀ
 ୨୪ ଯାଏଁ ଚାଲିବ କୃଷି ମହୋତ୍ସବ
ଭୁବନେଶ୍ୱର, ୨୦ ଜାନୁଆରି ୨୦୨୦: ଲଭଜନକ କୃଷି ପାଇଁ ପ୍ରୟାସ – ଏହି ଥିମ୍କୁ ନେଇ ସୋମବାର ଭୁବନେଶ୍ୱର ଜନତା ମଇଦାନରେ
ଆରମ୍ଭ ହୋଇଛି ‘କୃଷି ଓଡ଼ିଶା-୨୦୨୦’ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଓଡ଼ିଶାର ଚାଷୀ ରାଜ୍ୟ ବିକାଶର
ସାରଥୀ ହେବାକୁ ଆହ୍ୱାନ ଦେଇଥିଲେ ।
‚ଚାଷୀମାନେ ହେଉଛନ୍ତି ଦେଶର ଶକ୍ତି । ଅର୍ଥନୀତିର ଶକ୍ତି । ଚାଷ ଓ ଚାଷୀର ଉନ୍ନତି ଦେଶର ସମୃଦ୍ଧିରେ ସହାୟକ ହୋଇଥାଏ । ରାଜ୍ୟରେ
ପ୍ରଣୟନ ହୋଇଥିବା ନୂଆ ଚାଷ ନୀତି ଯୋଗୁଁ ଚାଷୀ ସ୍ୱାଭିମାନର ସହ ବଂଚୁଛନ୍ତି । ଚାଷୀମାନଙ୍କର ବିକାଶକୁ ଆମ ସରକାର ସବୁବେଳେ ଗୁରୁତ୍ୱ
ଦେଇ ଆସୁଛନ୍ତି । ‘କାଳିଆ’ ଯୋଜନା ଚାଷୀମାନଙ୍କର ସମ୍ମାନ ବୃଦ୍ଧି କରିଛି । ମୁଁ ଚାହୁଁଛି ଆମ ଚାଷୀ ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ
ପ୍ରୟୋଗ କରନ୍ତୁ । ସେମାନଙ୍କ ପରିବାର ଆନନ୍ଦରେ ରହନ୍ତୁ । ଚାଷୀମାନେ ରାଜ୍ୟ ବିକାଶର ସାରଥୀ ହୁଅନ୍ତୁ । ବିଭିନ୍ନ ଯୋଜନାର ଲାଭ ଚାଷୀ
ଉଠାଇବା ସହ ସମସ୍ତେ ଭଲରେ ରହନ୍ତୁ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଫେଡେରସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ଫିକି)ର ସହଯୋଗରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ
‘କୃଷି ଓଡ଼ିଶା-୨୦୨୦’ ଆୟୋଜନ କରାଯାଇଛି ।
ଏହି ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର
ସାହୁ ।
‚ମାଣ୍ଡିଆ ଆମ ରାଜ୍ୟକୁ ଏକ ନୂଆ ଦିଗ ଦେଇଛି । ଚଳିତ ‘କୃଷି ଓଡ଼ିଶା’ ମହୋତ୍ସବରେ ମାଣ୍ଡିଆକୁ ମାସ୍କଟ ଭାବେ ରଖାଯାଇଛି । ବର୍ତମାନ
ରାଜ୍ୟର ୧୪ଟି ଜିଲ୍ଲାରେ ମାଣ୍ଡିଆ ଚାଷ ହେଉଛି । ରାଜ୍ୟ ସରକାର କରିଥିବା ମାଣ୍ଡିଆ ମିଶନ୍ ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ପାଲଟିଛି । ମାଣ୍ଡିଆ
ସହିତ ଧାନ, କ୍ଷୀର, ମାଛ ଚାଷରେ ମଧ୍ୟ ଉତ୍ପାଦନ ବୃଦ୍ଧି ପାଇଛି । ଫଳରେ ଚାଷୀଙ୍କ ଆୟ ସାତଗୁଣ ବଢିଛି । ଚାଷୀ ଓ ଚାଷର ବିକାଶ ପାଇଁ
ରାଜ୍ୟ ସରକାର ସ୍ୱତନ୍ତ୍ର କୃଷି ବଜେଟ କରିଛନ୍ତି । ଏହାସହ ସ୍ୱତନ୍ତ୍ର କୃଷି ନୀତି ମଧ୍ୟ ପ୍ରଣୟନ କରାଯାଉଛି । ଚଳିତ ବର୍ଷ ନୂଆ କୃଷି ନୀତିର ନାମ
‘ସମୃଦ୍ଧି’ ରଖାଯାଇଛି । ରାଜ୍ୟ ସରକାରଙ୍କ ଏହି ସଫଳ ନୀତି ଯୋଗୁଁ ବହୁ ଯୁବକ ଚାଷ କରିବାକୁ ଆଗେଇ ଆସୁଛନ୍ତି । ଯୁବ ଚାଷୀଙ୍କୁ ପ୍ରୋତ୍ସାହନ
ଦେବା ପାଇଁ ଆସନ୍ତା ୨୪ ତାରିଖରେ ଏହି ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ।’’
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ କହିଛନ୍ତି, ‚ଲାଭଜନକ କୃଷି ପାଇଁ ପ୍ରୟାସ ହେଉଛି ଚଳିତ
‘କୃଷି ଓଡ଼ିଶା’ର ମୁଖ୍ୟ ଲକ୍ଷ୍ୟ । ନୂଆ ପ୍ରଣାଳୀର ଚାଷ ସମ୍ପର୍କରେ ଚାଷୀଙ୍କୁ ଜ୍ଞାନ ପ୍ରଦାନ ପାଇଁ ଏଥର ୨୨୮ଟି ଷ୍ଟଲ ରହିଛି । ପୁଷ୍ଟିକର ଖାଦ୍ୟକୁ
ପ୍ରୋତ୍ସାହନ ଯୋଗାଇବାକୁ ଯାଇ ମାଣ୍ଡିଆର ଉତ୍ପାଦନ ବଢିଛି । ଏହାକୁ ସାଧାରଣ ବଂଟନ ବ୍ୟବସ୍ଥାରେ ବି ସାମିଲ କରାଯାଇଛି । ୨୦୧୮-୧୯ରେ
ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯାଇଥିବାରୁ ୧୮୦୦ କୁଇଂଟାଲ ମାଣ୍ଡିଆ ଆଦାୟ ହୋଇଛି । ୧୨ଟି ଜିଲ୍ଲାର ୪୦ଟି ବ୍ଲକରେ କୃଷି
ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ କାମ କରୁଛି ।’’
ଫିକିର ମହାସଚିବ ଦିଲ୍ଲୀପ ଚେନୋୟ କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ଯୋଗାଇ ଦେଉଥିବା ସୁବିଧା

Leave A Reply